Advertisment

ଆତ୍ମହତ୍ୟା ଉଦ୍ୟମ ବେଳେ ଉଦ୍ଧାର ହୋଇଥିଲେ, କିନ୍ତୁ ଏବେ କୋର୍ଟ ଦେଲେ ମୃତ୍ୟୁଦଣ୍ଡ

ପ୍ରଥମେଶଙ୍କ ଉପରେ ତାଙ୍କ ୬୮ ବର୍ଷୀୟ ବାପା ଅଶିମ. ୬୦ ବର୍ଷୀୟ ମା’ ଶୁଭଦ୍ରା ଓ ବାହାଘର ପରେ ମଧ୍ୟ ଘରେ ରହୁଥିବା ୩୮ ବର୍ଷୀୟ ଭଉଣୀ ପଲ୍ଲବୀ ନିର୍ଭରଶୀଳ ଥିଲେ।

Death Penalty

Death Penalty

Advertisment

ଏକଦା ହାତର ସିରା କାଟି ଜୀବନ ହାରିବାକୁ ଚେଷ୍ଟା କରୁଥିଲେ। କିନ୍ତୁ ୪୨ ବର୍ଷୀୟ ପ୍ରଥମେଶ ଘୋଷାଲଙ୍କୁ ନାଟକୀୟ ଢଙ୍ଗରେ ଉଦ୍ଧାର କରାଯାଇଥିଲା। ସେତେବେଳେ ବେଙ୍ଗଲର ହୁଗୁଳୀ ଜିଲ୍ଲା ଧନିଆଖାଲିରେ ଘରୋଇ ଟ୍ୟୁସନ ଶିକ୍ଷକ ଭାବେ କାମ କରୁଥିବା ପ୍ରଥମେଶଙ୍କ ଜୀବନ ବଞ୍ଚି ଯାଇଥିଲା।

Advertisment

କିନ୍ତୁ ଏବେ ପ୍ରଥମେଶଙ୍କୁ ବେଙ୍ଗଲର ଗୋଟିଏ କୋର୍ଟ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହାର କାରଣ ହେଲା ୨୦୨୧ ମସିହା ନଭେମ୍ବର ୮ରେ ପ୍ରଥମେଶ ତାଙ୍କ ବୟସ୍କ ବାପା, ମା ଓ ବିବାହିତ ଭଉଣୀଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଥିଲେ।

ଟ୍ରାଏଲ କୋର୍ଟ ବିଚାରପତି ସଞ୍ଜୟ କୁମାର ଶର୍ମା ଉକ୍ତ ଟ୍ରିପଲ ମର୍ଡର ଘଟଣାକୁ ବିରଳରୁ ଅତି ବରିଳ ଅପରାଧ ବୋଲି କହି ପ୍ରଥମେଶଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି।

Advertisment

ପ୍ରଥମେଶ ସ୍ୱାଭାବରେ ବେଶ ଶାନ୍ତ ଓ ନମ୍ର। ସେ ଜଣେ ମିଷ୍ଠଭାଷୀ ବ୍ୟକ୍ତି ଭାବେ ପରିଚିତ ଥିଲେ। ଘର ଘର ବୁଲି ସେ ପିଲାମାନଙ୍କୁ ଗଣତି ଓ ବିଜ୍ଞାନ ପାଠ ପଢ଼ାଉଥିଲେ। ପରିବାରରେ ସେ ଏକମାତ୍ର ରୋଜଗାରିଆ ଥିଲେ।

ପ୍ରଥମେଶଙ୍କ ଉପରେ ତାଙ୍କ ୬୮ ବର୍ଷୀୟ ବାପା ଅଶିମ. ୬୦ ବର୍ଷୀୟ ମା’ ଶୁଭଦ୍ରା ଓ ବାହାଘର ପରେ ମଧ୍ୟ ଘରେ ରହୁଥିବା ୩୮ ବର୍ଷୀୟ ଭଉଣୀ ପଲ୍ଲବୀ ନିର୍ଭରଶୀଳ ଥିଲେ।

ଘଟଣା ଦିନ ପ୍ରଥମେଶଙ୍କ ପାଖକୁ ଧାର୍ଯ୍ୟ ସମୟ ଅନୁସାରେ କିଛି ପିଲା ପାଠପଢ଼ିବାକୁ ଆସିଥିଲେ। ସେମାନେ ଘରର କବାଟ ବାଡ଼େଇଥିଲେ ହେଁ ସେମାନେ ଭିତରର ଦୃଶ୍ୟ ଦେଖି ପୂରା ଚକିତ ହୋଇଯାଇଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପ୍ରଥମେଶ ଘରର କବାଟ ଖୋଲିଥିଲେ। ଏହାକୁ ଦେଖି ପିଲାମାନେ ପୂରା ସ୍ତବ୍ଧ ହୋଥଯାଇଥିଲେ। ପିଲାମାନେ ହୁଗୁଳୀ ପୁଲିସ୍‌କୁ ଏ ସମ୍ପର୍କରେ ପୁଲିସ୍‌କୁ ଖବର ଦେଇଥିଲେ।

ଖବର ପାଇ ପୁଲିସ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା ଓ ତାଙ୍କୁ ହସ୍ପିଟାଲ ନେଇଥିଲା। ତାଙ୍କ ଘର ଭିତରୁ ବାପା, ମା’ ଓ ଭଉଣୀଙ୍କ ମୃତଦେ ମିଳିଥିଲା। ପ୍ରଥମେଶ ପ୍ରଥମେ ସମସ୍ତଙ୍କ ମୁଣ୍ଡକୁ ଜୋରରେ ଆଘାତ ଦେଇଥିଲେ। ଏହାପରେ ସେମାନେ ତଳେ ପଡ଼ିଯିବାରୁ ପ୍ରଥମେଶ ସମସ୍ତଙ୍କ ତଣ୍ଟି କାଟି ଦେଇଥିଲେ।

ଘଟଣା ପରେ ପ୍ରଥମେଶ ମଧ୍ୟ ନିଜ ହାତର ସିରା କାଟି ଜୀବନ ହାରିବାକୁ ଚେଷ୍ଟା କରିଥିଲେ। ହେଲେ ପୁଲିସ୍‌ ଠିକଣା ସମୟରେ ତାଙ୍କୁ ହସ୍ପିଟାଲରେ ପହଞ୍ଚାଇ ଦେବାରୁ ସେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିଲେ।

ହସ୍ପିଟାଲରେ ବେଶ କିଛି ଦିନ ରହି ଚିକିତ୍ସିତ ହେବା ପରେ ପ୍ରଥମେଶ ସୁସ୍ଥ ହୋଇଥିଲେ। ସେ ସୁସ୍ଥ ହେବା କ୍ଷଣି ତାଙ୍କୁ ପୁଲିସ୍‌ ଟ୍ରିପଲ ମର୍ଡର ଘଟଣାରେ ଗିରଫ କରିଥିଲା।

ପୁଲିସ୍‌ର ସୂଚନା ଅନୁଯାୟୀ, ପ୍ରଥମେଶ ଏକାକୀ ରୋଜଗାର କରି ପରିବାର ଚଳାଉଥିଲେ। ହେଲେ ଦିନକୁ ଦିନ ପରିବାରର ଲୋକମାନେ ତାଙ୍କୁ ଅଧିକରୁ ଅଧିକ ଟଙ୍କା ମାଗିବା ଆରମ୍ଭ କରିଥିଲେ। କରୋନା ପରେ ତାଙ୍କ ରୋଜଗାର ମଧ୍ୟ କମି ଯାଇଥିଲା। ଏଥିରେ ହତାଶ ହୋଇ ପ୍ରଥମେଶ ପୂରା ପରିବାରକୁ ଶେଷ କରିବା ସହ ନିଜେ ଜୀବନ ହାରିବାକୁ ଚେଷ୍ଟା କରିଥିଲେ।

West Bengal Death Penalty
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe