Advertisment

ସତୀଶ କୌଶିକଙ୍କ ମୃତ୍ୟୁ ଟ୍ୱିଷ୍ଟ, PA ସମତେ ୨୦ ଜଣଙ୍କୁ ଜେରା

ବିକାଶ ମାଲୁଙ୍କ ଦିଲ୍ଲୀ ସ୍ଥିତ ଫାର୍ମହାଉସରେ ପହଞ୍ଚି ତନାଘନା ଆରମ୍ଭ କରିଛି।

Satish Kaushik

Satish Kaushik

Advertisment

ବଲିଉଡର ଦିବଙ୍ଗତ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କ ମୃତ୍ୟୁ ମାମଲାକୁ ନେଇ ପ୍ରତିଦିନ ନୂଆ ନୂଆ ଖୁଲାସା ହେଉଛି। ଫାର୍ମ ହାଉସ ମାଲିକ ତଥା ସତୀଶଙ୍କ ବନ୍ଧୁ ବିକାଶ ମାଲୁଙ୍କ ବିରୋଧରେ ତାଙ୍କ ପତ୍ନୀ ସତୀଶଙ୍କୁ ହତ୍ୟା କରିଥିବା ନେଇ ଅଭିଯୋଗ ଆଣିବା ପରେ ଏବେ ସନ୍ଦେହ ଘନେଇବାରେ ଲାଗିଛି। ପୁଲିସ ତତ୍ପର ହୋଇଉଠିଛି। ଛାନ୍‌ଭିନ୍ ଆରମ୍ଭ କରିଛି।

Advertisment

ସୀତଶ କୌଶିକଙ୍କ ମୃତ୍ୟୁ ମାମଲାର ତଦନ୍ତ ପାଇଁ ବ୍ୟବସାୟୀ ବିକାଶ ମାଲୁଙ୍କ ଦିଲ୍ଲୀ ସ୍ଥିତ ଫାର୍ମହାଉସରେ ପହଞ୍ଚି ତନାଘନା ଆରମ୍ଭ କରିଛି ପୁଲିସ। ଦିଲ୍ଲୀ ପୁଲିସ ଏହି ମାମଲାରେ ୧୭୪ ସିଆର୍‌ପିସି ଅନୁଯାୟୀ ମାମଲା ରୁଜୁ କରିବା ସହ ପିଏ ସମତେ ୨୦ ଜଣଙ୍କୁ ଜେରା କରିଛି।

ଏହାପୂର୍ବରୁ ସତୀଶଙ୍କ ବନ୍ଧୁ ବିକାଶ ମାଲୁଙ୍କ ବୟାନ ରେକର୍ଡ କରିସାରିଛି ପୁଲିସ। ସେ ନିଜ ବୟାନରେ ସତୀଶଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବା କହିଥିଲେ। ପତ୍ନୀଙ୍କ ବୟାନ ରେକର୍ଡ ପରେ ପୁଲିସ ପୁଣି ଥରେ ବିକାଶ ମାଲୁଙ୍କ ବୟାନ ରେକର୍ଡ କରିବ ବୋଲି କୁହାଯାଉଛି। ସତୀଶ କୌଶିକଙ୍କ ପିଏ, ଫାର୍ମ ହାଉସ ମାଲିକ, ଗାର୍ଡ, ଘଟଣା ଦିନ ଫାର୍ମ ହାଉସରେ ଉପସ୍ଥିତ ଥିବା ୨୦ ଅତିଥିଙ୍କ ବୟାନ ରେକର୍ଡ କରାଯାଇଛି।  

Advertisment

ଫାର୍ମ ହାଉସରେ ହୋଲି ପାର୍ଟି ପରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ସତୀଶ କୌଶିକ ଏବଂ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିଲା। ପୁଲିସ ବିକାଶଙ୍କ ଫାର୍ମହାଉସରେ ପହଞ୍ଚି ହୋଲି ପାର୍ଟିରେ ଉପସ୍ଥିତ ଥିବା ଷ୍ଟାଫ୍ ଓ ଗାର୍ଡଙ୍କୁ ପଚରାଉଚରା କରିବା ସହିତ ଏଣ୍ଟ୍ରି ରେଜିଷ୍ଟର୍ ଯାଞ୍ଚ କରିଛି।

ବିକାଶ ମାଲୁଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଛନ୍ତି ଖୋଦ ବିକାଶଙ୍କ ଦ୍ୱିତୀୟ ପତ୍ନୀ। ପୁଲିସରେ ଅଭିଯୋଗ କରିଛନ୍ତି ଯେ, ବିକାଶ ଏବଂ ସତୀଶଙ୍କର ବ୍ୟବସାୟିକ ସଂପର୍କ ଥିଲା। ବିକାଶ ସତୀଶଙ୍କ ଠାରୁ ୧୫ କୋଟି ଟଙ୍କା ଋଣ ନେଇଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଥିଲା। ତାଙ୍କ ଫାର୍ମହାଉସରୁ କିଛି ସନ୍ଦେହଜନକ ଔଷଧ ମଧ୍ୟ ମିଳିଛି। ତେଣୁ ସତୀଶଙ୍କ ମୃତ୍ୟୁ ପଛରେ ତାଙ୍କ ସ୍ୱାମୀ ବିକାଶଙ୍କ ହାତ ଥିବା ଅଭିଯୋଗ କରିଛନ୍ତି ସାନ୍‌ଭୀ। 

ଅନ୍ୟପକ୍ଷରେ ବିକାଶ ଏହି ଅଭିଯୋଗକୁ ଖଣ୍ଡନ କରିବା ସହିତ, ତାଙ୍କ ପତ୍ନୀ ମିଡିଆରେ ହାଇଲାଇଟ୍ ହେବାକୁ ଚାହୁଁଛନ୍ତି ବୋଲି କହିଛନ୍ତି। 

Satish Kaushik Delhi Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe