Advertisment

SIR Controversy: ବେଙ୍ଗଲକୁ ସତର୍କ କରାଇଲେ, ସମୟସୀମା ସପ୍ତାହେ ବଢ଼ାଇଲେ ସୁପ୍ରିମକୋର୍ଟ

ପ୍ରକ୍ରିୟାରେ ସୃଷ୍ଟି ହେଉଥିବା ସମସ୍ୟାକୁ ନିଶ୍ଚିତ ଭାବେ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ଏଥିସହ ବେଙ୍ଗଲ ଏସ୍‌ଆଇଆର ପ୍ରକ୍ରିୟାକୁ ଆଉ ଗୋଟିଏ ସପ୍ତାହ ବୃଦ୍ଧି କରିଛନ୍ତି।

author-image
Hemant Lenka
SIR

ଏସ୍‌ଆଇଆର

ସ୍ପେଶାଲ ଇଣ୍ଟେନସିଭ ରିଭିଜନ(ଏସ୍‌ଆଇଆର) ବା ଭୋଟ ତାଲିକା ସଂଶୋଧନ ପ୍ରସଙ୍ଗରେ ପଶ୍ଚିମବଙ୍ଗ ସରକାରଙ୍କୁ ସତର୍କ କରାଇଛନ୍ତି ସୁପ୍ରିମକୋର୍ଟ। ଏସ୍‌ଆଇଆର ପ୍ରକ୍ରିୟାରେ କୌଣସି ପ୍ରତିବନ୍ଧକ ବା ବାଧାକୁ କେବେ ହେଲେ ସହ୍ୟ କରାଯିବ ନାହିଁ। କିନ୍ତୁ ପ୍ରକ୍ରିୟାରେ ସୃଷ୍ଟି ହେଉଥିବା ସମସ୍ୟାକୁ ନିଶ୍ଚିତ ଭାବେ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ଏଥିସହ ବେଙ୍ଗଲ ଏସ୍‌ଆଇଆର ପ୍ରକ୍ରିୟାକୁ ଆଉ ଗୋଟିଏ ସପ୍ତାହ ବୃଦ୍ଧି କରିଛନ୍ତି। 

Advertisment

ହ୍ୱାଟସଆପରେ ଜାରି କରାଯାଉଥିବା ଅଫିସିଆଲ ନିର୍ଦ୍ଦେଶକୁ ଶେଷ କରି ଏସ୍‌ଆଇଆର ପ୍ରକ୍ରିୟାରେ ପରିବର୍ତ୍ତନ କରିବା ଦାବି ନେଇ ସୁପ୍ରିମକୋର୍ଟରେ ପହଞ୍ଚିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସମସ୍ତ ନିର୍ଦ୍ଦେଶ ପୁନଃ ବିଧିବଦ୍ଧ ଜାରି କରାଯାଉ ଓ ଭାରତୀୟ ନିର୍ବାଚନ କମିଶନଙ୍କ ୱେବସାଇଟରେ ଏହାକୁ ଅପଲୋଡ କରାଯାଉ। ସେହିପରି ମାଇକ୍ରୋ ପର୍ଯ୍ୟବେକ୍ଷକଙ୍କୁ ହଟାଇ ୮,୫୦୫ ଗ୍ରୁପ ବି ଅଫିସରଙ୍କୁ ସେମାନଙ୍କ ସ୍ଥାନରେ ନିଯୁକ୍ତି ଦେବାକୁ ସେ ଦାବି କରିଥିଲେ। 

ଏହି ପ୍ରସଙ୍ଗର ଶୁଣାଣି ଆଜି ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଖଣ୍ଡପୀଠ କରିଛନ୍ତି। ଏହି ଖଣ୍ଡପୀଠରେ ଜଷ୍ଟିସ ଜୟମଳୟ ବାଗଚି ଓ ଜଷ୍ଟିସ ଏନଭି ଅଞ୍ଜାରିଆ ମଧ୍ୟ ରହିଛନ୍ତି। ଖଣ୍ଡପୀଠ କହିଛନ୍ତି, “ଆମେ ସବୁ ପ୍ରକାରର ବାଧାବିଘ୍ନକୁ ହଟାଇବୁ। କିନ୍ତୁ ଏସ୍‌ଆଇଆର ପ୍ରକ୍ରିୟାରେ ପ୍ରତିବନ୍ଧକ ସୃଷ୍ଟି କରିବାକୁ ଆମେ ଅନୁମତି ଦେବୁ ନାହିଁ। ଏହାକୁ ସମସ୍ତେ ଭଲ ବିଶେଷ କରି ସବୁ ରାଜ୍ୟ ସରକାରମାନେ ବୁଝି ନିଅନ୍ତୁ।” 

