Advertisment

କ୍ଷମତା ପ୍ରୟୋଗ କଲେ ସୁପ୍ରିମକୋର୍ଟ, ଆଇଆଇଟିରେ ପଢ଼ିବେ ଅତୁଲ କୁମାର

୧୮ ବର୍ଷୀୟ ଅତୁଲ କୁମାର ଶେଷ ପ୍ରୟାସରେ ଆଇଆଇଟି ଧାନବାଦରେ ନାଁ ଲେଖାଇବା ପାଇଁ ଅନୁଷ୍ଠିତ ପରୀକ୍ଷାରେ ଯୋଗ୍ୟତା ଅର୍ଜନ କରିଥିଲେ।

SC

SC

Advertisment

ନିଜର ଅସାଧାରଣ କ୍ଷମତାକୁ ବ୍ୟବହାର କରିଛନ୍ତି ସୁପ୍ରିମକୋର୍ଟ। ମାତ୍ର ୧୭ ହଜାର ୫୦୦ ଟଙ୍କା ପାଇଁ ଆଇଆଇଟି ଧାନବାଦରେ ନାଁ ଲେଖାଇବା ସୁଯୋଗ ହରାଇଥିବା ଦଳିତ ଛାତ୍ର ଅତୁଲ କୁମାରଙ୍କ କ୍ଷେତ୍ରରେ ବଡ଼ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।

Advertisment

ସେ ଧାର୍ଯ୍ୟ ସମୟ ଅନୁସାରେ ଫି’ ଦାଖଲ କରିବାକୁ ସକ୍ଷମ ହୋଇ ନଥିଲେ ହେଁ ଏବେ ସୁପ୍ରିମକୋର୍ଟ ତାଙ୍କୁ ଆଡମିସନର ସୁଯୋଗ ଦେବାକୁ ଆଇଆଇଟି ଧାଦବାଦକୁ ନିର୍ଦ୍ଦେଶ ଦେଇଛନ୍ତି। ୧୮ ବର୍ଷୀୟ ଅତୁଲ କୁମାର ଶେଷ ପ୍ରୟାସରେ ଆଇଆଇଟି ଧାନବାଦରେ ନାଁ ଲେଖାଇବା ପାଇଁ ଅନୁଷ୍ଠିତ ପରୀକ୍ଷାରେ ଯୋଗ୍ୟତା ଅର୍ଜନ କରିଥିଲେ।

ହେଲେ ନାଁ ଲେଖାଇବା ପାଇଁ ଧାର୍ଯ୍ୟ ସମୟ ଅନୁସାରେ ସେ ୧୭,୫୦୦ ଟଙ୍କା ଜମା କରି ପାରି ନଥିଲେ। ତେଣୁ ତାଙ୍କୁ ନାଁ ଲେଖାଇବାକୁ ଅନୁମତି ମିଳି ନଥିଲା। ଏହା ବିରୋଧରେ ସେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।

Advertisment

ଏବେ ସୁପ୍ରିମକୋର୍ଟ ସମ୍ବିଧାନର ୧୪୨ ଧାରାରେ ଥିବା ନିଜ କ୍ଷମତାର ବ୍ୟବହାର କରି ମେଧାବୀ ଛାତ୍ର ଅତୁଲ କୁମାରଙ୍କୁ ନାଁ ଲେଖାଇବାର ସୁଯୋଗ ଦେବାକୁ ଆଇଆଇଟି ଧାନବାଦକୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ଆବେଦନକାରୀଙ୍କ ଭଳି ଜଣେ ମେଧାବୀ ଯିଏ ବଞ୍ଚିତ ବର୍ଗରୁ ଆସିଛନ୍ତି, ତାଙ୍କୁ ଆଡମିସନରୁ ବଞ୍ଚିତ କରାଯାଇ ପାରିବ ନାହିଁ।

ଲଗ ଇନ ତଥ୍ୟରୁ ସଙ୍କେତ ମିଳୁଛି ଯେ ସେ ନିଷ୍ଠାର ସହ ପୋର୍ଟେଲରେ ଲଗ ଇନ କରିଥିଲେ। ଯଦି ତାଙ୍କ ପାଖରେ ଫି’ ବାବଦ ଅର୍ଥ ନଥିଲା, ତା’ହେଲେ ସେ କାହିଁକି ଏପରି ଲଗ ଇନ କରିଥିଲେ, ତା’ର ନିର୍ଦ୍ଦିଷ୍ଟ କାରଣ ଜଣାପଡ଼ୁନାହିଁ। ତେଣୁ ଆମର ମତ ହେଲା ଜଣେ ମେଧାବୀ ଛାତ୍ର ଏହି ସାମାନ୍ୟ କାରଣ ପାଇଁ ଏପରି ସମସ୍ୟାର ସମ୍ମୁଖୀନ ହୋଇପାରିବେ ନାହିଁ। ଆମେ ତାଙ୍କୁ ଆଡମିସନ ଦେବାକୁ ଆଇଆଇଟି ଧାନବାଦକୁ ନିର୍ଦ୍ଦେଶ ଦେଉଛୁ।

କୋର୍ଟ ଆହୁରି କହିଛନ୍ତି ଯେ ଫି’ ଦାଖଲ କରିବାର ଶେଷ ତାରିଖ ଜୁନ ୨୪ ସନ୍ଧ୍ୟା ୫ ଯାଏ ରହିଥିଲା। ପିଲାଟିର ବାପା ମା’ ୪.୪୫ ସୁଦ୍ଧା ଟଙ୍କା ଯୋଗାଡ଼ କରିଥିଲେ। ଛାତ୍ର ଜଣଙ୍କ ୪.୪୫ରେ ପୋର୍ଟାଲରେ ଲଗ ଇନ କରିଥିଲେ। ହେଲେ ପୋର୍ଟାଲ ୫ରେ ବନ୍ଦ ହୋଇ ଯାଇଥିଲା ଓ ଜମା ରାଶିକୁ ଗ୍ରହଣ କରି ନଥିଲା।

ଆଇଆଇଟି ଧାନବାଦରେ ନାଁ ଲେଖାଇବା ପାଇଁ ଛାତ୍ର ପାଖରେ ଏହା ଶେଷ ସୁଯୋଗ। କାରଣ ଏଠାରେ ଆଡମିନସନ ପାଇଁ ଜଣେ କେବଳ ୨ ଥର ହିଁ ସୁଯୋଗ ପାଇପାରିବେ। ପିଲାଟି ଜଣେ ମେଧାବୀ ଛାତ୍ର। କେବଳ ୧୭,୫୦୦ ଟଙ୍କା ତାଙ୍କ ବାଟରେ କଣ୍ଟା ହୋଇଥିଲା।

ତାଙ୍କୁ ସମାନ ବ୍ୟାଚରେ ଆଡମିସନ ଦିଆଯାଉ। ଗୋଟିଏ ସ୍ୱତନ୍ତ୍ର ସିଟ ତାଙ୍କ ପାଇଁ ତିଆରି କରାଯାଉ। ନାଁ ଲେଖାଇ ସାରିଥିବା କୌଣସି ଛାତ୍ର ଯେମିତି ଏହାଦ୍ୱାରା ପ୍ରଭାବିତ ନ ହେବେ, ସେକଥା ମଧ୍ୟ ନିଶ୍ଚିତ କରିବାକୁ ସୁପ୍ରିମକୋର୍ଟ କହିଛନ୍ତି।

ଶୁଣାଣି ଶେଷରେ ସିଜେଆଇ ଜଷ୍ଟିସ ଚନ୍ଦ୍ରଚୂଡ଼ ଆବେଦନକାରୀ ଅତୁଲ କୁମାରଙ୍କ କହିଥିଲେ ଯେ “ଅଲ ଦି ବେଷ୍ଟ। ଭଲ କରିବ।”

Supreme Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe