Advertisment

୮ ଦିନିଆ ସିବିଆଇ ରିମାଣ୍ଡରେ ସନ୍ଦୀପ ଘୋଷ

ଆଜି ସିବିଆଇ ସମସ୍ତଙ୍କୁ କୋର୍ଟରେ ହାଜର କରିବା ପରେ ୧୦ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା। ହେଲେ କୋର୍ଟ ୮ ଦିନର ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି।

sandip

sandip

Advertisment

କୋଲକତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ଡାକ୍ତର ସନ୍ଦୀପ ଘୋଷଙ୍କୁ ୮ ଦିନିଆ ରିମାଣ୍ଡରେ ନେଇଛି ସିବିଆଇ। ଗତକାଲି ସିବିଆଇ ତାଙ୍କୁ ଆର୍ଥିକ ହେରଫେର ମାମଲାରେ ଗିରଫ କରିଥିଲା।

Advertisment

ଦୁର୍ନୀତି ମାମଲାରେ ସନ୍ଦୀପଙ୍କ ବ୍ୟତୀତ ଆଉ ୩ ଜଣଙ୍କୁ ମଧ୍ୟ ସିବିଆଇ ଗିରଫ କରିଛି। ସେମାନେ ବିପ୍ଳବ ସିଙ୍ଘା, ସୁମନ ହାଜରା ଓ ଅଫସର ଅଲୀ ଖାନ। ଗିରଫ ପରେ ଆଜି ସମସ୍ତଙ୍କୁ କୋଲକାତା ସ୍ଥିତ ସିବିଆଇ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ଏହାପରେ ସମସ୍ତଙ୍କୁ ୮ ଦିନ ପାଇଁ ସିବିଆଇ ହେପାଜତକୁ ପଠାଇ ଦେଇଛନ୍ତି। ସମସ୍ତ ଅଭିଯୁକ୍ତଙ୍କୁ ଆସନ୍ତା ୧୦ ତାରିଖରେ ପୁଣି କୋର୍ଟରେ ହାଜର କରାଯିବ।

ଆଜି ସିବିଆଇ ସମସ୍ତଙ୍କୁ କୋର୍ଟରେ ହାଜର କରିବା ପରେ ୧୦ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା। ହେଲେ କୋର୍ଟ ୮ ଦିନର ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆଜି ଅଫସର ଅଲୀ ଖାନ ଜାମିନ ପାଇଁ ମଧ୍ୟ କୋର୍ଟରେ ଆବେଦନ କରିଥିଲେ। ହେଲେ ଏହାକୁ କୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି।

Advertisment

ତେବେ ଅନ୍ୟ ୩ ଅଭିଯୁକ୍ତ ଜାମିନ ପାଇଁ ଆବେଦନ କରି ନାହାନ୍ତି। ଅଲୀ ହେଉଛନ୍ତି ସନ୍ଦୀପ ଘୋଷଙ୍କ ପୂର୍ବତନ ବଡିଗାର୍ଡ। ସେ ସନ୍ଦୀପ ଘୋଷଙ୍କ ବିରୋଧରେ ଅଭିଯୋଗ ଆଣିଥିବା ମେଡିକାଲ କଲେଜର ପୂର୍ବତନ ଡେପୁଟି ଅଧ୍ୟକ୍ଷ ଅଖତର ଅଲୀଙ୍କୁ ଧମକ ଦେଇଥିଲେ।

ହସ୍ପିଟାଲରେ ସମ୍ଭାବ୍ୟ ଆର୍ଥିକ ହେରଫେରକୁ ନେଇ ସିବିଆଇ ତାଙ୍କ ବିରୋଧରେ ତଦନ୍ତ କରୁଥିଲା। ବିଶେଷ କରି ରୋଗୀଙ୍କ ସେବା ପାଇଁ କିଣା ଯାଉଥିବା ସାମଗ୍ରୀରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ଏହାର ତଦନ୍ତ କରି ସିବିଆଇ ସନ୍ଦୀପଙ୍କୁ ଗିରଫ କରିଛି।

ଅଗଷ୍ଟ ୯ରେ ଆର ଜି କର ମେଡିକାଲ କଲେଜ ଓ ହସ୍ପିଟାଲର ସେମିନାର ରୁମରୁ ଜଣେ ମହିଳା ଡାକ୍ତରଙ୍କ କ୍ଷତାକ୍ତ ମୃତଦେହ ମଳିଥିଲା। ଏହାକୁ ନେଇ ପୂରା ଦେଶରେ ହଟଚମଟ ଦେଖାଯାଇଥିଲା। ଘଟଣାର ପରେ ସନ୍ଦୀପ ଘୋଷ ଅଗଷ୍ଟ ୧୨ରେ ପ୍ରିନ୍ସିପାଲ ପଦରୁ ଇସ୍ତଫା ଦେଇଥିଲେ।

କିନ୍ତୁ ପଶ୍ଚିମବଙ୍ଗ ସରକାର ତୁରନ୍ତ କଲିକତା ନ୍ୟାଶନାଲ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରିନ୍ସିପାଲ ଭାବେ ନିଯୁକ୍ତି ଦେଇଥିଲେ। ଏହାକୁ ଡାକ୍ତର ଶିକ୍ଷାର୍ଥୀମାନେ ବିରୋଧ କରିଥିଲେ। କଲିକତା ହାଇକୋର୍ଟ ମଧ୍ୟ ଏପରି ନିଯୁକ୍ତି ଉପରେ ପ୍ରଶ୍ନ ଉଠାଇଥିଲେ। ଏଥିଯୋଗୁ ସନ୍ଦୀପ ଘୋଷଙ୍କୁ କାର୍ଯ୍ୟାନ୍ତର ନିର୍ଦ୍ଦେଶ ଦିଆଯାଇଥିଲା।

Sandip Ghosh Ex-principal Sandip Ghosh Kolkata Doctor Rape And Murder Case Kolkata Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe