Advertisment

କେଉଁ ରାଜନୀତିକ ଦଳକୁ କିଏ ଦେଇଛନ୍ତି ଚାନ୍ଦା? କ୍ରମିକ ସଂଖ୍ୟା ସହ ନିର୍ବାଚନୀ ବଣ୍ଡ ତଥ୍ୟ ଦାଖଲ କଲା ଏସ୍‌ବିଆଇ

ୟୁନିକ ନମ୍ବରକୁ ମେଳ କରି ଜଣେ ନିର୍ବାଚନୀ ବଣ୍ଡ ଜରିଆରେ କେଉଁ ସଂସ୍ଥା କେଉଁ ରାଜନୀତିକ ଦଳକୁ କେତେ ପରିମାଣର ଚାନ୍ଦା ଦେଇଛନ୍ତି, ସେକଥା ଜାଣିପାରିବେ।

SBI

SBI

Advertisment

ବାରମ୍ବାର ସୁପ୍ରିମକୋର୍ଟଙ୍କ ଠାରୁ ଗାଳି ଖାଇବା ପରେ ଚେତିଛି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବା ଏସବିଆଇ। ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ପରେ ଆଜି ଏସ୍‌ବିଆଇ ପକ୍ଷରୁ କ୍ରମିକ ସଂଖ୍ୟା ସହ ନିର୍ବାଚନ ବଣ୍ଡର ବିସ୍ତୃତ ତଥ୍ୟ ନିର୍ବାଚନ କମିଶନଙ୍କୁ ଦିଆଯାଇଛି।

Advertisment

ଏସ୍‌ବିଆଇ ଦେଇଥିବା ତଥ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବଣ୍ଡ୍ସର ସିରିଏଲ ନମ୍ବର ବା ୟୁନିକ ବା ସ୍ୱତନ୍ତ୍ର ନମ୍ବର ରହିଛି। ଏହି ନମ୍ବର ଦ୍ୱାରା କେଉଁ ଦାନଦାତା କେଉଁ ରାଜନୀତିକ ଦଳକୁ କେତେ ପରିମାଣର ଚାନ୍ଦା ଦେଇଛନ୍ତି, ସେକଥା ଜଣାପଡ଼ିବ।

ଗୁରୁବାର ଏସ୍‌ବିଆଇ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରି ନିର୍ବାଚନୀ ବଣ୍ଡ ସଂକ୍ରାନ୍ତ ତଥ୍ୟ ଇସିଙ୍କୁ ଦିଆଯାଇଥିବା କହିଛି। ଉକ୍ତ ସତ୍ୟପାଠର ଗୋଟିଏ ପଏଣ୍ଟରେ ଏସବିଆଇ କହିଛି ଯେ ବ୍ୟାଙ୍କ ବର୍ତ୍ତମାନ ସମସ୍ତ ତଥ୍ୟ ସାର୍ବଜନୀନ କରି ସାରିଛି।

Advertisment

ସଂପୂର୍ଣ୍ଣ ଆକାଉଣ୍ଟ ନମ୍ବର ଓ KYC ସୂଚନାକୁ ଛାଡ଼ି ଆଉ କୌଣସି ତଥ୍ୟ ଜାରି କରିବାକୁ ବ୍ୟାଙ୍କ ପାଖରେ ନାହିଁ। ଏହାର ଅର୍ଥ ନିର୍ବାଚନ କମିଶନ ୱେବସାଇଟରେ ଖୁବଶୀଘ୍ର ଏସ୍‌ବିଆଇ ଦେଇଥିବା ତଥ୍ୟ ଅପଲୋଡ ହେବ।

ଏହାପରେ ୟୁନିକ ନମ୍ବରକୁ ମେଳ କରି ଜଣେ ନିର୍ବାଚନୀ ବଣ୍ଡ ଜରିଆରେ କେଉଁ ସଂସ୍ଥା କେଉଁ ରାଜନୀତିକ ଦଳକୁ କେତେ ପରିମାଣର ଚାନ୍ଦା ଦେଇଛନ୍ତି, ସେକଥା ଜାଣିପାରିବେ। ବ୍ୟାଙ୍କ ଦେଇଥିବା ତଥ୍ୟ ଖୁବଶୀଘ୍ର ଇସିଙ୍କ ୱେବସାଇଟରେ ଉପଲବ୍ଧ ହେବ ବୋଲି ଜଣାପଡ଼ିଛି।

୧୮ ତାରିଖ ଶୁଣାଣି ବେଳେ ସର୍ବୋଚ୍ଚ ଅଦାଲତ ଏସବିଆଇକୁ କଡ଼ା ଭାଷାରେ ସମାଲୋଚନା କରିଥିଲେ। ସୁପ୍ରିମକୋର୍ଟ କହିଥିଲେ ଯେ ମାର୍ଚ୍ଚ ୧୧ର ନିଷ୍ପତ୍ତିରେ ସ୍ପଷ୍ଟ ଭାବେ କୁହାଯାଇଥିଲା ଯେ ବଣ୍ଡର ସମ୍ପୂର୍ଣ୍ଣ ବିବରଣୀ, କ୍ରୟ ତାରିଖ, କ୍ରେତାଙ୍କ ନାମ ଓ ବଣ୍ଡ ନମ୍ବର ଓ ଅର୍ଥ ଗ୍ରହଣ କରିଥିବା ଦଳ ସଂପର୍କରେ ସୂଚନା ସାର୍ବଜନୀନ କରାଯାଉ। କିନ୍ତୁ ଏସ୍‌ବିଆଇ ଏହାକୁ ଉଲ୍ଲଂଘନ କରି ପୂର୍ଣ୍ଣାଙ୍ଗ ସୂଚନା ଦେଇନାହିଁ। ସେମାନଙ୍କୁ ବଣ୍ଡ୍‌ ନମ୍ବର ଦେବାକୁ ହିଁ ହେବ ବୋଲି ପ୍ରଧାନ ବିଚାରପତି ନିର୍ଦ୍ଦେଶ ଦେଇଥିଲେ।

ଗୁରୁବାର ସଂଧ୍ୟା ୫ଟା ସୁଦ୍ଧା ଏ ସମ୍ପର୍କରେ ଗୋଟିଏ ସତ୍ୟପାଠ ଦେବାକୁ ମଧ୍ୟ ଏସବିଆଇ ଚେୟାରମ୍ୟାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହା ସହିତ ଯେଉଁ ତଥ୍ୟ ଷ୍ଟେଟ ବ୍ୟାଙ୍କ ଦେଇଛି, ତାକୁ ୱେବସାଇଟରେ ପ୍ରକାଶ କରିବାକୁ ନିର୍ବାଚନ କମିଶନଙ୍କୁ ମଧ୍ୟ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ଅନୁସାରେ ଆଜି ଏସ୍‌ବିଆଇ ପକ୍ଷରୁ ଇସିଙ୍କୁ ତଥ୍ୟ ଦିଆଯାଇଛି।

SBI Electoral Bonds Scheme Electoral Bonds Case Electoral Bond Electoral Bonds
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe