Advertisment

ଜେଲ୍‌ ଯିବେ ଶିବସେନା ନେତା ସଞ୍ଜୟ ରାଉତ

ମାନହାନୀ ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

ଅଦ୍ୟତନ ହୋଇଛି
Sanjay Raut

Sanjay Raut

Advertisment

ଜେଲ୍‌ ଯିବେ ଶିବସେନା ନେତା (ଉଦ୍ଧବ ଗୋଷ୍ଠୀ) ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ। ମାନହାନୀ ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ମୁମ୍ବାଇର ଏକ ସ୍ୱତନ୍ତ୍ର ଅଦାଲତ ତାଙ୍କୁ ୧୫ ଦିନ ପାଇଁ ଜେଲ ଦଣ୍ଡରେ ଦଣ୍ଡିତ କରିବା ସହ୨୫ ହଜାର ଟଙ୍କା ଜରିମାନା କରିଛନ୍ତି।

Advertisment

ପ୍ରକୃତରେ ବିଜେପି ନେତା କିରୀଟ ସୋମାୟାଙ୍କ ପତ୍ନୀ ମେଧା କିରୀଟ ସଞ୍ଜୟ ରାଉତଙ୍କ ବିରୋଧରେ ମାନହାନୀ ମାମଲା ଦାଏର କରିଥିଲେ। ମୁମ୍ବାଇର ରୁଇୟା କଲେଜର ଜୈବ ରସାୟନର ପ୍ରଫେସର ଥିବା ମେଧା ରାଉତଙ୍କ ବିରୋଧରେ ଧାରା ୪୯୯ (କୌଣସି ପ୍ରକାରର ଅଭିଯୋଗ କରିବା କିମ୍ବା ପ୍ରଚାର କରିବା) ଏବଂ ଧାରା ୫୦୦ (ମାନହାନୀ) ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

ରାଉତ ତାଙ୍କ ବିରୋଧରେ ଓ ତାଙ୍କ ଏନ୍‌ଜିଓ ଯୁବା ପ୍ରତିଷ୍ଠାନ ଉପରେ ୧୦୦ କୋଟି ଟଙ୍କା ଠକିଥିବା ଅଭିଯୋଗ ଆଣିଥିଲେ। ଗତ ବର୍ଷ ସଞ୍ଜୟ ରାଉତ ଅଭିଯୋଗ କରିଥିଲେ ଯେ ମୁମ୍ବାଇର ମୀରା ଭାୟନ୍ଦର ଅଞ୍ଚଳରେ ଶୌଚାଳୟ ନିର୍ମାଣରେ ୧୦୦ କୋଟି ଟଙ୍କାର ଦୁର୍ନୀତିରେ ବିଜେପି ନେତା କିରୀଟ ସୋମାୟା ଏବଂ ତାଙ୍କ ପତ୍ନୀ ମେଧା କିରୀଟ ସୌମ୍ୟାଙ୍କ ଏନଜିଓ ସମ୍ପୃକ୍ତ ଥିଲା।

Advertisment

ତେବେ ବିଜେପି ନେତା କିରୀଟ ସୌମ୍ୟା ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି ଖଣ୍ଡନ କରିଥିଲେ। ଏହା ପରେ ପତ୍ନୀ ମେଧା କିରୀଟ ସଞ୍ଜୟ ରାଉତଙ୍କ ବିରୋଧରେ ମାନହାନୀ ମକଦ୍ଦମା ଦାୟର କରିଥିଲେ। ବର୍ତ୍ତମାନ ମୁମ୍ବାଇର ମେଟ୍ରୋପଲିଟନ ମାଜିଷ୍ଟ୍ରେଟ ରାଉତଙ୍କୁ ଏହି ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି ଏବଂ ତାଙ୍କୁ ଦଣ୍ଡିତ କରିଛନ୍ତି। 

Sanjay Rout Defamation Case Kirit Somaiya
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe