Advertisment

ଦଶମ ପାସ୍‌ ପରେ ପାର୍ଟି କରିବାକୁ ବାହାରିଥିଲେ ୮ ସାଙ୍ଗ; ପୋଖରୀରେ ଗଲା ୨ ଜୀବନ

ଦଶମ ଶ୍ରେଣୀ ପାସ୍‌ ପରେ ପାର୍ଟି କରିବାକୁ ଘରୁ ବାହାରିଥିଲେ ୮ ଛାତ୍ର । ମାତ୍ର ଅତ୍ୟଧିକ ଗରମ ହେତୁ ପାଖରେ ଥିବା ଏକ ପୋଖରୀରେ ଗାଧୋଉ ଗାଧୋଉ ଘଟିଲା ଅଘଟଣ । ପାଣିରେ ହିଁ ସଲୀଳ ସମାଧି ନେଲେ ୨ ଛାତ୍ର ।

author-image
Niharika Rout
drowning death

drowning death

ଦଶମ ଶ୍ରେଣୀ ପାସ୍‌ ପରେ ପାର୍ଟି କରିବାକୁ ଘରୁ ବାହାରିଥିଲେ ୮ ଛାତ୍ର । ମାତ୍ର ଅତ୍ୟଧିକ ଗରମ ହେତୁ ପାଖରେ ଥିବା ଏକ ପୋଖରୀରେ ଗାଧୋଉ ଗାଧୋଉ ଘଟିଲା ଅଘଟଣ । ପାଣିରେ ହିଁ ସଲୀଳ ସମାଧି ନେଲେ ୨ ଛାତ୍ର । ଏପରି ଏକ ଅଘଟଣ ପଞ୍ଜାବର ସଙ୍ଗରୁର ଅଞ୍ଚଳରେ ଘଟିଛି। ସଙ୍ଗରୁର ଅଞ୍ଚଳରେ ଥିବା ଏକ ଗୁରୁଦ୍ୱାର ପରିସରରେ ଏକ ପୋଖରୀ ରହିଥିବା ବେଳେ ସେଠାରେ ଗତକାଲଚି ମଧ୍ୟାହ୍ନ ସମୟରେ ଏହି ଅଘଟଣ ଘଟିଛି।

Advertisment

ମାଟ୍ରିକ ପାସ୍‌ କରିବା ପରେ ଗତକାଲି ମଧ୍ୟାହ୍ନ ସମୟରେ ପାର୍ଟି କରିବାକୁ ୮ ଛାତ୍ର ଘରୁ ଟଙ୍କା ଧରି ବାହାରିଥିଲେ। ମାତ୍ର ଅତ୍ୟଧିକ ଗରମ ହେଉଥିବାରୁ ପ୍ରଥମେ ସେମାନେ ଗୁରୁଦ୍ୱାର ପରିସରରେ ଥିବା ପୋଖରୀରେ ଗାଧୋଇବାକୁ ନିଷ୍ପତ୍ତି ନେଲେ।

ଏହାପରେ ୮ ଜଣ ଯାକ ଛାତ୍ର ପୋଖରୀରେ ପଶିଥିଲେ। ସିସିଟିଭିରେ ଏହା ଦେଖି ଗୁରୁଦ୍ୱାରର ମ୍ୟାନେଜର ସେମାନଙ୍କୁ ବାହାରିବାକୁ କହି ସେଠାରୁ ଚାଲି ଯାଇଥିଲେ ।

Advertisment

ମାତ୍ର କିଛି ସମୟ ପରେ ୨ ଛାତ୍ର ପୋଖରୀରେ ବୁଡ଼ି ଯାଇଥିବା ଖବର ପ୍ରଚାରିତ ହୋଇଥିଲା । ଅନ୍ୟ ସାଙ୍ଗମାନେ ସାହାଯ୍ୟ ପାଇଁ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ରୁଣ୍ଡ ହୋଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ପହଞ୍ଚି ପୋଖରୀରେ ଖୋଜାଖୋଜି କରି ୨ ମୃତଦେହ ଉଦ୍ଧାର କରିଥିଲେ।

ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ମୃତକଙ୍କ ସାଙ୍ଗମାନଙ୍କୁ ପଚରାଉଚରା କରୁଛି।

Deadbody Punjab Students Drowning