Advertisment

ନିର୍ବାଚନୀ ବଣ୍ଡ: ତଥ୍ୟ ଦେବାକୁ ଅଧିକ ସମୟ ମାଗିଲା SBI

ଏସ୍‌ବିଆଇ ତା’ ଆବେଦନରେ କହିଛି ଯେ ୨୦୧୯ ଏପ୍ରିଲ ୧୨ରୁ ୨୦୨୪ ଫେବୃଆରୀ ୧୫ ମଧ୍ୟରେ ବିଭିନ୍ନ ରାଜନୀତିକ ଦଳକୁ ଚାନ୍ଦା ଦେବା ପାଇଁ ୨୨,୨୧୭ ନିର୍ବାଚନୀ ବଣ୍ଡ ଜାରି କରାରଯାଇଛି।

SBI

SBI

Advertisment

ନିର୍ବାଚନୀ ବଣ୍ଡ ସମ୍ପର୍କରେ ବିସ୍ତୃତ ତଥ୍ୟ ଦେବାକୁ ଅଧିକ ସମୟ ମାଗିଛି ଏସ୍‌ବିଆଇ। ବିଭିନ୍ନ ରାଜନୀତିକ ଦଳ ନିର୍ବାଚନୀ ବଣ୍ଡ ଜରିଆରେ ପାଉଥିବା ଚାନ୍ଦାକୁ ସୁପ୍ରିମକୋର୍ଟ ଅସାମ୍ବିଧାନିକ କହିଥିଲେ।

Advertisment

ଏଥିସହ ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସବିଆଇ)କୁ ନିର୍ବାଚନୀ ବଣ୍ଡ ସହ ଜଡ଼ିତ ସମସ୍ତ ତଥ୍ୟ ନିର୍ବାଚନ କମିଶନକୁ ଦେବାକୁ କହିଥିଲେ। ହେଲେ ନିର୍ବାଚନୀ ବଣ୍ଡ ସମ୍ପର୍କରେ ବିସ୍ତୃତ ତଥ୍ୟ ଦେବାକୁ ଅଧିକ ସମୟ ମାଗିଛି ଏସ୍‌ବିଆଇ। ତଥ୍ୟ ପ୍ରଦାନର ସମୟସୀମାକୁ ଜୁନ ୩୦ ଯାଏ ବୃଦ୍ଧି କରିବା ପାଇଁ ଏସ୍‌ବିଆଇ ପକ୍ଷରୁ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରାଯାଇଛି।

ଗତ ମାସରେ ସୁପ୍ରିମକୋର୍ଟ ଗୋଟିଏ ଐତିହାସିକ ରାୟରେ ନିର୍ବାଚନୀ ବଣ୍ଡକୁ ଅସାମ୍ବିଧାନିକ କହିଥିଲେ। ଏଥିସହ ମାର୍ଚ୍ଚ ୬ ସୁଦ୍ଧା ନିର୍ବାଚନୀ ବଣ୍ଡ ସମ୍ପର୍କରେ ଥିବା ବିସ୍ତୃତ ତଥ୍ୟ ଇସିଙ୍କ ନିକଟରେ ଦାଖଲ କରିବାକୁ ଏସ୍‌ବିଆଇକୁ କହିଥିଲେ।

Advertisment

ସେହିପରି କୌଣସି ପ୍ରକାରର ନୂଆ ବଣ୍ଡ ଜାରି ନ କରିବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ଏସବିଆଇ ଠାରୁ ତଥ୍ୟ ପାଇବା ପରେ ଇସି ଏହାକୁ ମାର୍ଚ୍ଚ ୧୩ ସୁଦ୍ଧା ନିଜର ୱେବସାଇଟରେ ସାର୍ବଜନୀନ କରିବାକୁ ନିର୍ଦ୍ଦେଶ ମିଳିଥିଲା। ହେଲେ ଏବେ ଏସ୍‌ବିଆଇ ତଥ୍ୟ ଦେବାକୁ ଜୁନ ୩୦ ଯାଏ ସମୟ ମାଗିଛି।

ଏସ୍‌ବିଆଇ ତା’ ଆବେଦନରେ କହିଛି ଯେ ୨୦୧୯ ଏପ୍ରିଲ ୧୨ରୁ ୨୦୨୪ ଫେବୃଆରୀ ୧୫ ମଧ୍ୟରେ ବିଭିନ୍ନ ରାଜନୀତିକ ଦଳକୁ ଚାନ୍ଦା ଦେବା ପାଇଁ ୨୨,୨୧୭ ନିର୍ବାଚନୀ ବଣ୍ଡ ଜାରି କରାରଯାଇଛି। ଏହାର ସମସ୍ତ ତଥ୍ୟ ମୁମ୍ବାଇ ସ୍ଥିତ ମୁଖ୍ୟ ବ୍ରାଞ୍ଚରେ ଜମା କରାଯାଇଥିଲା।

ସବୁ ବଣ୍ଡର ଦୁଇଟି ଲେଖାଏ କପି ରହିଛି। ତେଣୁ ବିସ୍ତୃତ ତଥ୍ୟ ପାଇଁ ୪୪,୪୩୪ ସେଟ ଫାଇଲକୁ ଏକାଠି କରିବାକୁ ପଡ଼ିବ। ଏତେ ସବୁ କାମ କରିବା ପାଇଁ ସୁପ୍ରିମକୋର୍ଟ ଦେଇଥିବା ୩ ସପ୍ତାହର ସମୟସୀମା ପର୍ଯ୍ୟାପ୍ତ ନୁହେଁ। ତେଣୁ ତଥ୍ୟ ପ୍ରଦାନର ସମୟସୀମାକୁ ଜୁନ ୩୦ ଯାଏ ବୃଦ୍ଧି କରିବାକୁ ଏସ୍‌ବିଆଇ ଅନୁରୋଧ କରିଛି।

କେନ୍ଦ୍ର ସରକାର ୨୦୧୭ରେ ନିର୍ବାଚନ ବଣ୍ଡ ସ୍କିମ୍ ଘୋଷଣା କରିଥିଲେ। ଏହି ସ୍କିମ୍ ୨୯ ଜାନୁଆରୀ ୨୦୧୮ରେ ଆଇନଗତ ଭାବରେ କାର୍ଯ୍ୟକାରୀ ହୋଇଥିଲା। ଯଦି ଆମେ ସରଳ ଭାଷାରେ କହିବା, ତେବେ ରାଜନୀତିକ ଦଳମାନଙ୍କୁ ଅର୍ଥ ଦାନ କରିବାର ଏକ ମାଧ୍ୟମ ହେଉଛି ନିର୍ବାଚନୀ ବଣ୍ଡ।

ଏହି ବଣ୍ଡକୁ ଭାରତର ଯେକୌଣସି ନାଗରିକ କିମ୍ବା କମ୍ପାନୀ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ସିଲେକ୍ଟ ଶାଖାରୁ କିଣି ପାରିବେ ଏବଂ ନିଜ ପସନ୍ଦର କୌଣସି ରାଜନୀତିକ ଦଳକୁ ଦାନ କରିପାରିବେ। କିନ୍ତୁ ଏଥିରେ କୌଣସି ବ୍ୟକ୍ତି କିମ୍ବା କମ୍ପାନୀର ନାମ ପ୍ରକାଶ କରାଯିବ ନାହିଁ, ଅର୍ଥାତ୍ ଏହା ଗୋପନ ରହିବ।

Election SBI Electoral Bonds Scheme Electoral Bonds Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe