Advertisment

ଦିଲ୍ଲୀ ପୁଲିସ୍ ଉପରେ ଗର୍ଜିଲେ ସୁପ୍ରିମକୋର୍ଟ, କହିଲେ- ମାମଲା କାହିଁକି ରୁଜୁ ହୋଇନି?

ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ୱାଇ ଚନ୍ଦ୍ରଚୂଡ ସିଂ ଆଜି ଏହି ମାମଲାର ଶୁଣାଣି କରି ବ୍ରିଜ ଭୂଷଣଙ୍କ ବିରୋଧରେ କାହିଁକି ଏଫଆଇଆର ରୁଜୁ କରାଯାଉନି ବୋଲି ପ୍ରଶ୍ନ ପଚାରିଛନ୍ତି।

ଅଦ୍ୟତନ ହୋଇଛି
wrestlers strike

wrestlers strike

Advertisment

ଭାରତୀୟ କୁସ୍ତି ମହାସଂଘର ସଭାପତି ବ୍ରିଜ ଭୂଷଣ ଶରନ ସିଂହଙ୍କ ବିରୋଧରେ ଦିଲ୍ଲୀ ପୁଲିସ୍ ଏଫଆଇଆର ରୁଜୁ କରୁ ନ ଥିବାରୁ ଗର୍ଜିଛନ୍ତି ସୁପ୍ରିମ କୋର୍ଟ। ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ ଆଜି ଏହି ମାମଲାର ଶୁଣାଣି କରି ବ୍ରିଜ ଭୂଷଣଙ୍କ ବିରୋଧରେ କାହିଁକି ଏଫଆଇଆର ରୁଜୁ କରାଯାଉନି ବୋଲି ପ୍ରଶ୍ନ ପଚାରିଛନ୍ତି।

Advertisment

ଆଜି ଏହି ମାମଲାର ଶୁଣାଣି କରି ପ୍ରଧାନ ବିଚାରପତି କହିଛନ୍ତି ଅନ୍ତଃରାଷ୍ଟ୍ରୀୟ ଖେଳରେ ଭାରତର ପ୍ରତିନିଧିତ୍ୱ କରୁଥିବା ଖେଳାଳି ନିଜ ଆବେଦନରେ ଯୌନ ଉତ୍ପୀଡନର ଶିକାର ହୋଇଥିବା ପରି ସାଂଘାତିକ ଆରୋପ ଲଗାଇଛନ୍ତି। ଅଦାଲତରେ ଏହି ମାମଲାର ବିଚାର ହେବା ଜରୁରୀ। ମାତ୍ର ଏପର୍ଯ୍ୟନ୍ତ ବ୍ରିଜ ଭୂଷଣଙ୍କ ନାମରେ ଏଫଆଇଆର କାହିଁକି ରୁଜୁ ହେଉନି। 

ଏହି ମାମଲାର ଶୁଣାଣି ଖୁବ୍‌ ଶୀଘ୍ର ଆରମ୍ଭ କରିବାକୁ ବରିଷ୍ଠ ଆଇନଜୀବୀ କପିଲ ସିଲବ୍ ପ୍ରଧାନ ବିଚାରପତିଙ୍କ ନିକଟରେ ନିବେଦନ କରିଛନ୍ତି। ଏହି ମାମଲାର ଶୁଣାଣି ଆରମ୍ଭ ପୂର୍ବରୁ ଏହି ମାମଲା କ’ଣ, ଏଥିରେ କିଏ ପକ୍ଷଭୁକ୍ତ ଓ ଆବେଦନକାରୀ କ’ଣ ଚାହୁଁଛନ୍ତି ବୋଲି ପଚାରିଥିଲେ ସିଜେଆଇ ।

Advertisment

୭ ମହିଳା କୁସ୍ତି ଯୋଦ୍ଧା ଏହି ଆବେଦନ କରିଥିବା ବେଳେ ସେମାନଙ୍କ ଏଫଆଇଆର ରୁଜୁ ହୋଇ ନ ଥିବାରୁ ସେମାନେ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା କହିଥିଲେ ସିବଲ। ସେମାନେ ଭାରତୀୟ କୁସ୍ତି ମହାସଂଘର ସଭାପତି ବ୍ରିଜ ଭୂଷଣ ଶରନ ସିଂହଙ୍କ ବିରୋଧରେ ସାଂଘାତିକ ଆରୋପ ଲଗାଇଥିଲେ ବି ସେମାନଙ୍କ ଏଫଆଇଆର ରୁଜୁ ହେଉନି ବୋଲି ସେ କହିଥିଲେ। 

ଏହା ଏକ ଗମ୍ଭୀର ଆରୋପ ହୋଇଥିବା ବେଳେ ଏହା ଉପରେ ବିଚାର ଜରୁରୀ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଆସନ୍ତା ୨୮ ତାରିଖରେ ଏହାର ପରବର୍ତ୍ତୀ ଶୁଣାଣି ହେବେ ।

ମହାସଂଘର ସଭାପତିଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆସିଥିଲେ ହେଁ ଏଫଆଇଆର ରୁଜୁ କରିବାରେ ବିଳମ୍ବ କରାଯାଉଛି। ତେଣୁ ଏହାକୁ ତ୍ୱରାନ୍ୱିତ କରାଯାଉ ବୋଲି ଆବେଦନକାରୀ ନିଜ ଆବେଦନରେ ଦର୍ଶାଇଛନ୍ତି। 

ମହାସଂଘ ସଭାପତି ବ୍ରିଜ ଭୂଷଣଙ୍କ ବିରୋଧରେ ୭ ଜଣ ମହିଳା ରେସଲର ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। କନୌଟ ପ୍ୟାଲେସ ପୁଲିସ ଷ୍ଟେସନରେ ସେମାନେ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। ହେଲେ ପୁଲିସ୍‌ ଏଯାଏ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ନେଇ ନାହିଁ।

ପୁଲିସ୍‌ ଏଫଆଇଆର ରୁଜୁ ନ କରିବାରୁ ଏପ୍ରିଲ ୨୩ରୁ ରେସଲରମାନେ ପୁଣି ଯନ୍ତରମନ୍ତରରେ ଆନ୍ଦୋଳନ ଆରମ୍ଭ କରିଛନ୍ତି। ବଜରଙ୍ଗ ପୁନିଆ, ସାକ୍ଷୀ ମଲିକ ଓ ଭିନେଶ ଫୋଗଟଙ୍କ ଭଳି ଷ୍ଟାର ରେସଲର ଆନ୍ଦୋଳନରେ ବସିଛନ୍ତି।

ଏହାପୂର୍ବରୁ ଏହି ରେସଲରମାନେ ଜାନୁଆରୀ ମାସରେ ମଧ୍ୟ ବ୍ରିଜ ଭୂଷଣଙ୍କ ବିରୋଧରେ ଆନ୍ଦୋଳନ କରିଥିବା ବେଳେ  କ୍ରୀଡ଼ା ମନ୍ତ୍ରଣାଳୟ ତରଫରୁ ୫ ଜଣିଆ କମିଟି ଗଠିତ ହୋଇଥିଲା।  ଏହାପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା।

ଆନ୍ଦୋଳନ ପ୍ରତ୍ୟାହାର ହେବାର ୩ ମାସ ବିତି ଯାଇଥିଲେ ମଧ୍ୟ ରେସଲରଙ୍କ ଅଭିଯୋଗ ଉପରେ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି। ତେଣୁ ସେମାନେ ପୁଣି ରବିବାରଠାରୁ ଆନ୍ଦୋଳନ ଆରମ୍ଭ କରିଛନ୍ତି। 

Protest Delhi Supreme Court Indian Wrestler
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe