Advertisment

କୋଲକାତା ହରର: କାହା ଠାରୁ ଫୋନରେ ନିର୍ଦ୍ଦେଶ ନେଉଥିଲେ ସନ୍ଦୀପ ଘୋଷ?

ତାଙ୍କ କଲ ବିବରଣୀକୁ ଯାଞ୍ଚ କରିବା ପରେ ତଦନ୍ତକାରୀ ଅଧିକାରୀ ଜାଣିବାକୁ ପାଇଛନ୍ତି ଯେ ସନ୍ଦୀପ ଘୋଷ ଆଉ ଜଣେ ରହସ୍ୟମୟ ବ୍ୟକ୍ତିଙ୍କ ସହ କଥା ହେଉଥିଲେ।

author-image
Hemant Lenka
sandip

sandip

କୋଲକାତା ରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ଡାକ୍ତରଙ୍କ ସନ୍ଦୀପ ଘୋଷଙ୍କୁ ନାଇ ବଡ଼ ତଥ୍ୟ ରଖିଛି ସିବିଆଇ। ଆରଜି କରର ଟ୍ରେନି ମହିଳା ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ପରେ ମଧ୍ୟ ସନ୍ଦୀପ ଜାଣିଶୁଣି ଅପରାଧ ଘଟିଥିବା ସ୍ଥାନକୁ ଆସି ନଥିଲେ। ବୁଧବାର ସିବିଆଇ ପକ୍ଷରୁ କିଛି ଦସ୍ତାବିଜ କୋର୍ଟରେ ଉପସ୍ଥାପନ କରାଯାଇ ଏଭଳି ଦାବି କରାଯାଇଛି। 

Advertisment

ଏଥିରେ କୁହାଯାଇଛି ଯେ ପୁଲିସ୍‌ ଓ ତଦନ୍ତକାରୀ ଟିମ ହସ୍ପିଟାଲରେ ପହଞ୍ଚିବା ପରେ ସନ୍ଦୀପ ଘୋଷ ଆସିଥିଲେ। ଏହାପୂର୍ବରୁ ସେ ତାଲା ପୁଲିସ୍‌ ଷ୍ଟେସନର ଅଧିକାରୀ ଅଭିଜିତ ମଣ୍ଡଳଙ୍କ ସହ ଏକାଧିକ ଥର ଫୋନରେ କଥା ହୋଇଥିଲେ। ହସ୍ପିଟାଲରେ ଏକାଧିକ ଅଧିକାରୀଙ୍କ ସହ ମଧ୍ୟ ସେ କଥା ହୋଇ ଘଟଣା ବିଷୟରେ ତଥ୍ୟ ନେଇଥିଲେ।

ତାଙ୍କ କଲ ବିବରଣୀକୁ ଯାଞ୍ଚ କରିବା ପରେ ତଦନ୍ତକାରୀ ଅଧିକାରୀ ଜାଣିବାକୁ ପାଇଛନ୍ତି ଯେ ସନ୍ଦୀପ ଘୋଷ ଆଉ ଜଣେ ରହସ୍ୟମୟ ବ୍ୟକ୍ତିଙ୍କ ସହ କଥା ହେଉଥିଲେ। ତାଙ୍କ ଠାରୁ ମିଳୁଥିବା ନିର୍ଦ୍ଦେଶ ଅନୁସାରେ ସେ କାମ କରୁଥିଲେ। ହେଲେ ସନ୍ଦୀପ କାହା ସହ କଥା ହେଉଥିଲେ, ସେ ବିଷୟରେ ସିବିଆଇ କିଛି ବି କହି ନାହିଁ।

Advertisment

ସିବିଆଇ ପୂର୍ବରୁ କହି ସାରିଛି ଯେ ଅପରାଧ ଘଟିଥିବା ସ୍ଥାନରେ ହେରଫେର କରାଯାଇଥିଲା। ଅପରାଧ ପରେ ସନ୍ଦୀପ ଘୋଷ କ’ଣ ସବୁ ପଦକ୍ଷେପ ନେଇଥିଲା, ସେବିଷୟ ଜାଣିବା ପାଇଁ ସିବିଆଇ ତାଙ୍କୁ ଜେରା ବେଳେ ବାରମ୍ବାର ପ୍ରଶ୍ନ କରିଥିଲା।

ଘୋଷ ସିବିଆଇକୁ କହିଥିଲେ ଯେ ଘଟଣା ପରେ ସେ ଏକାଧିକ ଅଧିକାରୀଙ୍କ ସହ କଥା ହୋଇଥିଲେ ଓ ୩ ଜଣିଆ ବୋର୍ଡ ଅଫ ଡକ୍ଟର୍ସ ଗଠନ କରିଥିଲେ। ଘଟଣା ସହ ଜଡ଼ିତ ବିସ୍ତୃତ ତଥ୍ୟକୁ ସ୍ୱାସ୍ଥ୍ୟ ବିଭାଗ ପାଖକୁ ପଠାଯାଇଥିଲା ଓ ବୋର୍ଡ ଅଫ ଡକ୍ଟର୍ସ ମିଟି ସନ୍ଧ୍ୟା ୫ଟାରେ ବସିଥିଲା।

ପ୍ରମାଣ ନଷ୍ଟ ଓ ଘଟଣାକୁ ଅଣଦେଖା କରିବା ଅଭିଯୋଗରେ ସିବିଆଇ ସନ୍ଦୀପ ଘୋଷଙ୍କୁ ଗିରଫ କରିଛି। ଏହାପୂର୍ବରୁ ତାଙ୍କୁ ଆର୍ଥିକ ଅନିୟମିତତା ଅଭିଯୋଗରେ ମଧ୍ୟ ସିବିଆଇ ଗିରଫ କରିଥିଲା।

CBI Kolkata Kolkata Police