Advertisment

ସଂଖ୍ୟାଗରିଷ୍ଠତା ନ ମିଳିବାରୁ ସମର୍ଥନ ମାଗିଲେ ମେଘାଳୟ ମୁଖ୍ୟମନ୍ତ୍ରୀ, ତୁରନ୍ତ ହଁ କଲେ ଅମିତ ଶାହ

କେବଳ ତ୍ରିପୁରା କିମ୍ବା ନାଗାଲାଣ୍ଡ ନୁହେଁ, ମେଘାଳୟରେ ମଧ୍ୟ ସରକାର ଗଠନ କରିବ ବିଜେପି।

Amit Shah

Amit Shah

Advertisment

କେବଳ ତ୍ରିପୁରା କିମ୍ବା ନାଗାଲାଣ୍ଡ ନୁହେଁ, ମେଘାଳୟରେ ମଧ୍ୟ ସରକାର ଗଠନ କରିବ ବିଜେପି। ମେଘାଳୟରେ ଦଳ ମାତ୍ର ୩ଟି ଆସନ ଜିତିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମାଙ୍କ ଏନପିପି ସହ ମିଶି ସରକାର ଗଠନରେ ସହାୟତା କରିବ। ଆଜି ମେଘାଳୟ ବିଧାନସଭା ନିର୍ବାଚନରେ କୌଣସି ଦଳକୁ ସରକାର ଗଠନ ପାଇଁ ସ୍ପଷ୍ଟ ସଂଖ୍ୟା ଗରିଷ୍ଠତା ମିଳିନାହିଁ। କିନ୍ତୁ ସାଙ୍ଗମାଙ୍କ ଏନପିପି ସର୍ବବୃହତ୍ତ ଦଳ ସହ ୨୬ଟି ଆସନ ଜିତିଛି।

Advertisment

ମ୍ୟାଜିକ ନମ୍ବର ଠାରୁ ଏହା ୫ କମ ହୋଇଥିବାରୁ ସାଙ୍ଗମା ତାଙ୍କ ପୁରୁଣା ସହଯୋଗୀ ବିଜେପିର ସହାୟତା ଲୋଡ଼ିଛନ୍ତି। ସେ ଜନାଦେଶ ପରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କୁ ଫୋନ କରି ସରକାର ଗଠନ କରିବାରେ ସହାୟତା କରିବାକୁ ଅନୁରୋଧ କରିଥିଲେ।

ଶ୍ରୀ ଶାହ ମଧ୍ୟ କାଳବିଳମ୍ବ ନ କରି ବିଜେପି ସମର୍ଥନ କରିବ ବୋଲି କହିଛନ୍ତି। ତେବେ ବିଜେପି ସମର୍ଥନ କଲେ ମଧ୍ୟ ମ୍ୟାଜିକ ନମ୍ବର ପାଇଁ  ଏନପିପି ଆଉ ୨ଟି ଆସନ ଆବଶ୍ୟକ କରିବ। ଏପରି ସ୍ଥିତିରେ ଦଳ କ’ଣ କରିବ, ତା’କୁ ନେଇ ଅଡ଼ୁଆରେ ପଡ଼ିଛି।

Advertisment

ରାଜ୍ୟରେ ୟୁଡିପି ୧୧ଟି ଆସନ ଜିତିଥିବା ବେଳେ କଂଗ୍ରେସ ଓ ଟିଏମସି ୫ଟି ଲେଖାଏ ସ୍ଥାନରେ ବାଜିମାତ କରିଛନ୍ତି। ତେଣୁ ମେଘାଳୟ ରାଜନୀତିରେ ଏବେ ଛକା ପଞ୍ଝା ଆରମ୍ଭ ହୋଇଯାଇଛି।

ଉତ୍ତରପୂର୍ବ ରାଜ୍ୟରେ ବିଜେପିର ସଙ୍କଟମୋଚକ ଭାବେ କାମ କରୁଥିବା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଟ୍ୱିଟ କରି ସାଙ୍ଗମାଙ୍କୁ ତାଙ୍କ ଦଳ ସମର୍ଥନ କରିବ ବୋଲି ଘୋଷଣା କରିଛନ୍ତି। ସେ କହିଛନ୍ତି, ଏନପିପିକୁ ସରକାର ଗଠନରେ ସମର୍ଥନ କରିବା ପାଇଁ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦଳର ମେଘାଳୟ ୟୁନିଟକୁ ପରାମର୍ଶ ଦେଇଛନ୍ତି। ଏହି ଟ୍ୱିଟକୁ ମଧ୍ୟ ସେ କନରାଡ ସାଙ୍ଗମାଙ୍କୁ ଟ୍ୟାଗ କରିଛନ୍ତି।

ଏହାପୂର୍ବରୁ ମଧ୍ୟ ସାଙ୍ଗମା ନିର୍ବାଚନ ପରେ ମେଣ୍ଟ ହେବ ବୋଲି ସଙ୍କେତ ଦେଇଥିଲେ। ୨୦୧୮ରେ ମଧ୍ୟ ବିଜେପି ଓ ଏନପିପି ସରକାର ଗଠନ କରିଥିଲେ। ହେଲେ ୨୦୨୩ ନିର୍ବାଚନ ପୂର୍ବରୁ ଉଭୟ ଦଳ ଅଲଗା ହୋଇ ଯାଇଥିଲେ। କିନ୍ତୁ ଏବେ ଉଭୟ ପୁଣି ଏକାଠି ହେବାକୁ ଯାଉଛନ୍ତି। ୨୦୧୮ରେ ବିଜେପି ମେଘାଳୟରେ ମାତ୍ର ୨ଟି ଆସନ ଜିତିଥିଲା।

Election Amit Shah Meghalaya
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe