Advertisment

ଜେଲ୍‌ ବାଥରୁମ୍‌ରେ ଅଚେତ ହେଲେ ସତ୍ୟେନ୍ଦ୍ର ଜୈନ, ମେଡିକାଲରେ ଭର୍ତ୍ତି

ଦୁଇ ଦିନ ତଳେ ତିହାର ଜେଲ୍‌ରେ ହଠାତ୍‌ ଅସୁସ୍ଥ ହୋଇ ପଡ଼ିବାରୁ ଜୈନଙ୍କୁ ଦିଲ୍ଲୀ ସଫଦର୍ଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ ଚିକିତ୍ସିତ ହୋଇ ଜେଲ୍‌ ଫେରିବା ପରେ ଆଜି ପୁଣି ଥରେ ସେ ଅସୁସ୍ଥ ହୋଇ ପଡ଼ିଛନ୍ତି।

author-image
Niharika Rout
Satyendar Jain

Satyendar Jain

ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ପିଛା ଛାଡ଼ୁନି ସ୍ୱାସ୍ଥ୍ୟଗତ ସମସ୍ୟା । ଆଜି ଜେଲ୍‌ର ବାଥରୁମ୍‌ରେ ବେହୋସ ହୋଇ ପଡ଼ିଲେ ପୂର୍ବତନ ମନ୍ତ୍ରୀ। ଅଚେତ ଅବସ୍ଥାରେ ତାଙ୍କୁ ତୁରନ୍ତ ଦିନଦୟାଲ ଉପାଧ୍ୟୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ସେ ଚିକିତ୍ସାଧନ ଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ସବିଶେଷ ବିବରଣୀ ମିଳି ପାରିନି ।

Advertisment

୨ ଦିନ ତଳେ ତିହାର ଜେଲ୍‌ରେ ହଠାତ୍‌ ଅସୁସ୍ଥ ହୋଇ ପଡ଼ିବାରୁ ଜୈନଙ୍କୁ ଦିଲ୍ଲୀ ସଫଦର୍ଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ ଚିକିତ୍ସିତ ହୋଇ ଜେଲ୍‌ ଫେରିବା ପରେ ଆଜି ପୁଣି ଥରେ ସେ ଅସୁସ୍ଥ ହୋଇ ପଡ଼ିଛନ୍ତି।

ଇଡି ଦ୍ୱାରା ରୁଜୁ ମନି ଲଣ୍ଡରିଂ ମାମଲାରେ ଜୈନ ଗତବର୍ଷ ମେ’ ୩୦ରେ ଗିରଫ ହୋଇଥିଲେ। ସେବେଠାରୁ ସେ ଜେଲରେ ରହିଛନ୍ତି। ସତ୍ୟେନ୍ଦ୍ର ଜୈନ ଗତ ଗୁରୁବାର ସୁପ୍ରିମକୋର୍ଟରେ ଜାମିନ ଆବେଦନ କରିଥିଲେ। ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଙ୍ଘଭୀ କୋର୍ଟରେ ଜୈନଙ୍କ ସପକ୍ଷରେ ଯୁକ୍ତି ଉପସ୍ଥାପନ କରିଥିଲେ।

Advertisment

ଜୈନ ବର୍ତ୍ତମାନ ଅତ୍ୟନ୍ତ ସାଂଘାତିକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଛନ୍ତି। ତାଙ୍କ ଓଜନ ୩୫ କେଜି କମି ସାରିଲାଣି। ସେ କଙ୍କାଳ ବନି ଗଲେଣି ବୋଲି ସେ କୋର୍ଟଙ୍କୁ କହିଥିଲେ ।

ଏହା ଶୁଣିବା ପରେ ସୁପ୍ରିମକୋର୍ଟ ନୋଟିସ କରିବା ସହ ଦିଲ୍ଲୀ ହାଇକୋର୍ଟଙ୍କ ରାୟ ବିରୋଧରେ ଜୈନଙ୍କୁ ସର୍ବୋଚ୍ଚ ଅଦାଲତଙ୍କ ଅବକାଶକାଳୀନ ବେଞ୍ଚଙ୍କ ନିକଟରେ ଆବେଦନ କରିବାକୁ ଅନୁମତି ଦେଇଥିଲେ। ଏହାପରେ ପରେ ଜେଲ୍‌ରେ ୨ ଥର ଅସୁସ୍ଥ ହୋଇ ସାରିଲେଣି ସତ୍ୟେନ୍ଦ୍ର ଜୈନ ।

AAP Delhi Satyendra Jain