Advertisment

ନିର୍ବାଚନୀ ବଣ୍ଡ: ଶେଷରେ ତଥ୍ୟ ଦେଲା SBI

ଏହି ତଥ୍ୟକୁ ଆସନ୍ତା ୧୫ ତାରିଖ ସୁଦ୍ଧା ନିର୍ବାଚନ କମିଶନ ନିଜ ଓ୍ୱେବ ସାଇଟ୍‌ରେ ସାର୍ବଜନୀନ କରିବେ।

author-image
Madhupriya Mistry
ଅଦ୍ୟତନ ହୋଇଛି
SBI

SBI

ସୁପ୍ରିମକୋର୍ଟଙ୍କ ତାଗିଦ ପରେ ଚେତିଛି ଏସ୍‌ବିଆଇ। ନିର୍ବାଚନୀ ବଣ୍ଡ ତଥ୍ୟ ଦେବାକୁ ବିଭିନ୍ନ ପ୍ରକାରର ଆଳ ଦେଖାଉଥିବା ଏସ୍‌ବିଆଇ ଶେଷରେ ମୁଣ୍ଡ ନୁଆଁଇଛି। କାମ ଦେଇନି ତଥ୍ୟ ଲୁଚାଇବା ପାଇଁ ଏସ୍‌ବିଆଇର କୌଣସି ବାହାନା।

Advertisment

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆଜି ଦେଶର ସର୍ବବୃହତ୍ତ ବ୍ୟାଙ୍କ ନିର୍ବାଚନ କମିଶନଙ୍କୁ ନିର୍ବାଚନୀ ବଣ୍ଡ ସଂକ୍ରାନ୍ତ ତଥ୍ୟ ଦେଇଛି। ଏହି ତଥ୍ୟକୁ ଆସନ୍ତା ୧୫ ତାରିଖ ସନ୍ଧ୍ୟା ୫ଟା ସୁଦ୍ଧା ନିର୍ବାଚନ କମିଶନ ନିଜ ଓ୍ୱେବ ସାଇଟ୍‌ରେ ସାର୍ବଜନୀନ କରିବେ।

ସୁପ୍ରିମକୋର୍ଟ ଫେବୃଆରୀ ୧୫ ତାରିଖରେ ଏସବିଆଇକୁ ପ୍ରଥମେ ନିର୍ବାଚନ କମିଶନଙ୍କ ନିକଟରେ ମାର୍ଚ୍ଚ ୧୨ ସୁଦ୍ଧା ନିର୍ବାଚନୀ ବଣ୍ଡ ଦାଖଲ କରିବାକୁ କହିଥିଲେ। କିନ୍ତୁ ୨ ସପ୍ତାହ ପରେ ହଠାତ ଏସିବିଆଇ ଗୋଟିଏ ଆବେଦନ ସୁପ୍ରିମକୋର୍ଟରେ ଦାଖଲ କରିଥିଲା। ନିର୍ବାଚନ ଆୟୋଗଙ୍କ ନିକଟରେ ନିର୍ବାଚନ ବଣ୍ଡର ବିବରଣୀ ଦାଖଲ କରିବାକୁ ଏସବିଆଇ ଜୁନ୍ ୩୦ ପର୍ଯ୍ୟନ୍ତ ସମୟ ମାଗିଥିଲା।

Advertisment

ଯୁକ୍ତି ଉପସ୍ଥାପନ କରିବା ବେଳେ ଏସ୍‌ବିଆଇର ଓକିଲ ହରିଶ ସାଲଭେ ବିଭିନ୍ନ ପ୍ରକାରର ଆଳ ଦେଖାଇ ସମୟ ମାଗିବାକୁ ଚେଷ୍ଟା କରିଥିଲେ। ସେ କେତେବେଳେ ତଥ୍ୟ ମେଳାଇବାକୁ ପଡ଼ିବ ତ ଆଉ କେତେବେଳେ କହିଲେ ଏତେ ଶୀଘ୍ର ଦସ୍ତାବିଜ ଦାଖଲ କରିବା ସହଜ ନୁହେଁ। ସେ ବିଭିନ୍ନ ପ୍ରକାରର ଦଲିଲ ଦେଇଥିଲେ ମଧ୍ୟ ସର୍ବୋଚ୍ଚ ଅଦାଲତ କିଛି ବି ଶୁଣି ନଥିଲେ। ସୋମବାର ଶୁଶାଣି ବେଳେ ଏସିବିଆଇକୁ ସୁପ୍ରିମକୋର୍ଟ ତାଗିଦ କରି ୨୪ ଘଣ୍ଟା ଅର୍ଥାତ ମଙ୍ଗଳବାର ସନ୍ଧ୍ୟା ୫ଟା ସୁଦ୍ଧା ତଥ୍ୟ ଦାଖଲ କରିବାକୁ କହିଥିଲେ। 

ଆଜି ଏସ୍‌ବିଆଇ ସନ୍ଧ୍ୟା ୫.୩୦ ବେଳକୁ ନିର୍ବାଚନ କମିଶନଙ୍କ ନିକଟରେ ନିର୍ବାଚନୀ ବଣ୍ଡର ତଥ୍ୟ ଦାଖଲ କରିଛି। ଏବେ ନିର୍ବାଚନ କମିଶନ ୧୫ ତାରିଖ ସନ୍ଧ୍ୟା ୫ଟା ସୁଦ୍ଧା ଏହାକୁ ଅପଲୋଡ କରୁଛନ୍ତି କି ନାହିଁ, ତା’ ଉପରେ ସମସ୍ତଙ୍କ ନଜର ରହିଛି। 

Supreme Court SBI Election Commission Electoral Bonds Case