Advertisment

ସୁପ୍ରିମକୋର୍ଟଙ୍କ ବଡ଼ ରାୟ : ଶିକ୍ଷକଙ୍କ ପାଇଁ TET ପାସ୍‌ ବାଧ୍ୟତାମୂଳକ

ରାୟ ଦେବା ବେଳେ ସୁପ୍ରିମକୋର୍ଟ କହିଛନ୍ତି ଯେ ଆରଟିଇ ଅଧୀନରେ ଟିଇଟି ବାଧ୍ୟତାମୂଳକ ନିୟମ ଦେଶର ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନ ପାଇଁ ଲାଗୁ ହେବନାହିଁ।

ଅଦ୍ୟତନ ହୋଇଛି
SC

SC

Advertisment

ଶିକ୍ଷକ ଚାକିରି ପାଇଁ ଏଣିକି ଟିଚର୍ସ ଇଲିଜିବିଲିଟି ଟେଷ୍ଟ ବା ଟଇଟି ପାସ୍‌ ବାଧ୍ୟତାମୂଳକ। ସେହିପରି ଚାକିରିରେ ଥିବା ଶିକ୍ଷକମାନଙ୍କୁ ମଧ୍ୟ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ ବୋଲି ଆଜି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ୨୦୦୯ ମସିହା ଆରଟିଇ ଆଇନ ବା ପିଲାଙ୍କ ମାଗଣା ଓ ବାଧ୍ୟତାମୂଳକ ଶକ୍ଷା ଅଧିକାର ଆଇନ ଲାଗୁ ହେବା ପୂର୍ବରୁ ନିଯୁକ୍ତି ପାଇଥିବା ଓ ଯେଉଁମାନଙ୍କ ଚାକିରି ୫ ବର୍ଷରୁ ଅଧିକ ସମୟ ବାକି ରହିଛି, ସେମାନଙ୍କୁ ୨ ବର୍ଷ ମଧ୍ୟରେ ଟିଇଟି ପାସ୍‌ କରିବାକୁ ପଡ଼ିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

Advertisment

ରାୟ ଦେବା ବେଳେ ସୁପ୍ରିମକୋର୍ଟ କହିଛନ୍ତି ଯେ ଆରଟିଇ ଅଧୀନରେ ଟିଇଟି ବାଧ୍ୟତାମୂଳକ ନିୟମ ଦେଶର ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନ ପାଇଁ ଲାଗୁ ହେବନାହିଁ। ବୃହତ୍ତର ଖଣ୍ଡପୀଠ ସଂଖ୍ୟାଲଘୁ ସ୍କୁଲଗୁଡ଼ିକ ଆରଟିଇ ଆକ୍ଟ ଅଧୀନରେ ଆସୁଛନ୍ତି କି ନାହିଁ, ତା’ର ନିଷ୍ପତ୍ତି ନେବେ। ଏହାପରେ ଟିଇଟି ବାଧ୍ୟତାମୂଳକ ନିୟମ କାର୍ଯ୍ୟକାରୀ ହେବ କି ନାହିଁ, ତା’ ନିଷ୍ପତ୍ତି ହେବ।

ଆଜିର ଶୁଣାଣି ବେଳେ ତୃଣମୂଳସ୍ତରର ବାସ୍ତବ ସ୍ଥିତିକୁ ଦେଖି ଜଷ୍ଟିସ ଦୀପଙ୍କର ଦତ୍ତା ଓ ଜଷ୍ଟିସ ମନମୋହନ ଏବେ ଯେଉଁ ଶିକ୍ଷକମାନଙ୍କ କାର୍ଯ୍ୟକାଳ ୫ ବର୍ଷରୁ କମ ସମୟ ରହିଛି ଓ ପଦୋନ୍ନତି ପାଇବାକୁ ଚାହୁଁ ନାହାନ୍ତି। ସେମାନଙ୍କୁ ଟିଇଟି ବାଧ୍ୟତାମୂଳକ ନିୟମରୁ ବାହାରେ ରଖିବାକୁ କହିଛନ୍ତି।

Advertisment

୨୦୧୧ ମସିହା ଜୁଲାଇ ୨୯ରେ ନ୍ୟାଶନାଲ କାଉନସିଲ ଫର ଟିଚର ଏଡୁକେସନ(ଏନସିଟିଇ) ଶିକ୍ଷକ ଭାବେ କ୍ୟାରିୟର ଗଢ଼ିବାକୁ ଚାହୁଁଥିବା ଆଶାୟୀଙ୍କ ପାଇଁ ଟିଇଟି ବାଧ୍ୟତାମୂଳକ କରିଥିଲା। ଏ ସଂକ୍ରାନ୍ତରେ ଏକାଧିକ ଆବେଦନ ସୁପ୍ରିମକୋର୍ଟରେ ଆଗତ କରାଯାଇଥିଲା।

ସଂଖ୍ୟାଲଘୁ ସଂଖ୍ୟାନୁଷ୍ଠାନ ପାଇଁ ଆରଟିଇ ଆଇନ ଲାଗୁ ହେବ କି ଯଦି ହଁ, ତା’ହେଲେ ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନର ଶିକ୍ଷକମାନଙ୍କ ପାଇଁ ଟିଇଟି ବାଧ୍ୟତାମୂଳକ କରାଯିବ? ଏହା କ’ଣ ସମ୍ବିଧାନର ଧାରା ୩୦କୁ ଉଲ୍ଲଙ୍ଘନ କରୁଛି କି ନାହିଁ, ତା’ର ବିଚାର କରିବାକୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା।

tet Supreme Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe