Advertisment

ଘରେ ଥିଲେ ମହିଳା ନେତ୍ରୀ, ଛୁରୀ ଭୁଷିଦେଲେ ଦୁର୍ବୃତ୍ତ

ଗତ କିଛି ବର୍ଷ ହେବ ନନ୍ଦିନୀ ସୁହେଲଦେବ ସମାଜ ପାର୍ଟିର ବରିଷ୍ଠ କାର୍ଯ୍ୟକର୍ତ୍ତା ରୂପେ କାର୍ଯ୍ୟରତ ଥିଲେ। ପାର୍ଟି ତରଫରୁ ତାଙ୍କୁ ଦଳର ମହାସଚିବ ପଦରେ ବି ବସା ଯାଇଥିଲା।

sbsp-leader-nandini-rajbhar

sbsp-leader-nandini-rajbhar

Advertisment

ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଜଣେ ମହିଳା ନେତ୍ରୀଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଛି। ଦୁର୍ବୃତ୍ତମାନେ ସୁହେଲଦେବ ସମାଜ ପାର୍ଟିର ମହିଳା ମୋର୍ଚ୍ଚାର ପ୍ରଦେଶ ମହାସଚିବ ନନ୍ଦିନୀ ରାଜଭରଙ୍କୁ ଛୁରୀ ଭୁଷି ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ଏହି ଘଟଣା ଯୋଗୁ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି।

Advertisment

ନନ୍ଦିନୀଙ୍କ ରକ୍ତାକ୍ତ ମୃତଦେହ ତାଙ୍କ ଘର ଚଟାଣରେ ପଡ଼ିଥିବା ବେଳେ ବେକରେ ଗଭୀର ଆଘାତ ଲାଗିଛି। ପ୍ରବଳ ରକ୍ତସ୍ରାବ ଯୋଗୁ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। 

ଗତ କିଛି ବର୍ଷ ହେବ ନନ୍ଦିନୀ ସୁହେଲଦେବ ସମାଜ ପାର୍ଟିର ବରିଷ୍ଠ କାର୍ଯ୍ୟକର୍ତ୍ତା ରୂପେ କାର୍ଯ୍ୟରତ ଥିଲେ। ପାର୍ଟି ତରଫରୁ ତାଙ୍କୁ ଦଳର ମହାସଚିବ ପଦରେ ବି ବସା ଯାଇଥିଲା।  

Advertisment

ନନ୍ଦିନୀଙ୍କ ଶାଶୁଙ୍କ କହିବାନୁଯାୟୀ, ଗତକାଲି ଅପରାହ୍ନ ୪ଟା ପରେ ସେ ଘରେ ପହଞ୍ଚିଥିଲେ। ଘର କବାଟ ଖୋଲାଥିବା ବେଳେ ସେ ଭିତରକୁ ଯାଇ ନନ୍ଦିନୀଙ୍କୁ ଡାକିଥିଲେ । ମାତ୍ର ସେ କୌଣସି ଉତ୍ତର ଦେଇ ନ ଥିଲେ। ଏହାପରେ ତାଙ୍କ ରୁମ୍‌କୁ ଯାଇ ତାହା ଅନ୍ଧାର ଥିବା ବେଳେ ତଳେ ନନ୍ଦିନୀ ପଡ଼ିଥିବା ଦେଖିବାକୁ ପାଇଥିଲେ। ରୁମ୍‌ର ଲାଇଟ୍‌ ଦେବା ପରେ ନନ୍ଦିନୀଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶରୀର ପଡ଼ିଥିବା ଦେଖିବାକୁ ପାଇଥିଲେ।

ନନ୍ଦିନୀଙ୍କ  ମୃତ୍ୟୁରେ ପରିବାର ଲୋକେ ସମ୍ପୃକ୍ତ ଭାଙ୍ଗି ପଡ଼ିଛନ୍ତି। ଗତ କିଛି ଦିନ ହେବ ଅଜଣା ନମ୍ବରରୁ ତାଙ୍କ ନିକଟକୁ ଧମକପୂର୍ଣ୍ଣ କଲ୍‌ ଆସୁଥିବା ସେମାନେ ପୁଲିସ୍‌କୁ କହିଛନ୍ତି।   

ଖବର ପାଇ ପୁଲିସ୍‌ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।  

Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe