Advertisment

ଭାରତରେ ବ୍ୟାନ୍ ହେବନି ‘ବିବିସି’: ଆବେଦନ ଖାରଜ୍‌

କେନ୍ଦ୍ର ସରକାରଙ୍କୁ ଏକ ଝଟକା ଦେଲା ଭଳି ଖବର।

author-image
Tapas Behera
ଅଦ୍ୟତନ ହୋଇଛି
Supreme Court

Supreme Court

ବ୍ରିଟିଶ ବ୍ରଡକାଷ୍ଟିଂ କର୍ପୋରେସନ୍ (ବିବିସି)କୁ ଭାରତରେ ସମ୍ପୂର୍ଣ୍ଣ ବ୍ୟାନ ପାଇଁ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନ ଖାରଜ ହୋଇଯାଇଛି। ବିବିସି ପକ୍ଷରୁ ତିଆରି ହୋଇ ଥିବା ଫିଲ୍ମକୁ ନେଇ ଉକ୍ତ ଚାନେଲକୁ  ନିଷିଦ୍ଧ ପାଇଁ ଆବେଦନ କରାଯାଇଥିଲା। 

Advertisment

ସୁପ୍ରିମକୋର୍ଟ କହିଛନ୍ତି ଯେ ଆପଣ ଏଭଳି କେମେତି ଯୁକ୍ତି ବାଢ଼ୁଛନ୍ତି। ଏହା ଏକ ସମ୍ପୂର୍ଣ୍ଣ ଭୁଲ କଥା । ବିବିସି ଉପରେ ପ୍ରତିବନ୍ଧକ ଲଗାଇବାକୁ କୋର୍ଟକୁ କିପରି କହିପାରିବେ? ଜଷ୍ଟିସ ସଞ୍ଜୀବ ଖାନ୍ନା ଏହା କହି ଆବେଦନକୁ ଖାରଜ କରିଦେଇଛନ୍ତି। ୨୦୦୨ ଗୁଜରାଟ ଦଙ୍ଗାଉପରେ ପ୍ରାମାଣିକ ଚଳଚ୍ଚିତ୍ର ତିଆରି କରି ବିବାଦ ଘରେରେ ଅଛି ବିବିସି। ୨୦୦୨ ଗୁଜରାଟ ଦଙ୍ଗା ଉପରେ ବିବିସି ପ୍ରସ୍ତୁତ କରିଥିବା ଡକ୍ୟୁମେଣ୍ଟାରିକୁ କେନ୍ଦ୍ର ସରକାର ବେଆଇନ ଘୋଷଣା କରିଛନ୍ତି। ନିଷ୍ପତ୍ତିକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା (ପିଆଇଏଲ୍‌) ଦାଏର ହୋଇଛି।

ଏହା ଦୁର୍ଭାବନାପୂର୍ଣ୍ଣ, ସ୍ୱେଚ୍ଛାଚାରୀ ଏବଂ ଅସାମ୍ବିଧାନିକ ବୋଲି ଅଭିଯୋଗ କରାଯାଇଥିଲା। ଏନେଇ ଜବାବ ଦାଖଲ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ବିଚାରପତି ସଞ୍ଜୀବ ଖାନ୍ନା ଏବଂ ଏମ୍‌.ଏମ୍. ସୁନ୍ଦରେଶଙ୍କ ଖଣ୍ଡପୀଠ ୩ ସପ୍ତାହ ସମୟ ଦେବା ସହିତ ଏପ୍ରିଲ୍‌ ମାସରେ ମାମଲାର ଶୁଣାଣି କରିବେ ବୋଲି କହିଛନ୍ତି। ବିବିସି ଡକ୍ୟୁମେଣ୍ଟାରିକୁ ଭାରତରେ ବ୍ୟାନ୍ କରିବା ଘଟଣାକୁ ବିରୋଧ କରିଛି ଆମେରିକା। ଗଣମାଧ୍ୟମର ସ୍ୱାଧୀନତା ଗଣତନ୍ତ୍ରର ପରିଚୟ ବୋଲି ଆମେରିକା ବିଦେଶ ମନ୍ତ୍ରାଳୟ କହିଛି। ଗଣତନ୍ତ୍ରର ମହତ୍ୱ ଗଣମାଧ୍ୟମର ସ୍ୱାଧୀନତାକୁ ଭାରତ ସମେତ ସାରା ବିଶ୍ୱରେ ଗୁରୁତ୍ୱ ଦିଆଯିବା ଦରକାର ବୋଲି ଆମେରିକା ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ନିଡ୍ ପ୍ରାଇସ୍ କହିଛନ୍ତି।

Advertisment

ଏକ ସମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ପ୍ରାଇସ୍‌ କହିଛନ୍ତି ଯେ ୱାଶିଂଟନ ସାରା ବିଶ୍ୱରେ ଗଣମାଧ୍ୟମର ସ୍ୱାଧୀନତାକୁ ସମର୍ଥନ କରେ। କାରଣ ଗଣମାଧ୍ୟମର ସ୍ୱାଧୀନତା ଗଣତନ୍ତ୍ରର ମୂଲ୍ୟବୋଧକୁ ଉଜାଗର କରେ। ଯାହା ଅତ୍ୟନ୍ତ ଆବଶ୍ୟକ ବୋଲି ପ୍ରାଇସ୍ କହିଛନ୍ତି। ସେ ଆହୁରି କହିଛନ୍ତି ଆମେ ନିୟମିତ ଭାବେ ମାନବିକ ଅଧିକାର ଭାବେ ଗଣତନ୍ତ୍ର ନିୟମ ଯଥା- ଗଣମାଧ୍ୟମର ସ୍ୱାଧିନତା, ଧର୍ମୀୟ ଆସ୍ଥା ଓ ବିଶ୍ୱାସର ସ୍ୱାଧୀନତାକୁ ଗୁରୁତ୍ୱ ଦେବୁ। ଏହା ଆମ ଗଣତନ୍ତ୍ରକୁ ମଜଭୁତ କରିଥାଏ। ଏହି ସଦଭାବନା ନେଇ ଆମେ ସାରା ବିଶ୍ୱ ସହ ସମ୍ପର୍କ ରଖିଛୁ। ଭାରତ ସହ ମଧ୍ୟ ଆମର ଏମିତି ସମ୍ପର୍କ ରହିଛି।