Advertisment

ଜାତୀୟ ପୁରୁଷ କମିଶନ: ଜୁଲାଇ ୩ରେ ଶୁଣାଣି କରିବେ ସୁପ୍ରିମକୋର୍ଟ

ସୁପ୍ରିମକୋର୍ଟର ୱେବସାଇଟ ଅନୁଯାୟୀ, ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଦୀପକଙ୍କର ଦତ୍ତାଙ୍କ ଖଣ୍ଡପୀଠ ଏ ସଂକ୍ରାନ୍ତ ପିଏଆଇଏଲର ଶୁଣାଣି କରିବେ।

author-image
Hemant Lenka
SC

SC

ଘରୋଇ ହିଂସା ଯୋଗୁ ପୁରୁଷମାନଙ୍କ ଆତ୍ମହତ୍ୟା ସଂଖ୍ୟା ବଢ଼ିବାରେ ଲାଗିଛି। ଏହି ସମସ୍ୟାକୁ ରୋକିବା ଓ ନିର୍ଯାତନାରୁ ପୁରୁଷମାନଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ଜାତୀୟ ପୁରୁଷ କମିଶନ ଗଠନ ଦାବିରେ ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ। ଆସନ୍ତା ୩ ତାରିଖ ଅର୍ଥାତ ସୋମବାର ସର୍ବୋଚ୍ଚ ଅଦାଲରେ ଏହାର ଶୁଣାଣି ହେବ।

Advertisment

ସୁପ୍ରିମକୋର୍ଟର ୱେବସାଇଟ ଅନୁଯାୟୀ, ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଦୀପକଙ୍କର ଦତ୍ତାଙ୍କ ଖଣ୍ଡପୀଠ ଏ ସଂକ୍ରାନ୍ତ ପିଏଆଇଏଲର ଶୁଣାଣି କରିବେ। ଆଇନଜୀବୀ ମହେଶ କୁମାର ତିୱାରୀ ଦାଖଲ କରିଥିବା ପିଆଇଏଲଏଲରେ କହିଛନ୍ତି ଯେ ୨୦୨୧ର ଏନସିଆରବି ତଥ୍ୟ ଅନୁଯାୟୀ, ସେହି ବର୍ଷ ସମଗ୍ର ଦେଶରେ ମୋଟ ୧,୬୪,୦୩୩ ଜଣ ଆତ୍ମହତ୍ୟା କରିଥିଲେ।

ଏହା ମଧ୍ୟରୁ ୮୧,୦୬୩ ଜଣ ବିବାହିତ ପୁରୁଷ ଓ ୨୮,୬୮୦ ଜଣ ବିବାହିତ ମହିଳା ଥିଲେ। ପ୍ରାୟ ୩୨.୨% ପୁରୁଷ ପାରିବାରିକ ସମସ୍ୟା କାରଣରୁ ଜୀବନ ହାରିଥିଲେ। ସେହିପରି ବିବାହ ଜନିତ ସମସ୍ୟା ଯୋଗୁ ୨୦୨୧ରେ ୪.୮% ପୁରୁଷ ଆତ୍ମହତ୍ୟା କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲେ ମୋଟ ୧,୧୮,୯୭୯ ଜଣ ପୁରୁଷ(୭୨%) ଓ ମୋଟ ୪୫,୦୨୬ ଜଣ ମହିଳା(୨୭%) ୨୦୨୧ରେ ଜୀବନ ହାରିଥିଲେ।

Advertisment

ବିବାହିତ ପୁରୁଷମାନେ କରୁଥିବା ଆତ୍ମହତ୍ୟା ସମସ୍ୟାର ମୁକାବିଲା ଓ ଘରୋଇ ହିଂସାର ଶିକାର ହେଉଥିବା ଅଭିଯୋଗକୁ ଗ୍ରହଣ କରିବା ପାଇଁ ଜାତୀୟ ମାନବାଧିକାର କମିଶନଙ୍କୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଆବେଦନକାରୀ ଅନୁରୋଧ କରିଛନ୍ତି। ଏବେ ସର୍ବୋଚ୍ଚ ଅଦାଲତ ଏହାର ଶୁଣାଣି ସୋମବାର କରିବାକୁ ରାଜି ହୋଇଛନ୍ତି।

Supreme Court