Advertisment

ଡାକ୍ତର ସନ୍ଦୀପ ଘୋଷଙ୍କ ରେଜିଷ୍ଟ୍ରେସନ ବାତିଲ

ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲ ହରର ଘଟଣାରେ ସିବିଆଇ ଦ୍ୱାରା ଗିରଫ ହୋଇଥିବା ଡାକ୍ତର ସନ୍ଦୀପ ଘୋଷଙ୍କ ଅଡ଼ୁଆ ବଢ଼ିବାକୁ ଲାଗିଲା। ବାତିଲ ହେଲା ତାଙ୍କ ରେଜିଷ୍ଟ୍ରେସନ ।

sandip-ghosh

sandip-ghosh

Advertisment

ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲ ହରର ଘଟଣାରେ ସିବିଆଇ ଦ୍ୱାରା ଗିରଫ ହୋଇଥିବା ଡାକ୍ତର ସନ୍ଦୀପ ଘୋଷଙ୍କ ଅଡ଼ୁଆ ବଢ଼ିବାକୁ ଲାଗିଲା। ବାତିଲ ହେଲା ତାଙ୍କ ରେଜିଷ୍ଟ୍ରେସନ । ଆରଜି କର ମେଡିକାଲ୍ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ପଞ୍ଜିକରଣକୁ ବାତିଲ କରିଛି ପଶ୍ଚିମବଙ୍ଗ ମେଡିକାଲ୍ କାଉନସିଲ୍।

Advertisment

ସନ୍ଦୀପଙ୍କୁ ମେଡିକାଲ କାଉନସିଲ ପକ୍ଷରୁ ଗତ ୬ ତାରିଖରେ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିଲା। କିନ୍ତୁ ନୋଟିସ ଦେବାର ୧୩ ଦିନ ବିତିଥିଲେ ବି ସେ ନିଜ ପକ୍ଷ ରଖି ନ ଥିଲେ କି ସନ୍ତୋଜନକ ଉତ୍ତର ଦେଇନଥିଲେ। ସେ ଦୃଷ୍ଟିରୁ ତାଙ୍କର ତତ୍କାଳ ରେଜିଷ୍ଟ୍ରେସନ ବାତିଲ ନେଇ କାଉନସିଲ ନିଷ୍ପତ୍ତି ନେଇଛି। ଆର୍ଥିକ ଦୁର୍ନୀତି ମାମଲାରେ ପୂର୍ବରୁ ସନ୍ଦୀପଙ୍କୁ ଗିରଫ କରି ସାରିଛି CBI ।

ଅଗଷ୍ଟ ୯ରେ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ସେମିନାର ରୁମରୁ ଜଣେ ୩୧ ବର୍ଷୀୟ ମହିଳା ଡାକ୍ତରଙ୍କ କ୍ଷତାକ୍ତ ମୃତଦେହ ମିଳିଥିଲା। ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଜଣାପଡ଼ିବା ପରେ ପୂରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା।

Advertisment

ସିବିଆଇ ଏହି ଘଟଣାର ତଦନ୍ତ କରୁଥିବା ବେଳେ ପ୍ରମାଣ ନଷ୍ଟ କରିବା ପାଇଁ ଉଦ୍ୟମ କରିଥିବା ଘଟଣାରେ ଆରଜି କରର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ବାନ୍ଧିଥିଲା। ଏହା ପୂର୍ବରୁ ମେଡିକାଲ କଲେଜରେ ଆର୍ଥିକ ହେରଫେର ପାଇଁ ସିବିଆଇ ସନ୍ଦୀପଙ୍କୁ ଗିରଫ କରିଥିଲା। ପୂର୍ବରୁ ସନ୍ଦୀପଙ୍କୁ ବେଙ୍ଗଲର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିଲମ୍ବିତ କରାଯାଇଛି।

Sandip Ghosh West Bengal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe