Advertisment

ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କୁ ସିବିଆଇ ସମନ

ଏହି ଯୋଜନା ୨୦୧୮ ସେପ୍ଟେମ୍ବର ୧୮ରେ କାର୍ଯ୍ୟକାରୀ କରାଯାଇଥିଲା। ୩.୫ ଲକ୍ଷ କର୍ମଚାରୀଙ୍କୁ ଏଥିରେ ସାମିଲ କରାଯାଇଥିଲା। କିନ୍ତୁ କାର୍ଯ୍ୟକାରୀ ହେବାର ମାସକ ମଧ୍ୟରେ ଏହାକୁ ବାତିଲ କରାଯାଇଥିଲା।

author-image
Hemant Lenka
Satya Pal Malik

Satya Pal Malik

ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଳ ମଲିଙ୍କୁ ସିବିଆଇ ସମନ କରିଛି। ଏପ୍ରିଲ ୨୮ ତାରିଖରେ ତାଙ୍କୁ ସିବିଆଇ ଜେରା କରିବାକୁ ଚାହୁଁଥିବା ସମନରେ ଉଲ୍ଲେଖ କରିଛି। ଶିଳ୍ପପତି ଅନୀଲ ଅମ୍ବାନୀଙ୍କ ରିଲାଏନ୍ସ ଜେନେରାଲ ଇନସ୍ୟୁରାନ୍ସ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗ ଘଟଣାରେ ସିବିଆଇ ଖୋଳତାଡ଼ କରୁଛି। ଏହି ମାମଲାର ଜଣେ ସାକ୍ଷୀ ଭାବେ ସତ୍ୟପାଲ ମଲିକଙ୍କ ଠାରୁ ସିବିଆଇ ତଥ୍ୟ ହାସଲ କରିବାକୁ ଚାହୁଁଥିବାରୁ ତାଙ୍କୁ ସମନ କରିଛି। 

Advertisment

ସମନ ସମ୍ପର୍କରେ ସତ୍ୟପାଲ ମଲିକ କହିଛନ୍ତି ଯେ “ସିବିଆଇ ମୋ କିଛି ବୟାନ ଉପରେ ସ୍ପଷ୍ଟୀକରଣ ପାଇଁ ଡାକିଛି। ମୋତେ କେନ୍ଦ୍ରୀୟ ଦିଲ୍ଲୀର ଆକବର ରୋଡ ଗେଷ୍ଟ ହାଉସକୁ ଡକା ଯାଇଛି। ମୁଁ ଏବେ ରାଜସ୍ଥାନ ଯାଉଛି। ତେଣୁ ମୁଁ ସେମାନଙ୍କ ଏପ୍ରି ୨୭ରୁ ୨୯ ମଧ୍ୟରେ ଉପଲବ୍ଧ ହେବି ବୋଲି କହିଛି।”

ଜମ୍ମୁ-କଶ୍ମୀରର ରାଜ୍ୟପାଳ ଥିବା ବେଳେ ସତ୍ୟପାଲ ମଲିକ ରିଲାଏନ୍ସ କମ୍ପାନୀର ଗୋଟିଏ ବୀମା ଡିଲ୍‌କୁ ବାତିଲ କରି ଦେଇଥିଲେ। ଜମ୍ମୁ-କଶ୍ମୀରରେ କାର୍ଯ୍ୟରତ ସରକାରୀ କର୍ମଚାରୀ ଓ ସେମାନଙ୍କ ପରିବାର ଲୋକଙ୍କ ପାଇଁ ରିଲାଏନ୍ସ ଇନସ୍ୟୁରାନ୍ସ କରାଯିବାର ଥିଲା। ହେଲେ ଏଥିରେ ବ୍ୟାପକ ଦୁର୍ନୀତି ଓ ସେବା ଭଲ ନଥିବା ଅଭିଯୋଗ କରି ଶ୍ରୀ ମଲିକ ଡିଲ୍‌ ବାତିଲ କରି ଦେଇଥିଲେ।

Advertisment

ଏହାପରେ ଏଫଆଇଆର ରୁଜୁ କରାଯାଇଥିଲା। ଏଥିରେ ରିଲାଏନ୍ସ ଜେନେରାଲ ଇନସ୍ୟୁରାନ୍ସ ସହ Trinity Reinsurance Brokersକୁ ଅଭିଯୁକ୍ତ ଭାବେ ଦର୍ଶାଯାଇଛି। ସତ୍ୟପାଲ ମଲିକ ହିଁ ପ୍ରଥମେ ଏହି ବୀମା ଯୋଜନାରେ ଦୁର୍ନୀତି ଥିବା ଅଭିଯୋଗ କରିବା ପରେ ସିବିଆଇ ଆକ୍ସନ ମୋଡକୁ ଆସିଥିଲା। 

ଏହି ଯୋଜନା ୨୦୧୮ ସେପ୍ଟେମ୍ବର ୧୮ରେ କାର୍ଯ୍ୟକାରୀ କରାଯାଇଥିଲା। ୩.୫ ଲକ୍ଷ କର୍ମଚାରୀଙ୍କୁ ଏଥିରେ ସାମିଲ କରାଯାଇଥିଲା। କିନ୍ତୁ କାର୍ଯ୍ୟକାରୀ ହେବାର ମାସକ ମଧ୍ୟରେ ଏହାକୁ ବାତିଲ କରାଯାଇଥିଲା।

ସେତେବେଳେ ସତ୍ୟପାଲ ମଲିକ କହିଥିଲେ ଯେ ବୀମା ଯୋଜନାରେ ଅନେକ ପ୍ରକାରର ଦୁର୍ନୀତି ହୋଇଥିବାରୁ କର୍ମଚାରୀମାନେ ଏହାକୁ ବାତିଲ କରିବାକୁ ଚାହୁଁଛନ୍ତି। ସେ ନିଜେ ମଧ୍ୟ ଫାଇଲକୁ ଯାଞ୍ଚ କରିବା ପରେ ଦୁର୍ନୀତିର ଗନ୍ଧ ବାରିଥିଲେ। ଏଥିପାଇଁ ସେ ଯୋଜନାକୁ ବାତିଲ କରିଥିବା କହିଥିଲେ।

ନିକଟରେ ସତ୍ୟପାଲ ମଲିକ ଗୋଟିଏ ସାକ୍ଷାତକାରରେ ମଧ୍ୟ ଏହି ପ୍ରସଙ୍ଗ ଉଠାଇ ଥିଲେ। ଏଥିସହ ପୁଲୱାମା ହମଲାରେ କେମିତି ସୁରକ୍ଷାରେ ତ୍ରୁଟି ହୋଇଥିଲା, ତା’ର ଗୁମର ମଧ୍ୟ ଖୋଲିଥିଲେ।

CBI Jammu Kashmir Satya Pal Malik