Advertisment

ଇଭିଏମରେ ବ୍ୟବହୃତ ସଫ୍ଟୱେୟାରର ସୋର୍ସ କୋର୍ଡ ଅଡିଟ୍ ଆବେଦନକୁ ସୁପ୍ରିମକୋର୍ଟଙ୍କ ଖାରଜ

ଇଭିଏମରେ ବ୍ୟବହୃତ ସଫ୍ଟୱେୟାରର ସୋର୍ସ କୋର୍ଡ ଉପରେ ଅଡିଟ୍ ପାଇଁ କରାଯାଇଥିବା ଆବେଦନକୁ ଗ୍ରହଣ କଲେନି ସୁପ୍ରିମକୋର୍ଟ।

ଅଦ୍ୟତନ ହୋଇଛି
EVM

EVM

Advertisment

ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) ରେ ବ୍ୟବହୃତ ସଫ୍ଟୱେୟାରର ସୋର୍ସ କୋର୍ଡ ଉପରେ ଅଡିଟ୍ ଆବେଦନକୁ ଗ୍ରହଣ କଲେନି ସୁପ୍ରିମକୋର୍ଟ। ଗତକାଲି ସୁପ୍ରିମକୋର୍ଟ ଏ ଉପରେ ହୋଇଥିବା ଏକ ଜନସ୍ୱାର୍ଥ ଆବେନକୁ ଅଗ୍ରାହ୍ୟ କରି ଦେଇଛନ୍ତି। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ସମେତ ତିନି ଜଣିଆ ଖଣ୍ଡପୀଠ ବିଚାର କରି ଆବେଦନକୁ ନାମାଞ୍ଜୁର କରିଛନ୍ତି।

Advertisment

ବିଚାରପତି କହିଛନ୍ତି ଯେ, ସୋର୍ସ ବା ଉତ୍ସ କୋଡ୍ ସାର୍ବଜନୀନ କରିବା ଦ୍ୱାରା ମେସିନଗୁଡିକ ହ୍ୟାକିଂ ହେବ, ଯାହା ଅସୁରକ୍ଷିତ। ବେଞ୍ଚ ଆବେଦନକାରୀଙ୍କୁ କହିଛନ୍ତି, 'ଯଦି ଆମେ ସାର୍ବଜନୀନ ଡୋମେନରେ ଉତ୍ସ କୋଡ୍ ବାହାର କରିବା ଆରମ୍ଭ କରୁ, ତେବେ କେଉଁମାନେ ଏହାକୁ ହ୍ୟାକ୍ କରିବାରେ ସମର୍ଥ ହେବେ ଆପଣ ଜାଣନ୍ତି।'

ଏକ ସୋର୍ସ କୋଡ୍ ହେଉଛି ଲିଖିତ ସଫ୍ଟୱେର୍ କମାଣ୍ଡର ମାନବ-ପଠନୀୟ ସେଟ୍, ଯାହା କିପରି କାର୍ଯ୍ୟ କରିବ ସେ ସମ୍ବନ୍ଧରେ ଏକ ବୈଦ୍ୟୁତିକ ଉପକରଣର ହାର୍ଡୱେୟରକୁ ନିର୍ଦ୍ଦେଶ ଦେଇଥାଏ। ଅନ୍ୟ ଅର୍ଥରେ କହିବାକୁ ଗଲେ ଏହା ମେସିନର ମସ୍ତିଷ୍କ। ଯଦି ଉତ୍ସ କୋଡ୍ ସାର୍ବଜନୀନ ହୁଏ, ବ୍ୟବହୃତ ସଫ୍ଟୱେରକୁ ଚତୁରତାର ସହ କାର୍ଯ୍ୟକାରୀ କରିବା କଷ୍ଟକର ହୋଇପଡ଼ିବ।

Advertisment

ଆବେଦନକାରୀ, ମୁମ୍ବାଇର ଓକିଲ ସୁନୀଲ ଅହ୍ୟା କୋର୍ଟଙ୍କୁ କହିଛନ୍ତି ଯେ, ସୋର୍ସ କୋଡର ଅଡିଟ୍ ପାଇଁ IEEE1028 ହେଉଛି ଅନ୍ତର୍ଜାତୀୟ ମାନକ, କିନ୍ତୁ ଭାରତ ନିର୍ବାଚନ ଆୟୋଗ ଏହାକୁ କିମ୍ବା ଅନ୍ୟ କୌଣସି ମାନକକୁ ବ୍ୟବହାର କରୁଛନ୍ତି ତାହା ଜଣା ପଡ଼ିନାହିଁ। ଶେଷ ଥର ପାଇଁ ସେ ୨୦୧୮ରେ ସମାନ ପ୍ରସଙ୍ଗ ଉପରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ୨୦୧୯ରେ ଯାହାର ଶୁଣାଣି ହୋଇଥିଲା। ବର୍ତ୍ତମାନ ସମାନ ପ୍ରସଙ୍ଗ ଉପରେ ସେ ପୁନର୍ବାର ଆବେଦନ କରିବାକୁ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି, ମାତ୍ର ଅଦାଲତ ଆବେଦନକୁ ଅଗ୍ରାହ୍ୟ କରି ଦେଇଛନ୍ତି। 

୨୦୧୯ରେ ଶୁଣାଣି ସମୟରେ ଇଲେକ୍ସନ୍ କମିଶନ୍ ଅଫ୍ ଇଣ୍ଡିଆ(ଇସିଆଇ) କୋର୍ଟକୁ କହିଥିଲେ ଯେ, ଇସିଆଇର ସୋର୍ସ କୋର୍ଡ ଅଡିଟ୍ କିମ୍ବା ଅନ୍ୟ କୌଣସି ସୂଚନା ଟେକ୍ନିକାଲ୍ ଇଭାଲ୍ୟୁଏସନ୍ କମିଟିରେ ଉପଲବ୍ଧ।

Eci EVM SC EVM Source Code Software Audit
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe