Advertisment

ଛୁଟିରେ ବିଚାରପତି, ନିରାଶ ହେଲେ ସଞ୍ଜୟ ସିଂହ

ଶୁକ୍ରବାର ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟରେ ଶ୍ରୀ ସିଂହ ଜାମିନ ପାଇଁ ଆବେଦନ କରିଥିଲେ। ଆଜି ଏହାର ଶୁଣାଣି ହେବାର ଥିଲା।

AAP

AAP

Advertisment

ପ୍ରତ୍ୟାହୃତ ହୋଇ ସାରିଥିବା ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଗିରଫ ହୋଇଥିବା ଆପ୍‌ ନେତା ସଞ୍ଜୟ ସିଂହଙ୍କୁ ମିଳିନି ଆଶ୍ୱସ୍ତି। ଆଜି ତାଙ୍କ ଜାମିନ ଆବେଦନର ଶୁଣାଣି ଥିବା ବେଳେ ବିଚାରପତି ଛୁଟିରେ ଚାଲି ଯାଇଛନ୍ତି। ଫଳରେ ସଞ୍ଜୟ ସିଂହଙ୍କ ଜାମିନ ଆବେଦନର ଶୁଣାଣି ୨୮ ତାରିଖ ଯାଏ ଘୁଞ୍ଚି ଯାଇଛି।

Advertisment

ଶୁକ୍ରବାର ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟରେ ଶ୍ରୀ ସିଂହ ଜାମିନ ପାଇଁ ଆବେଦନ କରିଥିଲେ। ଆଜି ଏହାର ଶୁଣାଣି ହେବାର ଥିଲା। କିନ୍ତୁ ବିଚାରପତି ଛୁଟିରେ ଥିବାରୁ ଶୁଣାଣି ସମ୍ଭବ ହୋଇପାରି ନାହିଁ। ତେଣୁ ସଞ୍ଜୟ ସିଂହଙ୍କୁ ପୂର୍ବଭଳି ଜେଲରେ ରହିବାକୁ ପଡ଼ିବ।

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଇଡି ମନି ଲଣ୍ଡରିଂ ମାମଲା ରୁଜୁ କରି ତଦନ୍ତ କରୁଛି। ଗତ ମାସରେ ଇଡି ପକ୍ଷରୁ ସଞ୍ଜୟ ସିଂହଙ୍କ ଘରେ ରେଡ କରାଯାଇଥିଲେ। ଦୀର୍ଘ ଘଣ୍ଟାର ଜେରା ଓ ରେଡ୍‌ ପରେ ଇଡି ପକ୍ଷରୁ ସଞ୍ଜୟ ସିଂହଙ୍କୁ ଗିରଫ କରାଯାଇଥିଲା।

Advertisment

ପ୍ରାଥମିକ ଭାବେ ତାଙ୍କୁ ୫ ଦିନ ପରେ ଆଉ ୩ ଦିନ ଇଡି ନିଜ ହେଫାଜତରେ ରଖି ଜେରା କରିଥିଲା। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା।

କିଛି ନିର୍ଦ୍ଦିଷ୍ଟ ବ୍ୟବସାୟୀଙ୍କୁ ଫାଇଦା ଦେବା ପାଇଁ ଅବକାରୀ ନୀତିର ପ୍ରଣୟନ କରାଯାଇଥିଲା। ଏହାକୁ କାର୍ଯ୍ୟକାରୀ କରିବାରେ ସଞ୍ଜୟ ସିଂହ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଇଡି ଅଭିଯୋଗ କରିଛି। କିନ୍ତୁ ସଞ୍ଜୟ ସିଂହ ଏହାକୁ ଖଣ୍ଡନ କରିଛନ୍ତି।

ଶୁକ୍ରବାର ସଞ୍ଜୟ ସିଂହ ଜାମିନ ଆବେଦନ କରିଥିଲେ ହେଁ କୋର୍ଟ ଡିସେମ୍ବର ୪ ଯାଏ ତାଙ୍କୁ ବିଚାର ବିଭାଗ ହାଜତକୁ ପଠାଇ ଦେଇଥିଲେ।

ED Raid AAP Delhi Sanjay Singh Sanjay Singh Arrest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe