Advertisment

ସୁପ୍ରିମକୋର୍ଟର ଓଡ଼ିଆ ରାନ୍ଧୁଣିଆଙ୍କ ଝିଅ ପାଇବେ ଆଇନ୍‌ ପାଠ୍ୟକ୍ରମରେ ସ୍କଲାରସିପ; ସମ୍ବର୍ଦ୍ଧିତ କଲେ CJI

ମନରେ ଅସୁମାରୀ ଇଚ୍ଛା ସାଙ୍ଗକୁ ପରିଶ୍ରମ କରିବା ପାଇଁ ପ୍ରତିବଦ୍ଧତା ଥିଲେ ସଫଳତା ପାଇବାରୁ କେହି ହଟାଇ ପାରିବେନି। ଏହା ପ୍ରମାଣିତ କରି ଦେଖାଇଛନ୍ତି ସୁପ୍ରିମକୋର୍ଟରେ କାର୍ଯ୍ୟରତ ଓଡ଼ିଆ ରାନ୍ଧୁଣିଆଙ୍କ ଝିଅ ପ୍ରଜ୍ଞା ସାମଲ ।

Supreme Court

Supreme Court

Advertisment

ଦୃଢ ଇଚ୍ଛା ଶକ୍ତି ଆଗରେ ଫିକା ପଡ଼େ ପ୍ରତିବନ୍ଧକ । ମନରେ ଅସୁମାରୀ ଇଚ୍ଛା ସାଙ୍ଗକୁ ପରିଶ୍ରମ କରିବା ପାଇଁ ପ୍ରତିବଦ୍ଧତା ଥିଲେ ସଫଳତା ପାଇବାରୁ କେହି ହଟାଇ ପାରିବେନି। ଏହା ପ୍ରମାଣିତ କରି ଦେଖାଇଛନ୍ତି ସୁପ୍ରିମକୋର୍ଟରେ କାର୍ଯ୍ୟରତ ଓଡ଼ିଆ ରାନ୍ଧୁଣିଆଙ୍କ ଝିଅ ପ୍ରଜ୍ଞା ସାମଲ । ଆଇନରେ ସ୍ନାତକୋତ୍ତର ପାଇଁ ଓଡ଼ିଆ ଝିଅ ପ୍ରଜ୍ଞାଙ୍କୁ ଆମେରିକା ବିଶ୍ୱବିଦ୍ୟାଳୟରୁ ମିଳିବ ସ୍କଲାରଶିପ୍‌ । ଏହି ସଫଳତା ପାଇଁ ପ୍ରଜ୍ଞାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ୱାଇ. ଚନ୍ଦ୍ରଚୂଡ଼ ।

Advertisment

ପ୍ରଜ୍ଞାଙ୍କ ବାପା ଅଜୟ କୁମାର ସାମଲ ସୁପ୍ରିମକୋର୍ଟରେ ରାନ୍ଧୁଣିଆ ଭାବେ କାର୍ଯ୍ୟ କରନ୍ତି। ବାପା ସର୍ବୋଚ୍ଚ ନ୍ୟାୟଳୟରେ କାମ କରୁଥିବା ବେଳେ ଝିଅ ମନରେ ଆଇନ ପଢ଼ିବା ପାଇଁ ଅହେତୁକ ଆଗ୍ରହ ସୃଷ୍ଟି ହୋଇଥିଲା। ନିଜ ଲକ୍ଷ୍ୟ ହାସଲ କରିବା ପାଇଁ ତାଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ମାତ୍ର ଶେଷରେ ପ୍ରଜ୍ଞା ଯୁକ୍ତରାଷ୍ଟ୍ର ଆମେରିକାର ଦୁଇ ବିଶ୍ୱବିଦ୍ୟାଳୟରୁ ସ୍କଲାରଶିପ୍‌ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଦୃଢ ଇଚ୍ଛାଶକ୍ତି ଯୋଗୁ ସଫଳତା ବି ତାଙ୍କ ଆଗରେ ମୁଣ୍ଡ ନୁଆଁଇଛି।

ସୁପ୍ରିମକୋର୍ଟର ଜଣେ କର୍ମଚାରୀଙ୍କ ଝିଅର ଏପରି ସଫଳତା ପାଇ ବେଶ୍‌ ଖୁସି ହୋଇ ଯାଇଥିଲେ ପ୍ରଧାନ ବିଚାରପତି ଡି. ୱାଇ ଚନ୍ଦ୍ରଚୂଡ଼ ସିଂ। ଏହାପରେ ତାଙ୍କୁ କୋର୍ଟ ପରିସରକୁ ଡକାଇ ଅନ୍ୟ ବିଚାରପତିଙ୍କ ଉପସ୍ଥିତିରେ ସମ୍ମାନିତ କରିଛନ୍ତି।

Advertisment

ସୁପ୍ରିମକୋର୍ଟର ସମସ୍ତ ବିଚାରପତି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଜ୍ଞାଙ୍କ ସଫଳତା ପାଇଁ ପ୍ରଜ୍ଞା ଓ ତାଙ୍କର ବାପା ମାଆଙ୍କୁ ମଧ୍ୟ ସମର୍ଦ୍ଧନା ଜଣାଇଛନ୍ତି। ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ କହିଛନ୍ତି, ପ୍ରଜ୍ଞାଙ୍କ ସଫଳତା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ। ଏହି ଅବସରରେ ଚିଫ୍ ଜଷ୍ଟିସ୍ ପ୍ରଜ୍ଞାଙ୍କୁ ନିଜ ଦସ୍ତଖତରେ ଗୋଟିଏ ପୁସ୍ତକ ପ୍ରଦାନ କରିଥିଲେ।

ପ୍ରଜ୍ଞାଙ୍କୁ ପ୍ରଶଂସାରେ ପୋତି ପକାଇ ପ୍ରଧାନ ବିଚାରପତି କହିଛନ୍ତି, ଆପଣଙ୍କ ପାଖରେ କିଛି କରିବାର ଆଗ୍ରହ ଥିଲେ, ସଫଳତା ପାଇବାକୁ ତଥା ଶୀର୍ଷରେ ପହଞ୍ଚିବାରେ ଆପଣଙ୍କୁ କେହି ଅଟକାଇ ପାରିବେନି । ଏଥିନିମନ୍ତେ ଆପଣଙ୍କ ସମସ୍ତ ଆବଶ୍ୟକତା ବି ଆପେ ଆପେ ପୂରଣ ହୋଇଯିବ । ଆଇନ ପାଠ୍ୟକ୍ରମରେ ସଫଳତା ପାଇଁ ପ୍ରଜ୍ଞାଙ୍କୁ ଆମେରିକାର ୟୁନିଭରସିଟି ପକ୍ଷରୁ ସ୍କଲାରଶିପ୍‌ ମିଳିବ। 

Delhi Supreme Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe