Advertisment

ବଡ଼ ଅଭିଯୋଗ, ଦଳୀୟ ଚିହ୍ନ ଓ ନାଁକୁ ନେଇ ହୋଇଛି ୨ ହଜାର କୋଟିର ଡିଲ୍‌

ମହାରାଷ୍ଟ୍ରରେ ରାଜନୈତିକ ଲଢ଼େଇ ଭିତରେ ଏବେ ଏଣ୍ଟ୍ରି ମାରିଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ।

Sanjay Raut

Sanjay Raut

Advertisment

ମହାରାଷ୍ଟ୍ରରେ ଦଳୀୟ ଚିହ୍ନ ଓ ନାଁକୁ ନେଇ ଜୋର ଧରିଛି ରାଜନୀତି। ଉଦ୍ଧବ ଗୋଷ୍ଠୀ ଓ ସିନ୍ଦେ ଗୋଷ୍ଠୀଙ୍କ ମଧ୍ୟରେ ଏହାକୁ ନେଇ ଜାରି ରହିଛି ତୁତୁ ମେମେ। ନିର୍ବାଚନ ଆୟୋଗ ଶିବସେନା ନାଁ ଓ ଦଳୀୟ ଚିହ୍ନକୁ ଏକନାଥ ସିନ୍ଦେ ଗୋଷ୍ଠୀକୁ ଦେଇଛନ୍ତି। ଏହାକୁ ନେଇ ଏବେ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ଲଗାତର ବିରୋଧ କରୁଛି। ଏନେଇ ଆଜି ଉଦ୍ଧବ ଠାକରେ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିବେ ବୋଲି କହିଛନ୍ତି। ଏହି ରାଜନୈତିକ ଲଢ଼େଇ ଭିତରେ ଏବେ ଏଣ୍ଟ୍ରି ମାରିଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ। ସେ ଏକ ବଡ଼ ଅଭିଯୋଗ ଆଣିଛନ୍ତି।

Advertisment

ସଞ୍ଜୟ କହିଛନ୍ତି, ନିର୍ବାଚନ ଚିହ୍ନ ଓ ଦଳର ନାଁକୁ ନେଇ ସିନ୍ଦେ ଗୋଷ୍ଠୀ ଓ ନିର୍ବାଚନ ଆୟୋଗଙ୍କ ମଧ୍ୟରେ ବଡ ଡିଲ୍ ହୋଇଛି। ଏଥିରେ ୨ହଜାର କୋଟି ଟଙ୍କାର କାରବାର ହୋଇଛି। ଏ କଥା ଶତ ପ୍ରତିଶତ ସତ ବୋଲି ଦୃଢ଼ୋକ୍ତି ବାଢ଼ିଛନ୍ତି। 

ଖୁବଶୀଘ୍ର ଏହି ଦାବି ଉପରେ ପ୍ରମାଣ ଦେବେ ବୋଲି କହିଛନ୍ତି ସଞ୍ଜୟ। ସେ କହିଛନ୍ତି କି ଏହା ପୂର୍ବରୁ ଦେଶର ଇତିହାସରେ ଏହା କେବେ ହୋଇନଥିଲା। ଏହାର ପରିଣାମ ସିନ୍ଦେ ଗୋଷ୍ଠୀକୁ ଭୋଗିବାକୁ ପଡିବ ବୋଲି ସେ ଚେତାବନୀ ଦେଇଛନ୍ତି।

Advertisment

କେବଳ ସେତିକି ନୁହେଁ ଏହି ମାମଲାରେ ସଞ୍ଜୟ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି କି ଅମିତ ଶାହାଙ୍କ କଥା ମହାରାଷ୍ଟ୍ରବାସୀ କେବେ ବି ଗମ୍ଭୀରତାର ସହ ନେଇ ନାହାଁନ୍ତି। ତେଣୁ ଦଳୀୟ ଚିହ୍ନ ଓ ନାମ ହାତେଇବାରେ କିଏ ଜିତିଲା ଓ କିଏ ହାରିଲା ତାହା ମହାରାଷ୍ଟ୍ରବାସୀଙ୍କ ଉପରେ କିଛି ଫରକ ପକାଇବ ନାହିଁ। ଏହାସହ ସେ ରାହୁଲ ଗାନ୍ଧୀଙ୍କର ପ୍ରଶଂସା କରିଛନ୍ତି। ସେ କହିଛନ୍ତି କି ରାହୁଲ ଗାନ୍ଧୀ ଯାହା ପ୍ରଶ୍ନ କରୁଛନ୍ତି ତାହା ଦେଶର ପ୍ରଶ୍ନ। 

ଏହାପୂର୍ବରୁ ସଞ୍ଜୟ କହିଥିଲେ ଯେ ଆମ ଦଳ ଉପରେ ଲୁଟ ହୋଇଛି। ଆମେ ଏହାର ଅନୁସନ୍ଧାନ କରିବୁ। ଚୋରକୁ ଧରାଯିବ। ସର୍ବଶେଷରେ ଧନୁ ଓ ତୀର ଚୋର କିଏ? ଆମେ ସମସ୍ତେ କେବଳ ଧନୁ ଏବଂ ତୀର ଚୋରି କରୁଥିବା ଘଟଣାର ଅନୁସନ୍ଧାନ କରୁଛୁ। ଏହି ଚୋରି ସେମାନଙ୍କୁ ବହୁମୂଲ୍ୟ ଦେବାକୁ ପଡିବ। ଚିହ୍ନ ଏବଂ ନାମ ମୂଳ ଶିବସେନାରୁ ଛଡ଼ାଇ ନିଆଯାଇଛି। ଏହା ନ୍ୟାୟ ନୁହେଁ।

Sanjay Rout Shiv Sena Eknath Sinde Udhav Thackray
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe