Advertisment

ହୁ ହୁ ହୋଇ ଜଳି ଗଲା ହଜ ଯାତ୍ରୀଙ୍କୁ ନେଇ ଯାଉଥିବା ବସ୍‌

ଏହି ବସ୍‌ରେ ୪୦ରୁ ଅଧିକ ଯାତ୍ରୀ ଥିଲେ।

haj-yatri-bus-fire

haj-yatri-bus-fire

Advertisment

ଭୟଙ୍କର ଅଗ୍ନିକାଣ୍ଡ। ହଜ ଯାତ୍ରୀଙ୍କୁ ନେଉ ଯାଉଥିବା ବସ୍‌ରେ ଲାଗିଲା ନିଆଁ। ଦେଖୁ ଦେଖୁ ହୁ ହୁ ହୋଇ ଜଳିଗଲା ଟ୍ରାଭେଲ ବସ୍‌। ତେବେ ଅଳ୍ପକେ ବର୍ତ୍ତିଗଲେ ହଜ୍‌ ଯାତ୍ରୀ। ମହାରାଷ୍ଟ୍ର ସତାରାରେ ଘଟିଛି ଏଭଳି କିଛି ଅଗ୍ନିକାଣ୍ଡ।

Advertisment

ସତାରାର ମିରାଜରୁ ହଜ ଯାତ୍ରା ପାଇଁ ଏକ ବସ୍‌ ଯାଉଥିଲା। ଏହି ବସ୍‌ରେ ୪୦ରୁ ଅଧିକ ଯାତ୍ରୀ ଥିଲେ। ତେବେ ଆଜି ଭୋରୁ ହଠାତ୍‌ ଏଥିରେ ନିଆଁ ଲାଗି ହୁ ହୁ ଜଳିବାକୁ ଲାଗିଥିଲା। ମିରାଜରୁ ମୁମ୍ବାଇ ଡଲଫିନ୍ କମ୍ପାନୀର MH 03 CP 4500 ର ଟ୍ରାଭେଲ୍‌ ବସରେ ନିଆଁ ଲାଗିବା ପରେ ଯାତ୍ରୀମାନେ ଛାନିଆଁ ହୋଇଯାଇଥିଲେ। ତେବେ କୌଣସି ଅଘଟଣ ଘଟିବା ପୂର୍ବରୁ ସମସ୍ତ ଯାତ୍ରୀ ବର୍ତ୍ତି ଯାଇଥିବା ସୂଚନା ମିଳିଛି।

ଏହି ଦୁର୍ଘଟଣାରେ କେହିବି ମୃତାହତ ହୋଇନାହାନ୍ତି। ବସ୍‌ରୁ ଧୂଆଁ ବାହାରିବା ପରେ ପ୍ରଥମେ ଡ୍ରାଇଭର ଆଲର୍ଟ ହୋଇ ସମସ୍ତ ଯାତ୍ରୀଙ୍କୁ ସୂଚନା ଦେଇଥିଲେ। ଏହାପରେ ସମସ୍ତେ ବସ୍‌ ଭିତରୁ ବାହାରି ଆସିଥିଲେ। ତେବେ ବିଦ୍ୟୁତ ତାରରେ ସର୍ଟ ସର୍କିଟ୍‌ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ତେବେ ନିଆଁ ଲିଭିଯାଇଥିଲେ ମଧ୍ୟ ଏହି ଟ୍ରାଭେଲ ବସ୍‌ ସମ୍ପୂର୍ଣ୍ଣ ଜଳି ଯାଇଥିବା ସୂଚନା ମିଳିଛି। ସେପଟେ ନିଆଁ ଲାଗିବା ଯୋଗୁ ଯାତ୍ରୀଙ୍କ ଅନେକ ବ୍ୟାଗ୍‌ ଓ ଜିନିଷ ପତ୍ର ଜଳି ଯାଇଛି।

Advertisment
Bus Catch Fire Accident Maharashtra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe