Advertisment

ସୌରଭ ଗାଙ୍ଗୁଲିଙ୍କୁ ସାଇବର ଧମକ, ଥାନାକୁ ଗଲେ ଦାଦା

କୋଲକାତା ପୁଲିସ ନିକଟରେ ସେ ସାଇବର ଧମକ ଏବଂ ମାନହାନୀ ଅଭିଯୋଗ ଦାଖଲ କରିଛନ୍ତି।

Sourav Ganguly

Sourav Ganguly

Advertisment

ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇର ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ମିଳିଛି ସାଇବର ଧମକ। ଏହାକୁ ନେଇ ସେ ପୁଲିସର ଦ୍ୱାରସ୍ଥ ହୋଇଛନ୍ତି। କୋଲକାତା ପୁଲିସ ନିକଟରେ ସେ ସାଇବର ଧମକ ଏବଂ ମାନହାନୀ ଅଭିଯୋଗ ଦାଖଲ କରିଛନ୍ତି।

Advertisment

ବୁଧାବାର ସୌରଭ ଗାଙ୍ଗୁଲିଙ୍କ ସଚିବ ତରଫରୁ ଥାନାରେ ଅଭିଯୋଗ ହୋଇଛି। ଇ-ମେଲ ଜରିଆରେ ଜଣେ ମୃଣମୟ ଦାସ ନାମକ ବ୍ୟକ୍ତି ସହ ଜଡିତ ସାଇବର ଧମକ ଓ ମାନହାନୀ ମାମଲରେ ଏହି ଅଭିଯୋଗ ଦାଖଲ କରାଯାଇଛି। ଏହି ବ୍ୟକ୍ତି ସୋଶାଲ ମିଡିଆ ପ୍ଲାଟଫର୍ମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏହା ସୌରଭ ଗାଙ୍ଗୁଲିଙ୍କୁ ଟାର୍ଗେଟ କରି ବ୍ୟବହୃତ ହୋଇଛି ଯାହା ତାଙ୍କ ପ୍ରତିଷ୍ଠା ପାଇଁ କ୍ଷତିକାରକ ବୋଲି ଅଭିଯୋଗରେ କୁହାଯାଇଛି।

ଜଣେ ପୁଲିସ ଅଧିକାରୀଙ୍କ କହିବା ମୁତାବକ, ସୌରଭ ଗାଙ୍ଗୁଲିଙ୍କ ସଚିବ ମଙ୍ଗଳବାର ରାତିରେ କୋଲକାତା ପୁଲିସର ସାଇବର ବିଭାଗକୁ ଏକ ଇ-ମେଲ ପଠାଇ ଅଭିଯୋଗ କରିଛନ୍ତି। ପୁଲିସର ସୂଚନାନୁସାରେ, ଗାଙ୍ଗୁଲିଙ୍କ ସଚିବ ଇ-ମେଲ ସହିତ ଏକ ଭିଡିଓ ଲିଙ୍କ ମଧ୍ୟ ସେୟାର କରିଛନ୍ତି। ପୁଲିସ ଅଧିକାରୀ କହିଛନ୍ତି ଯେ ଆମେ ଇ-ମେଲ ପାଇଛୁ। ପୂରା ଘଟଣାର ଯାଞ୍ଚ ପରେ ତଦନ୍ତ ଜାରି ରହିଛି।

Advertisment

କହିରଖୁ ଯେ, କିଛି ଦିନ ପୂର୍ବେ ସୌରଭ ଗାଙ୍ଗୁଲି କୋଲକାତାର ଆର୍‌ଜି କର ଡାକ୍ତରଖାନାରେ ମହିଳା ଡାକ୍ତରଙ୍କୁ ଦୁଷ୍କମ ଓ ହତ୍ୟାକୁ ଘଟଣାକୁ ନିନ୍ଦା କରିଥିଲେ। ଡାକ୍ତରମାନେ କରୁଥିବା ବିରୋଧରେ ସାମିଲ ହୋଇ ସେ କ୍ୟାଣ୍ଡେଲ ଜାଳି ବିକ୍ଷୋଭ ମଧ୍ୟ କରିଥିଲେ।

Kolkata Police Cyber Bullying Sourav Ganguly
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe