Advertisment

Supreme Court: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ଶୁକ୍ରବାର ବିବାଦୀୟ ଭୋଜଶାଳାରେ ହେବ ଉଭୟ ସରସ୍ୱତୀ ପୂଜା ଓ ନମାଜ ପାଠ

ମଧ୍ୟାହ୍ନ ୧ରୁ ୩ଟା ମଧ୍ୟରେ ନମାଜ ପାଠ ପାଇଁ କମ୍ପ୍ଲେକ୍ସ ଭିତରେ ସ୍ୱତନ୍ତ୍ର ସ୍ଥାନ ଉପଲବ୍ଧ କରାଯିବ। ଏହି ସ୍ଥାନରେ ପ୍ରବେଶ ଓ ପ୍ରସ୍ଥାନ ପାଇଁ ଅଲଗା ଅଲଗା ରାସ୍ତା ରହିବ। ଏହା ଦ୍ୱାରା ବେଶ ଭଲ ଭାବେ ନମାଜ ପାଠ କରାଯାଇ ପାରିବ।

Bhojanshala

ଭୋଜଶାଳା

Advertisment

ମଧ୍ୟପ୍ରଦେଶର ଧାର ସ୍ଥିତ ବିବାଦୀୟ ଭୋଜଶାଳା କମ୍ପ୍ଲେକ୍ସରେ ଆସନ୍ତାକାଲି (ଶୁକ୍ରବାର) ଉଭୟ ହିନ୍ଦୁ ଓ ମୁସଲିମ ଶ୍ରଦ୍ଧାଳୁମାନେ ପ୍ରାର୍ଥନା କରିପାରିବେ। ଆସନ୍ତାକାଲି ସରସ୍ୱତୀ ପୂଜା ଥିବା ବେଳେ ପାରମ୍ପରିକ ଶୁକ୍ରବାର ପ୍ରାର୍ଥନା ବା ଜୁମା ମଧ୍ୟ ରହିଛି। ଏହାକୁ ଦୃଷ୍ଟିରେ ରଖି ଆଜି ସୁପ୍ରିମକୋର୍ଟ(Supreme Court) ସଦଭାବନା ରକ୍ଷା କରିବାକୁ ଏପରି ନିର୍ଦ୍ଦେଶ ଦେଇଛନ୍ତି। 

Advertisment

କୋର୍ଟଙ୍କ ଆଗରେ ପ୍ରଥମେ ଗୋଟିଏ ପ୍ରସ୍ତାବ ରଖାଯାଇଥିଲା। ଏହି ପ୍ରସ୍ତାବ ଅନୁସାରେ ଜୁମା ନମାଜ ପାଠ ବା ଜୁମା ପ୍ରାର୍ଥନା ଦିନ ୧ଟାରୁ ୩ଟା ମଧ୍ୟରେ ମସଜିଦ ମଧ୍ୟରେ ଥିବା ଧାର୍ଯ୍ୟ ସ୍ଥାନରେ ହେବ। ଏହାଦ୍ୱାରା ନମାଜ ପାଠ ପରେ ଲୋକମାନେ ସହଜରେ ବାହାରକୁ ଯାଇ ପାରିବେ। ସମାନ ଭାବେ ସରସ୍ୱତୀ ପୂଜା ମଧ୍ୟ କମ୍ପ୍ଲେକ୍ସ ମଧ୍ୟରେ ବ୍ୟବସ୍ଥା କରାଯିବ। ଏହି ପ୍ରସ୍ତାବ ଶୁଣିବା ପରେ ସୁପ୍ରିମକୋର୍ଟ ଉଭୟ ସଂପ୍ରଦାୟର ଲୋକଙ୍କୁ ଭୋଜନଶାଳାରେ ପ୍ରାର୍ଥନା ଓ ପୂଜା କରିବାକୁ ଅନୁମତି ଦେଇଛନ୍ତି।

କୋର୍ଟ କହିଛନ୍ତି, “ଗୋଟିଏ ଉଚିତ ପ୍ରସ୍ତାବ ଆସିଛି। ମଧ୍ୟାହ୍ନ ୧ରୁ ୩ଟା ମଧ୍ୟରେ ନମାଜ ପାଠ ପାଇଁ କମ୍ପ୍ଲେକ୍ସ ଭିତରେ ସ୍ୱତନ୍ତ୍ର ସ୍ଥାନ ଉପଲବ୍ଧ କରାଯିବ। ଏହି ସ୍ଥାନରେ ପ୍ରବେଶ ଓ ପ୍ରସ୍ଥାନ ପାଇଁ ଅଲଗା ଅଲଗା ରାସ୍ତା ରହିବ। ଏହା ଦ୍ୱାରା ବେଶ ଭଲ ଭାବେ ନମାଜ ପାଠ କରାଯାଇ ପାରିବ। ସମାନ ଭାବେ ବସନ୍ତ ପଞ୍ଚମୀ ଅବସରରେ ହିନ୍ଦୁ ସଂପ୍ରଦାୟର ଲୋକଙ୍କ ପାଇଁ ପାରମ୍ପରିକ ସମାରୋହ ଆୟୋଜନ କରିବା ପାଇଁ ଅଲଗା ସ୍ଥାନ ଉପଲବ୍ଧ କରାଯିବ।”

Advertisment

ଭୋଜନଶାଳା କମ୍ପ୍ଲେକ୍ସ ହେଉଛି ୧୧ତମ ଶତାବ୍ଦୀର ଐତିହ୍ୟ। ଏହାର ସୁରକ୍ଷା ଓ ରକ୍ଷାଣବେକ୍ଷଣ ଦାୟିତ୍ୱ ଏଏସ୍‌ଆଇ ପାଖରେ ରହିଛି। ଏହି ଐତିହ୍ୟ ସ୍ଥଳୀକୁ ନେଇ ଦୀର୍ଘ ବର୍ଷ ହେଲାଣି ଗୋଟିଏ ଧାର୍ମିକ ବିବାଦ ଲାଗି ରହିଛି। ମା’ ସରସ୍ୱତୀୟଙ୍କ ପାଇଁ ଏହା ଗୋଟିଏ ମନ୍ଦିର ବୋଲି ହିନ୍ଦୁମାନେ କହୁଛନ୍ତି। ମୁସଲିମମାନେ ଏହାକୁ କମଲ ମୌଲା ମସଜିଦ ଭାବେ ବିବେଚନା କରୁଛନ୍ତି। 

ଭୋଜ ଉତ୍ସବ କମିଟି ଜାନୁଆରୀ ୨୩ରେ ଦିନ ତମାମ ସରସ୍ୱତୀ ପୂଜା ଏଠାରେ କରିବାକୁ ଅଧିକାରୀମାନଙ୍କ ଠାରୁ ଅନୁମତି ମାଗିଥିଲା। ସେହିପରି ମୁସଲିମ ସଂପ୍ରଦାୟର ଲୋକମାନେ ଗୋଟିଏ ଦାବିପତ୍ର ଦାଖଲ କରି ଶୁକ୍ରବାର ପ୍ରାର୍ଥନା ପାଇଁ ଦିନ ୧ରୁ ୩ଟା ମଧ୍ୟରେ ସମୟ ଦେବାକୁ ଅନୁମତି ମାଗିଥିଲେ।

ଗତ ୨୩ ବର୍ଷ ଧରି ଗୋଟିଏ ବୁଝାମଣା ଅନୁସାରେ ମଙ୍ଗଳବାର ଭୋଜଶାଳାରେ ପୂଜା ଅର୍ଚ୍ଚନା ପାଇଁ ହିନ୍ଦୁମାନଙ୍କୁ ଏଏସଆଇ ଅନୁମତି ଦେଇଥିବା ବେଳେ ଶୁକ୍ରବାର ଏଠାରେ ମୁସଲିମମାନେ ନମାଜ ପାଠ କରୁଛନ୍ତି। 

୨୦୨୧୬ରେ ବସନ୍ତ ପଞ୍ଚମୀ ଶୁକ୍ରବାର ପଢ଼ିବାରୁ ଉକ୍ତ ସ୍ଥାନରେ ପ୍ରବଳ ବିକ୍ଷୋଭ ଓ ସଂଘର୍ଷ ଦେଖିବାକୁ ମିଳିଥିଲା। ୨୦୨୬ରେ ସମାନ ସ୍ଥିତି ଆଶଙ୍କାରେ ସୁପ୍ରିମକୋର୍ଟ ଆଜି ଉଭୟ ସଂପ୍ରଦାୟ ପାଇଁ ପ୍ରାର୍ଥନା କରିବାକୁ ସମୟ ଧାର୍ଯ୍ୟ କରିଛନ୍ତି। 

ହାଇକୋର୍ଟଙ୍କ ପାଖକୁ ପଠାଇଲେ ମୂଳ ମାମଲା 

ଧାର ଭୋଜଶାଳା ସହ ଜଡ଼ିତ ମୂଳ ବିବାଦ ମାମଲାକୁ ସୁପ୍ରିମକୋର୍ଟ ଆଜି ମଧ୍ୟ ପ୍ରଦେଶ ହାଇକୋର୍ଟଙ୍କ ନିକଟକୁ ପଠାଇ ଦେଇଛନ୍ତି। ଏଥସହ ଡିଭଜନାଲ ବେଞ୍ଚଙ୍କୁ ତୁରନ୍ତ ଗୁରୁତ୍ୱ ଦେବାକୁ କହିଛନ୍ତି। ସର୍ବୋଚ୍ଚ ଅଦାଲତ ନିଜ ପାଖରେ ହୋଇଥିବା ଆବେଦନର ଶୁଣାଣିକୁ ଅଗ୍ରାହ୍ୟ କରି ୨ ସପ୍ତାହ ମଧ୍ୟରେ ମୂଳ ବିବାଦର ଶୁଣାଣି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଏଏସଆଇ ଦାଖଲ କରିଥିବା ସିଲ ରିପୋର୍ଟକୁ ଓପନ କୋର୍ଟରେ ଖୋଲିବାକୁ ମଧ୍ୟ ସର୍ବୋଚ୍ଚ ଅଦାଲତ କହିଛନ୍ତି। 

Supreme Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe