Advertisment

ବିବିସିର ବିବାଦୀୟ ସିନେମାକୁ ବାରଣ:କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍‌

ବିବିସି ପକ୍ଷରୁ ପ୍ରସ୍ତୁତ ଏହି ଫିଲ୍ମକୁ ବାରଣ କରାଯିବା ନେଇ ସୁପ୍ରିମକୋର୍ଟ କେନ୍ଦ୍ରକୁ ନୋଟିସ ଜାରି କରିଛନ୍ତି।

author-image
Tapas Behera
undefined

Narendra Modi

୨୦୦୨ ଦଙ୍ଗାକୁ ନେଇ ପ୍ରଧାନମନ୍ତୀ ନରେନ୍ଦ୍ର ମୋଦିଙ୍କ ପରେ ଆଧାରିତ ଡକ୍ୟୁମେଣ୍ଟାରି ସିନେମାକୁ ୟୁଟ୍ୟୁବରେ ପ୍ରସାରଣ ଉପରେ ସରକାର ଲଗାଇଥିବା କଟକଣାର ପ୍ରତିବାଦ କରି ସୁପ୍ରିମକୋର୍ଟରେ ଚାଲେଞ୍ଜ ହୋଇଥିଲା ବିବିସି ପକ୍ଷରୁ ପ୍ରସ୍ତୁତ ଏହି ଫିଲ୍ମକୁ ବାରଣ କରାଯିବା ନେଇ ସୁପ୍ରିମକୋର୍ଟ କେନ୍ଦ୍ରକୁ ନୋଟିସ ଜାରି କରିଛନ୍ତି। ଆସନ୍ତା ୩ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ରକୁ କହିଛନ୍ତି। ଟିଏମସି ସାଂସଦ ମହୁଆ ମୋଇତ୍, ବରିଷ୍ଠ ସାମ୍ବାଦିକ ଏନ ରାମ, ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ ଏବଂ ଓକିଲ ଏମ.ଏଲ୍ ଶର୍ମାଙ୍କ ପକ୍ଷରୁ ଦାୟର ପିଟିସନ ପରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ସେହିପରି କେନ୍ଦ୍ର ସରକାରଙ୍କ ବାସନ୍ଦାଦେଶ ବିରୋଧରେ ଏକାଧିକ ଜନସ୍ୱାର୍ଥ ମାମଲା ସୁପ୍ରିମକୋର୍ଟରେ ରୁଜୁ ହୋଇଛି।

Advertisment

ଜନସ୍ୱାର୍ଥ ମାମଲାର ତ୍ୱରିତ ଶୁଣାଣି ପାଇଁ ବରିଷ୍ଠ ଆଇନଜୀବୀ ସିୟୁ ସିଂହ, ପ୍ରଶାନ୍ତ ଭୂଷଣ ଓ ଏମ୍‌ଏଲ୍‌ ଶର୍ମା ପ୍ରମୁଖ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ପୀଠ ସମ୍ମୁଖରେ ନିବେଦନ କରିଥିଲେ। ଏହି ବୃତ୍ତଚିତ୍ର ପ୍ରଦର୍ଶନକୁ ନେଇ ବିଭିନ୍ନ ସ୍ଥାନରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଥିବା ବେଳେ କେତେକ ଲୋକଙ୍କୁ ଅଯଥାରେ ଗିରଫ କରାଯାଉଥିବା ଆଇନଜୀବୀ ଏମ୍‌ଏଲ୍‌ ଶର୍ମା ଦର୍ଶାଇଥିଲେ। ସେହିପରି ବରିଷ୍ଠ ଆଇନଜୀବୀ ସିୟୁ ସିଂହ ପୀଠକୁ ଅବଗତ କରାଇଥିଲେ ଯେ ଏହି ବୃତ୍ତଚିତ୍ର ପ୍ରଦର୍ଶନ ଯୋଗୁଁ ଆଜମେର୍‌ର ଜଣେ ଛାତ୍ରଙ୍କୁ ମହାବିଦ୍ୟାଳୟରୁ ବହିଷ୍କୃତ କରାଯାଇଛି।

ଏହି ବୃତ୍ତଚିତ୍ରକୁ ବାସନ୍ଦ କରିବା ଅଣସାମ୍ବିଧାନିକ ବୋଲି ଆଇନଜୀବୀ ଦର୍ଶାଇଥିଲେ। ସରକାରଙ୍କ ତରଫରୁ ଲାଗୁ ହୋଇଥିବା ବାସନ୍ଦାଦେଶ ଉଠାଇବା ସହ ଗୁଜରାଟ ଦଙ୍ଗାରେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ସାମିଲ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଜନସ୍ୱାର୍ଥ ମାମଲାରେ ନିବେଦନ କରାଯାଇଛି। ସୂଚନାଥାଉ କି ବିସିସି ଦ୍ୱାରା ପ୍ରସ୍ତୁତ ଏହି ବୃତ୍ତଚିତ୍ରର ପ୍ରସାରଣକୁ ବାସନ୍ଦ କରିଥିଲେ କେନ୍ଦ୍ର ସରକାର। ଅନ୍ୟପକ୍ଷରେ ଏପରି ଜନସ୍ୱାର୍ଥ୍ୟ ମାମଲା ରୁଜୁ କରାଯିବା ଫଳରେ ସୁପ୍ରିମକୋର୍ଟଙ୍କ ବହୁମୂଲ୍ୟ ସମୟ ନଷ୍ଟ ହେବ ବୋଲି କହିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ କିରେନ୍‌ ରିଜିଜୁ କହିଥିଲେ।

Advertisment
Narendra Modi