Advertisment

ସତ୍ୟେନ୍ଦ୍ର ଜୈନଙ୍କ ଜାମିନ ଅବଧି ୨୫ ଯାଏ ବଢ଼ିଲା

ମନିଲଣ୍ଡରିଂ ମାମଲାରେ ଇଡି ଶ୍ରୀ ଜୈନଙ୍କୁ ଗିରଫ କରିଥିଲା।

Satyendar Jain

Satyendar Jain

Advertisment

ଆପ୍‌ ନେତା ତଥା ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ମିଳିଥିବା ମେଡିକାଲ ବେଲ୍‌ ଅବଧିକୁ ଆଜି ସୁପ୍ରିମକୋର୍ଟ ବୃଦ୍ଧି କରିଛନ୍ତି। ଆସନ୍ତା ୨୫ ତାରିଖ ଯାଏ ଏହା ବଢ଼ାଇ ଦିଆଯାଇଛି।

Advertisment

ମନିଲଣ୍ଡରିଂ ମାମଲାରେ ଇଡି ଶ୍ରୀ ଜୈନଙ୍କୁ ଗିରଫ କରିଥିଲା। ତେବେ ଜେଲ ରହଣି ବେଳେ ଅସୁସ୍ଥ ହୋଇ ପଡ଼ିଥିଲେ। ତେଣୁ ତାଙ୍କୁ ସୁପ୍ରିମକୋର୍ଟ ଜାମିନ ଦେଇଥିଲେ। ଏବେ ଏହାକୁ ବୃଦ୍ଧି କରାଯାଇଛି।

ଆଜି ଜଷ୍ଟିସ ଏଏସ୍‌ ବୋପାନ୍ନା ଓ ଜଷ୍ଟିସ ବେଲା ଏମ ତ୍ରିବେଦୀ ଶୁଶାଣି ପାଇଁ ଆସିବା କ୍ଷଣି ଇଡି ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ ଏସଭି ରାଜୁ ପକ୍ଷ ରଖିଥିଲେ। ସେ ମାମଲାର ଶୁଣାଣିକୁ ସ୍ଥଗିତ ରଖିବା ପାଇଁ ପ୍ରସ୍ତାବ ଦେବା ସହ ଅନ୍ତରୀଣ ଜାମିନ ଅବଧିକୁ ବୃଦ୍ଧି କରିବାକୁ କହିଥିଲେ।

Advertisment

ଏହାକୁ ଗ୍ରହଣ କରି ଖଣ୍ଡପୀଠ ଜାମିନ ଅବଧିକୁ ୨୫ ତାରିଖ ଯାଏ ବଢ଼ାଇ ଦେଇଥିଲେ। ଏବେ ଏହା ଉପରେ ଶୁଶାଣି ୨୫ ତାରିଖରେ ଅନୁଷ୍ଠିତ ହେବ।

ମେ’ ୨୬ରେ ମେରୁଦଣ୍ଡ ଅପରେସନ ପାଇଁ ସର୍ବୋଚ୍ଚ ଅଦାଲତ ଜୈନଙ୍କୁ ୬ ସପ୍ତାହର ଜାମିନ ଦେଇଥିଲେ। ଏହାପରେ ଏହାକୁ ପର୍ଯ୍ୟାୟକ୍ରମେ ବୃଦ୍ଧି କରାଯାଇଛି। ଆଜିକୁ ମିଶାଇ ତୃତୀୟ ଥର ପାଇଁ ତାଙ୍କ ଜାମିନ ଅବଧିକୁ ସୁପ୍ରିମକୋର୍ଟ ବଢ଼ାଇଛନ୍ତି।

ED Raid Satyendar Jain AAP Supreme Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe