Advertisment

ଡାକ୍ତର ସନ୍ଦୀପ ଘୋଷଙ୍କ ବିରୋଧରେ IMAର କାର୍ଯ୍ୟାନୁଷ୍ଠାନ

ଅଗଷ୍ଟ ୯ରେ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ସେମିନାର ରୁମରୁ ଜଣେ ମହିଳା ଡାକ୍ତରଙ୍କ କ୍ଷତାକ୍ତ ମୃତଦେହ ମିଳିଥିଲା। ଏହାକୁ ନେଇ ସାରା ଦେଶରେ ତମ୍ଭିତୋଫାନ ଦେଖିବାକୁ ମିଳିଛି।

sandip

sandip

Advertisment

ବିବାଦରେ ଥିବା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ଡାକ୍ତର ସନ୍ଦୀପ ଘୋଷଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଇଣ୍ଡିଆନ ମେଡିକାଲ ଆସୋସିଏସ ବା ଆଇଏମଏ। ଆଜି ଆଇଏଏମଏ ତାଙ୍କ ସଦସ୍ୟତାକୁ ରଦ୍ଦ କରି ଦେଇଛି। ତାଙ୍କୁ ଆସୋସିଏସନ ନିଲମ୍ବିତ କରିଛି।

Advertisment

ଅଗଷ୍ଟ ୯ରେ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ସେମିନାର ରୁମରୁ ଜଣେ ମହିଳା ଡାକ୍ତରଙ୍କ କ୍ଷତାକ୍ତ ମୃତଦେହ ମିଳିଥିଲା। ଏହାକୁ ନେଇ ସାରା ଦେଶରେ ତମ୍ଭିତୋଫାନ ଦେଖିବାକୁ ମିଳିଛି।

ଏହି ଘଟଣାରେ ସିବିଆଇ ସନ୍ଦୀପ ଘୋଷଙ୍କୁ ଘନଘନ ଜେରା କରିବା ସହ ସୋମବାର ତାଙ୍କର ମିଛ ଧରା ପରୀକ୍ଷା ହୋଇଥିଲା। ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ପରିଚାଳନା କରିବାରେ ସେ ଅବହେଳା କରିଥିବା ଅଭିଯୋଗ ହୋଇଛି। ଏଥିସହ ତାଙ୍କ ନାଁରେ ଆର୍ଥିକ ଅନିୟମିତତାର ଅଭିଯୋଗ ମଧ୍ୟ ଆସିଛି।

Advertisment

ବୁଧବାର ଆଇଏମଏ ଗୋଟିଏ ବିବୃତିରେ କହିଛି ଯେ ଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ଡାକ୍ତରଙ୍କ ପରିବାର ଲୋକ ଡାକ୍ତର ସନ୍ଦୀପ ଘୋଷଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିଲେ। ସନ୍ଦୀପ ଘୋଷ ଠିକ ଭାବେ ମାମଲାକୁ ପରିଚାଳନା କରି ନଥିଲେ। ଠିକ ସମୟରେ ଏପରି ଏକ ସମ୍ବେଦନଶୀଳ ଘଟଣାକୁ ସେ ନଜର ଅନ୍ଦାଜ କରିଥିଲେ।

ଘଟଣା ପ୍ରତି ତାଙ୍କର ଆଦୌ ସମ୍ବେଦନ ନଥିଲା। ସେହିପରି ବେଙ୍ଗଲର ଡାକ୍ତରମାନେ ସନ୍ଦୀପ ଘୋଷଙ୍କ ବିରୋଧରେ କ୍ଷମତା ଅପବ୍ୟବହାରର ଅଭିଯୋଗ ମଧ୍ୟ ଆଣିଛନ୍ତି। ତେଣୁ ଶୃଙ୍ଖଳାଗତ କମିଟି ତାଙ୍କୁ ଜାତୀୟ ମେଡିକାଲ ସଂସ୍ଥାରୁ ନିଲମ୍ବିତ କରିବାକୁ ନିଷ୍ପତ୍ତି ନେଇଛି। ତାଙ୍କ ସଦସ୍ୟତା ପଦକୁ ରଦ୍ଦ କରାଯାଉଥିବା ଆଇଏଏମ କହିଛି।

Kolkata Kolkata Police Kolkata Doctor Rape And Murder Case Ex-principal Sandip Ghosh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe