Advertisment

ନାସା ଉପଗ୍ରହ ଚିତ୍ରରେ ଭାରତର ଧୁଆଁ

ପଞ୍ଜାବ, ହରିୟାଣା, ଉତ୍ତର ପ୍ରଦେଶ ଓ ରାଜସ୍ଥାନର ଚାଷ ଜମିରେ ନଡ଼ା ନିଆଁର ଧୁଆଁ ଆସିବା ଯୋଗୁ ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ବଢ଼ୁଛି।

author-image
Manoj Swain
ଅଦ୍ୟତନ ହୋଇଛି
NASA Satellite Pics Show Smog From Punjab To Bay Of Bengal

NASA Satellite Pics Show Smog From Punjab To Bay Of Bengal

ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣ ଏବେ ସାଂଘାତିକ ସ୍ଥିତିରେ ପହଞ୍ଚିଛି। ବାୟୁ ପ୍ରଦୂଷଣର ସ୍ତର ଗମ୍ଭୀର ହେବାରୁ ଦିଲ୍ଲୀ ସରକାର ସ୍କୁଲ ବନ୍ଦ କରିବା ଏବଂ ଗାଡ଼ିମଟର ଚଳାଚଳ ଉପରେ କଟକଣା କରିବା ଭଳି ବିଭିନ୍ନ ଜରୁରୀକାଳୀନ ପଦକ୍ଷେପ ଲାଗୁ କରିଛନ୍ତି। ତେବେ ଏହାରି ଭିତରେ ଭାରତରେ ବାୟୁ ପ୍ରଦୂଷଣର ଚିତ୍ର ଶେୟାର କରିଛି ନାସା।

Advertisment

ପଞ୍ଜାବ, ହରିୟାଣା, ଉତ୍ତର ପ୍ରଦେଶ ଓ ରାଜସ୍ଥାନର ଚାଷ ଜମିରେ ନଡ଼ା ନିଆଁର ଧୁଆଁ ଆସିବା ଯୋଗୁ ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ବଢ଼ୁଛି। ଏହି ବିଷାକ୍ତ ଧୂଆଁ ପାକିସ୍ତାନରୁ ବଙ୍ଗୋପସାଗର ପର୍ଯ୍ୟନ୍ତ କିଭଳି ବ୍ୟାପିବାରେ ଲାଗିଛି ତାହା ନାସାର ଉପଗ୍ରହ ଚିତ୍ରରେ କଏଦ ହୋଇଛି।

ନାସାର ଉପଗ୍ରହ ଚିତ୍ରର ତଥ୍ୟ ଅନୁଯାଇ, ଗତ ଅକ୍ଟୋବର ୨୯ ତାରିଖ ଦିନ ୧,୦୬୮ଟିଚାଷଜମିର ନଡ଼ାରେନିଆଁଲାଗିବା ସହ ୭୪୦ ପ୍ରତିଶତବୃଦ୍ଧିପାଇଛି । ଯାହାକିଚଳିତଅମଳଋତୁରେଗୋଟିଏଦିନରେସର୍ବାଧିକ ।

Advertisment

ବୁଧବାର ଦିନ ରାଜଧାନୀ ଦିଲ୍ଲୀ- ଏନସିଆର ସହ କେତେକ ଅଞ୍ଚଳରେ ଏୟାର କ୍ୱାଲିଟି ଇଣ୍ଡେକ୍ସ (AQI) ତଥା ବାୟୁର ମାନକ ୫୦୦ ଅତିକ୍ରମ କରିଥିବାବେଳେ ଗତ ୬ ଦିନ ଧରି ବିଶ୍ୱର ସବୁଠାରୁ ପ୍ରଦୂଷିତ ସହର ତାଲିକାର ଶୀର୍ଷରେ ରହିଛି ନୂଆଦିଲ୍ଲୀ। ଗ୍ରେଡେଡ୍ ରେସପନ୍ସ ଆକ୍ସନ୍ ପ୍ଲାନ୍ (GRAP)ର ଚତୁର୍ଥ ପର୍ଯ୍ୟାୟରେ ପ୍ରଦୂଷଣ ନିରୋଧୀ ଗାଇଡ଼ଲାଇନ ଜାରି କରାଯିବା ସହ ରାଜଧାନୀରେ ଡିଜେଲ ଟ୍ରକ୍ ଓ ନିର୍ମାଣ କାର୍ଯ୍ୟ ଉପରେ କଟକଣା ଜାରି କରାଯାଇଛି।

ସେହିଭଳି ଦିଲ୍ଲୀ, ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ଓ ରାଜସ୍ଥାନ ସରକାର ତୁରନ୍ତ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରି କିପରି ନଡ଼ା ନିଆଁକୁ ରୋକାଯାଇପାରିବ ସେନେଇ ପଦକ୍ଷେପ ନେବାକୁ ସୁପ୍ରିମକୋର୍ଟ କହିଛନ୍ତି। ପୂର୍ବରୁ ରାଜ୍ୟ ସରକାରମାନେ ନଡ଼ା ଜଳିବା ଉପରେ ରୋକ ଲଗାଇବା ପାଇଁ ପଦକ୍ଷେପ ନିଅନ୍ତୁ ବୋଲି ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଥିଲେ।

Delhi Delhi Pollution