Advertisment

ସରପଞ୍ଚଙ୍କ ନିୟମ, ଯେଉଁ ମାଲିକ ଗାଈ ଛାଡିବ ଚପଲରେ 5 ପାହାର ଖାଇ ତଣ୍ଡ ଗଣିବ

ଗାଈକୁ ମୁକ୍ତ ଭାବେ ଛାଡିଦେଲେ ମାଲିକଙ୍କୁ ମିଳିବ ଦଣ୍ଡ। ଏମିତି ସେମିତି ଦଣ୍ଡ ନୁହେଁ, ଚପଲରେ 5 ପ୍ରହାର ଖାଇବା ପରେ 500 ଟଙ୍କା ତଣ୍ଡ ଗଣିବାକୁ ପଡିବ।

5 slaps with slippers if cattle found roaming

5 slaps with slippers if cattle found roaming

Advertisment

ଗାଈକୁ ମୁକ୍ତ ଭାବେ ଛାଡିଦେଲେ ମାଲିକଙ୍କୁ ମିଳିବ ଦଣ୍ଡ। ଏମିତି ସେମିତି ଦଣ୍ଡ ନୁହେଁ, ଚପଲରେ 5 ପ୍ରହାର ଖାଇବା ପରେ 500 ଟଙ୍କା ତଣ୍ଡ ଗଣିବାକୁ ପଡିବ। ଏପରି ଅଜବ ଏବଂ ଅଗ୍ରହଣୀୟ ନିୟମ ଲାଗୁ କରିଛନ୍ତି ମଧ୍ୟପ୍ରଦେଶର ଜଣେ ଗ୍ରାମ ସରପଞ୍ଚ। ରାଜ୍ୟର ନାଗନାଡୁଇ ଗାଁରେ ଘରକୁ ଘର ଯାଇ ସରପଞ୍ଚଙ୍କ ଏକ ଟିମ୍ ଏହି ଦଣ୍ଡ ବାବଦରେ ଘୋଷଣା କରିଛନ୍ତି।

Advertisment

ଏହି ନିୟମ ଲାଗୁ ପାଇଁ ଗାଁକୁ ଯାଇ ଡିଙ୍ଗିରା ପିଟି କୁହାଯାଇଛି। ଗ୍ରାମବାସୀଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଡ୍ରମ ବଜାଇ ଏହି ନିୟମ ଘୋଷଣା କରାଯାଉଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି। ଭିଡିଓରେ ଏହା କୁହାଯାଉଛି ଯେ, ଯଦି ଗାଁର କୌଣସି ବ୍ୟକ୍ତିଙ୍କ ଗୋରୁ-ଗାଈ ମୁକ୍ତ ଭାବରେ ଗାଁରେ ବୁଲୁଥିବାର ଦେଖାଯାଏ, ତେବେ ସେମାନଙ୍କୁ ପାଞ୍ଚଥର ଚପଲରେ ମାଡ ମରାଯିବ ଏବଂ ତାଙ୍କୁ 500 ଟଙ୍କା ଜରିମାନା ଦେବାକୁ ପଡିବ।

ସେପଟେ ଏହି ନିୟମକୁ ବିରୋଧ କରିଛନ୍ତି ଗ୍ରାମବାସୀ। ନିୟମ ପ୍ରତ୍ୟାହାର ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି। ଏଥିସହ ଗ୍ରାମବାସୀ ମଧ୍ୟ ଏହି ମାମଲାରେ ସବ-ଡିଭିଜନାଲ ମାଜିଷ୍ଟ୍ରେଟ(ଏସଡିଏମ)ଙ୍କ ହସ୍ତକ୍ଷେପ ଲୋଡିଛନ୍ତି।

Advertisment
Madhya Pradesh News Village Sarapanch Rule 5 Slaps With Slippers If Cattle Found Roaming
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe