Advertisment

ହେମନ୍ତ ସୋରେନ୍‌ଙ୍କୁ ଝଟ୍‌କା, କେଜ୍ରିଓ୍ୱାଲଙ୍କ ଭଳି ମଳିଲାନି ବେଲ୍‌

ତଥ୍ୟ ଲୁଚାଇବାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସୁପ୍ରିମ କୋର୍ଟ।

author-image
Madhupriya Mistry
Hemant Soren

Hemant Soren

ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା ହେମନ୍ତ ସୋରେନ୍‌ଙ୍କୁ ସୁପ୍ରିମକୋର୍ଟରୁ ମିଳିଛି ବଡ଼ ଝଟ୍‌କା। ତାଙ୍କ ଅନ୍ତରୀଣ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି କୋର୍ଟ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଭଳି ତାଙ୍କୁ ଜାମିନ୍‌ ଦେବାକୁ ସର୍ବୋଚ୍ଚ ଅଦାଲତ ମନା କରିଦେଇଛନ୍ତି। କୋର୍ଟଙ୍କ ଏହି ରାୟ ଆସିବା ପରେ ସୋରେନ୍‌ଙ୍କ ଓକିଲ ନିଜ ଆବେଦନକୁ ପ୍ରତ୍ୟାହର କରି ନେଇଛନ୍ତି।

Advertisment

ଶୁଣାଣି ବେଳେ ଜଷ୍ଟିସ୍‌ ଦୀପଙ୍କୀ ଦତ୍ତା ଓ ଜଷ୍ଟିସ ସତୀଶ ଚନ୍ଦ୍ରଙ୍କ ଖଣ୍ଡପୀଠ ନିମ୍ନ ଅଦାଲତରେ ଜାମିନ ଆବେଦନ କରିଥିବା ତଥ୍ୟ ଲୁଚାଇବାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ସୋରେନଙ୍କ ତରଫରୁ ହାଜର ହୋଇଥିବା ଓକିଲ କପିଲ ସିବଲଙ୍କୁ କୋର୍ଟ କହିଛନ୍ତି, 'ତୁମର ଆଚରଣ ଅନେକ କଥା କହୁଛି, ଆମେ ଆଶା କରିଥିଲୁ ତୁମର ମହକିଲ୍‌ ସ୍ପଷ୍ଟତା ସହିତ ଆଗକୁ ଆସିବେ କିନ୍ତୁ ତୁମେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲୁଚାଇଛ। ଆବେଦନର ଗୁଣବତ୍ତା ଉପରେ ବିଚାର ନକରି ଆମେ ଗିରଫଦାରୀ ବିରୋଧରେ କରିଥିବା ତାଙ୍କ ଆବେଦନକୁ ଖାରଜ କରିବୁ। ଯଦି କୋର୍ଟ ଏହାର ଯୋଗ୍ୟତା ବିବେଚନା କରନ୍ତି, ତେବେ ଏହା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପାଇଁ ହିଁ କ୍ଷତିକାରକ ହେବ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।

Advertisment

ଏହାପୂର୍ବରୁ ଇଡି ସୁପ୍ରିମକୋର୍ଟଙ୍କୁ କହିଥିଲା ଯେ ଝାଡଖଣ୍ଡ ହାଇକୋର୍ଟଙ୍କ ଦ୍ୱାର ସୋରେନଙ୍କ ଗିରଫଦାରୀକୁ ସଠିକ୍‌ ବୋଲି ଦର୍ଶାଯାଇଛି। ତାଙ୍କର ନିୟମିତ ଜାମିନ ଆବେଦନକୁ ମେ ୧୩ ରେ ଟ୍ରାଏଲ କୋର୍ଟ ଖାରଜ କରିଛନ୍ତି।

କହିରଖୁ ଯେ, ଜମି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ହେମନ୍ତ ସୋରେନ୍‌ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଆଯାଇଥିବା ମଧ୍ୟବର୍ତ୍ତୀକାଳୀନ ଜାମିନ ବିଷୟରେ ଉଲ୍ଲେଖ କରି ନିଜ ପାଇଁ ସୁପ୍ରିମକୋର୍ଟରେ ବେଲ୍‌ ମାଗିଥିଲେ।

Supreme Court Hemant Soren