Advertisment

ଅଜିତ ପାୱାରଙ୍କ ଠାରୁ ଆରମ୍ଭ କରି ଏମଭିଏ ସମ୍ପର୍କରେ ବଡ଼ ବୟାନ ଦେଲେ ସଞ୍ଜୟ ରାଉତ

ଦିନକ ତଳେ ଫଡନାଭିସ୍‌ ତାଙ୍କୁ ଡୋପିଂ ବୟାନ ଦ୍ୱାରା ଟାର୍ଗେଟ କରିଥିବା ବେଳେ ଆଜି ସଞ୍ଜୟ ରାଉତ ପୁଣି କାଉଣ୍ଟର ଆଟାକ କରିଛନ୍ତି।

sanjay raut

sanjay raut

Advertisment

ଶିବସେନା (ଉଦ୍ଧବ ବାଲାସାହେବ ଠାକେର) ସାଂସଦ ସଞ୍ଜୟ ରାଉତ କହିଛନ୍ତି ଯେ ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ତାଙ୍କ ଠାରୁ ଜୁନିୟର ଏକନାଥ ସିନ୍ଦେଙ୍କ ଅଧୀନରେ ବାଧ୍ୟ ହୋଇ କାମ କରିବାରୁ ମାନସିକ ଅବଶାଦ ମଧ୍ୟରେ ରହିଛନ୍ତି। ଦିନକ ତଳେ ଫଡନାଭିସ୍‌ ତାଙ୍କୁ ଡୋପିଂ ବୟାନ ଦ୍ୱାରା ଟାର୍ଗେଟ କରିଥିବା ବେଳେ ଆଜି ସଞ୍ଜୟ ରାଉତ ପୁଣି କାଉଣ୍ଟର ଆଟାକ କରିଛନ୍ତି।

Advertisment

ସଞ୍ଜୟ ରାଉତ କହିଛନ୍ତି, “ଉକ୍ତ ବ୍ୟକ୍ତି ଜଣଙ୍କ ମୁଖ୍ୟମନ୍ତ୍ରୀ ଥିଲେ ଓ ଏବେ ସେ ତାଙ୍କ ଠାରୁ ଅତି ଜୁନିୟରଙ୍କ ଅଧୀନରେ କାମ କରିବାକୁ ବାଧ୍ୟ ହେଉଛନ୍ତି। ତାଙ୍କ ମାନସିକ ଅବସ୍ଥା ଆଦୌ ଭଲ ନଥିବ। ଏହା ଅଧିକ ଉତ୍ସାହିତ କଥା ନୁହେଁ, ଆମେ ସତ କହୁଛୁ ଓ ରାଜ୍ୟର ଲୋକଙ୍କ ପାଇଁ ଲଢ଼େଇ କରୁଛୁ। ଲୋକମାନେ ମଧ୍ୟ ଆମକୁ ସମର୍ଥନ କରୁଛନ୍ତି। ସେଥିପାଇଁ କିଛି ନେତା ଅବଶାଦ ମଧ୍ୟକୁ ଚାଲି ଗଲେଣି।”

ଏନସିପି ସାଂସଦ ସୁପ୍ରିୟା ସୁଲେ ମହାରାଷ୍ଟ୍ରରରେ ଦୁଇଟି ବଡ଼ ରାଜନୀତିକ ବିସ୍ଫୋରଣ ହେବ ବୋଲି କହିଥିଲେ। ଏ ସମ୍ପର୍କରେ ସଞ୍ଜୟ ରାଉତଙ୍କ ମତ ହେଲା ରାଜ୍ୟ ସରକାର ଭୁଶୁଡ଼ିବ ଓ ମୁଖ୍ୟମନ୍ତ୍ରୀ ବଦଳିବେ। ଶ୍ରୀ ରାଉତ ପୂର୍ବରୁ କହିଥିବା କଥା ପୁଣି ଦୋହରାଇଛନ୍ତି। ଯଦି ସାଧାରଣ ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ହେବ, ତା’ହେଲେ ମହା ବିକାଶ ଅଘାଡ଼ି ମେଣ୍ଟ ୧୮୦ରୁ ୧୮୫ଟି ଆସନ ଜିତିବ। ସେହିପରି ମହାରାଷ୍ଟ୍ର ଲୋକସଭା ନିର୍ବାଚନରେ ୪୦ଟି ଆସନ ଦଖଲ କରିବ।

Advertisment

ମହା ବିକାଶ ଅଘାଡ଼ି ମେଣ୍ଟର ଭବିଷ୍ୟତ ସମ୍ପର୍କରେ ମଧ୍ୟ ସଞ୍ଜୟ ରାଉତ ମତ ରଖିଛନ୍ତି। ସେ କହିଛନ୍ତି, “ଶରଦ ପାୱାର କହିଥିଲେ ଯେ ଏମଭିଏର ଦଳ ଗୁଡ଼ିକ ଏକାଠି ଅଛନ୍ତି। ସିଟ୍‌ ଶେୟାରିଂ ଆଲୋଚନା ନ ହେବା ଯାଏ ମେଣ୍ଟରେ କିଛି ଅସ୍ଥିରତା ରହିପାରେ। କିନ୍ତୁ ଗତକାଲି ସେ ସ୍ପଷ୍ଟ କରିଛନ୍ତି ଯେ ଆମେ ସମସ୍ତେ ଏକାଠି ଏମଭିଏ ହୋଇ ନିର୍ବାଚନ ଲଢ଼ିବୁ। ଆମେ ଏକାଠି ଅଛୁ। ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ ମିଳିତ ଭାବେ ଏମଭିଏ ଲଢ଼ିବ।”

ଏନସିପି ନେତା ଅଜିତ ପାୱାର କିଛି ବିଧାୟକଙ୍କୁ ଧରି ବିଜେପି ଆଡ଼କୁ ଢଳୁଥିବା ଚର୍ଚ୍ଚାକୁ ସଞ୍ଜୟ ରାଉତ ଖଣ୍ଡନ କରିଛନ୍ତି। ଅଜିତ ପାୱାର ସ୍ପଷ୍ଟ ଭାବେ କହି ସାରିଛନ୍ତି ଯେ ଜୀବନ ଥିବା ଯାଏ ଏନସିପିରେ ରହିବେ। ତାଙ୍କ ସମ୍ପର୍କରେ ଗୁଜବର ପ୍ରଚାର କରାଯାଇଛି। ଏହା ତାଙ୍କ ପରିବାରର ଦଳ। ସେ କେଉଁଠିକୁ ଯାଇ କ୍ଲୀତଦାସ ଭାବେ ରହିବେ ବୋଲି ଶ୍ରୀ ରାଉତ କହିଛନ୍ତି।

MVA NCP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe