Jeeva
କୋର୍ଟ ରୁମ ବାହାରେ ଫୁଟିଛି ଗୁଳି। ଓକିଲ ବେଶରେ ଆସି ପୁଲିସ୍ ହେପାଜତରେ ଥିବା ଜଣେ ଗ୍ୟାଙ୍ଗଷ୍ଟରକୁ ଗୁଳି କରି ହତ୍ୟା କରିଛି ଜଣେ ବ୍ୟକ୍ତି। ଏହି ଗୁଳି ମାଡ଼ରେ କିଛି ପୁଲିସ୍ କର୍ମଚାରୀ ଓ ଜଣେ ଯୁବତୀ ମଧ୍ୟ ଆହତ ହୋଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି।
ଉତ୍ତର ପ୍ରଦେଶର ଲକ୍ଷ୍ନୌ ସ୍ଥିତ ଗୋଟିଏ କୋର୍ଟ ପରିସରରେ ଆଜି ପୂରା ଘଟଣା ଘଟିଛି। ଗୁଳିମାଡ଼ରେ ପ୍ରାଣ ହରାଇଥିବା ଗ୍ୟାଙ୍ଗଷ୍ଟର ଜଣଙ୍କ ହେଲା ସଞ୍ଜୀବ ମାହେଶ୍ୱରୀ ଜେଭା। ସେ ଗ୍ୟାଙ୍ଗଷ୍ଟରରୁ ରାଜନେତା ବନିଥିବା ମୁଖତାର ଅନସାରୀଙ୍କ ଅତ୍ୟନ୍ତ ଘଟିଛି। ଅନସାରୀଙ୍କ ଭଳି ସଞ୍ଜୀବ ନାଁରେ ମଧ୍ୟ ଏକାଧିକ ମାମଲା ରହିଛି।
ସେଥି ମଧ୍ୟରୁ ଆଜି ଗୋଟିଏ ଅପରାଧିକ ମାମଲାର ଶୁଣାଣି ପାଇଁ ପୁଲିସ୍ ତାକୁ କୋର୍ଟରେ ହାଜର କରାଇଥିଲା। ତେବେ କୋର୍ଟରେ ଓକିଲ ବେଶରେ ଥିବା ଜଣେ ବ୍ୟକ୍ତି ସଞ୍ଜୀବ ଓ ସେଠାରେ ଥିବା ଅନ୍ୟମାନଙ୍କ ଉପରକୁ ଗୁଳି ଚଳାଇଥିଲା। ଏକାଧିକ ଗୁଳି ସଞ୍ଜୀବ ଦେହରେ ବାଜିବାରୁ ଘଟଣାସ୍ଥଳରେ ହିଁ ତା’ର ମୃତ୍ୟୁ ଘଟିଥିଲା।
ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଗୁଳିକାଣ୍ଡ ଘଟଣାରେ ଏକାଧିକ ଲୋକ ସାମିଲ ଅଛନ୍ତି। ତେବେ ଗୁଳି ଜଣେ ଚଳାଇଛି। ଅନ୍ୟମାନେ କୋର୍ଟରେ ଓକିଲ ବେଶରେ ରହିଥିଲେ। ସଞ୍ଜୀବ ମଧ୍ୟ ଜଣେ ଶାର୍ଫ ଶୁଟର। ହେଲେ ଆଜି ଗୁଳି ମାଡ଼ରେ ତା’ର ଖେଳ ଶେଷ ହୋଇଛି। ଗୁଳିମାଡ଼ ପରେ ଆକ୍ରମଣକାରୀମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି।
ଗୁଳିମାଡ଼ରେ ଆହତ ହୋଇଥିବା ପୁଲିସ୍ କର୍ମଚାରୀ ଓ ଅନ୍ୟମାନଙ୍କୁ ଲକ୍ଷ୍ନୌ ସିଭିଲ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଯାଇଛି। ଘଟଣା ପରେ ଲକ୍ଷ୍ନୌ କୋର୍ଟରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Jeeva_1686138415.jpg)