Advertisment

୬ ମାସ ପରେ ଜେଲରୁ ବାହାରିଲେ ଆପ୍‌ ସାଂସଦ, ଜୋରଦାର ଗର୍ଜିଲେ

ଜେଲରୁ ବାହାରିବା ପରେ ନିଜ ସମର୍ଥକ ଓ ଗଣମାଧ୍ୟମ ଆଗରେ ଜୋରଦାର ବର୍ଷିଛନ୍ତି ସଞ୍ଜୟ ସିଂହ।

author-image
Hemant Lenka
Sanjay Singh

Sanjay Singh

ତଥାକଥିତ ଦିଲ୍ଲୀ ଅବାକରୀ ନୀତି ଦୁର୍ନୀତି ଘଟଣାରେ ଗିରଫ ହୋଇ ଜେଲ ଯାଇଥିବା ଆପ୍‌ ସାଂସଦ ସଞ୍ଜୟ ସିଂହ ଆଜି ମୁକୁଳିଛନ୍ତି। ସେ ଦୀର୍ଘ ୬ ମାସ ପରେ ଗତକାଲି ସୁପ୍ରିମକୋର୍ଟରୁ ଜାମିନ ପାଇଥିଲେ। ଆଜି ଜାମିନ କାଗଜ ତିହାର ଜେଲ କର୍ତ୍ତୃପକ୍ଷଙ୍କ ପାଖରେ ପହଞ୍ଚିଥିଲା।

Advertisment

ଜାମିନ କାଗଜ ପାଇବା ପରେ ଆଜି ସନ୍ଧ୍ୟାରେ ସେ ଜେଲରରୁ ବାହାରିଛନ୍ତି। ସେ ଜେଲରୁ ବାହାରିବାକୁ ଥିବାରୁ ଆପ୍‌ର କର୍ମକର୍ତ୍ତା ଓ ସମର୍ଥକମାନେ ତିହାର ଜେଲ ବାହାରେ ଭବ୍ୟ ସ୍ୱାଗତ ପାଇଁ ଉପସ୍ଥିତ ରହିଥିଲେ। ସମସ୍ତେ ତାଙ୍କୁ ଢୋଲ ବଜାଇ ଓ ଫୁଲ ପକାଇ ସ୍ୱାଗତ କରିଛନ୍ତି।

ଜେଲରୁ ବାହାରିବା ପରେ ନିଜ ସମର୍ଥକ ଓ ଗଣମାଧ୍ୟମ ଆଗରେ ଜୋରଦାର ବର୍ଷିଛନ୍ତି ସଞ୍ଜୟ ସିଂହ। ଜେଲର ଚାବି ନିଶ୍ଚିତ ଭାଙ୍ଗିବ ବୋଲି ସେ ବେଶ ଆକ୍ରମଣାତ୍ମକ ଢଙ୍ଗରେ ଦମ୍ଭୋକ୍ତି କରିଛନ୍ତି। ସେ ଗୋଟିଏ ଖୋଲା ଜିପ ଉପରେ ଛିଡ଼ା ହୋଇ କହିଛନ୍ତି, “ଉତ୍ସବ ମନାଇବାର ସମୟ ଆସିନି। ଏହା ସଂଘର୍ଷର ସମୟ।

Advertisment

ଆମ ପାର୍ଟିର ସବୁଠାରୁ ବଡ଼ ନେତା ଅରବିନ୍ଦ କେଜ୍ରିୱାଲଙ୍କ ସମେତ ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନଙ୍କୁ ଜେଲ ଭିତରେ ରଖାଯାଇଛି। ମୋର ଭରଷା ଓ ବିଶ୍ୱାସ ଅଛି ଯେ ଜେଲର ଚାବି ଭାଙ୍ଗିବ। ମୋ ଭଳି ଅନ୍ୟ ନେତାମାନେ ମଧ୍ୟ ଜେଲରୁ ମୁକୁଳିବେ।”

ସଞ୍ଜୟ ସିଂହଙ୍କୁ ସ୍ୱାଗତ କରିବା ପାଇଁ ଆପ୍‌ର ସମର୍ଥକଙ୍କ ବ୍ୟତୀତ ପତ୍ନୀ ଅନୀତା ଓ ଝିଅ ମଧ୍ୟ ତିହାର ଜେଲ ପାଖକୁ ଯାଇଥିଲେ। ତିହାର ଜେଲରୁ ଘରକୁ ଯିବା ପୂର୍ବରୁ ସେମାନେ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନକୁ ଯିବେ। ସେଠାରେ କେଜ୍ରିୱାଲଙ୍କ ପତ୍ନୀ ସୁନିତାଙ୍କୁ ଭେଟିବେ।

ମଙ୍ଗଳବାର ସୁପ୍ରିମକୋର୍ଟ ସଞ୍ଜୟ ସିଂହଙ୍କ ଜାମିନ ଆବେଦନର ଶୁଣାଣି କରି ଇଡିକଚୁ କଡ଼ା ପ୍ରଶ୍ନ କରିଥିଲେ। ଅବକାରୀ ନୀତିରେ ୧୦୦ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଇଡି କହୁଥିଲେ ମଧ୍ୟ ଟଙ୍କାଟିଏ ଜବତ କରିବାରେ ସକ୍ଷମ ହୋଇନାହିଁ।

ଏଥିସହ ସଞ୍ଜୟ ସିଂହଙ୍କୁ ଆଉ ହେପାଜତକୁ ନେବାର କୌଣସି ଯୋଜନା ନାହିଁ। ଏପରି ସ୍ଥିତିରେ ସେ ଜାମିନ ପାଇବାକୁ ହକଦାର ବୋଲି ସୁପ୍ରିମକୋର୍ଟ କହିବା ସହ ଖଲାସ ନିର୍ଦ୍ଦେଶ ଦେଇଥିଲେ।

AAP Sanjay Singh