Advertisment

ନିର୍ବାଚନ କମିଶନଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ଡିଏସ୍‌ ନାଇଡୁ ଶୁଣାଣି ବେଳେ ନିର୍ବାଚନୀ ପଞ୍ଜିକରଣ ଅଫିସରଙ୍କ ନିଯୁକ୍ତିକୁ ନେଇ ଗୁରୁତ୍ୱର ଚିନ୍ତା ପ୍ରକଟ କରିଛନ୍ତି। ତାଙ୍କ କହିବା କଥା ଯେ ନିର୍ବାଚନୀ ପଞ୍ଜିକରଣ ଅଫିସରମାନେ ଅର୍ଦ୍ଧ ନ୍ୟାୟିକ କାର୍ଯ୍ୟ କରୁଛନ୍ତି। ତେଣୁ ସେମାନଙ୍କ ପାଖରେ ଏହାର ଉପଯୁକ୍ତ ଅଭିଜ୍ଞତା ରହିବା ଦରକାର।

ଇସିଆଇ ୩୦୦ ଗ୍ରୁପ ବି ଅଫିସରଙ୍କୁ ମାଗିଥିବା ବେଳେ ଅଭିଜ୍ଞତା ଥିବା କେବଳ ୬୪ ଜଣ ଅଫିସର ଏମାନଙ୍କ ମଧ୍ୟରେ ରହିଥିଲେ। ବାକି ନିଯୁକ୍ତି ବେତନ ସମାନତା ଭିତ୍ତିରେ କରାଯାଇଥିଲା। ସେ କହିଛନ୍ତି ଯେ ଇଞ୍ଜିନିୟରଙ୍କ ଭଳି ଅଧିକାରୀମାନେ ଏସ୍‌ଆଇଆର(sir) ଅଧୀନରେ ନ୍ୟାୟିକ ନିର୍ଣ୍ଣୟକୁ ସମ୍ଭାଳିବା ପାଇଁ ଉପଯୁକ୍ତ ନୁହନ୍ତି। ଏହାକୁ ଅଧିକୃତ ପ୍ରାଧିକରଣ ପାଖରେ ଚ୍ୟାଲେଞ୍ଜ କରାଯାଇପାରେ। 

ମାଇକ୍ରୋ ପର୍ଯ୍ୟବେପକ୍ଷଙ୍କ ଭୂମିକା ମଧ୍ୟ ଶୁଣାଣି ବେଳେ ଚର୍ଚ୍ଚାକୁ ଆସିଛି। ବରିଷ୍ଠ ଆଇନଜୀବୀ ଶ୍ୟାମ ଡିଭାନ ଯୁକ୍ତି ରଖିଛନ୍ତି ଯେ ମାଇକ୍ରୋ ପର୍ଯ୍ୟବେକ୍ଷଙ୍କ ଜରିଆରେ ବିପୁଳ ସଂଖ୍ୟାର ଭୋଟରଙ୍କୁ ତାଲିକାରୁ ହଟାଇ ଯାଇ ପାରିବ ନାହିଁ। ଏଥିସହ ସେ ସାମୂହିକ ନାମ ହଟାଇବା ବିରୋଧରେ ମଧ୍ୟ ସତର୍କ କରିଛନ୍ତି। 

ଆଇନଜୀବୀ ଡିଭାନ ମାମଲାର ଗୁରୁତ୍ୱର ଉପରେ ଫୋକସ କରି କହିଛନ୍ତି ଯେ ଏସ୍‌ଆଇଆର ପ୍ରକ୍ରିୟା ଫେବୃଆରୀ ୧୪ରେ ଶେଷ କରିବାକୁ ଧାର୍ଯ୍ୟ ହୋଇଛି। ସେହିପରି ଚୂଡ଼ାନ୍ତ ଭୋଟର ତାଲିକା ମଧ୍ୟ ସମାନ ଦିନ ପ୍ରକାଶ କରାଯିବ। ଯଦି ସେମାନେ ଚୂଡ଼ାନ୍ତ ତାଲିକା ପ୍ରକାଶ କରିବେ ଓ ଏହାପରେ ନିର୍ବାଚନ ତାରିଖ ଘୋଷଣା କରିଦେବେ, ତା’ହେଲେ ସବୁ କିଛି ଶେଷ ହୋଇଯିବ। ଆମେ ସାମୂହିକ ନାଁ ହଟା ପ୍ରକ୍ରିୟା ଚାହୁଁନାହୁଁ।

ଏହା ଶୁଣି ସିଜେଆଇ କହିଛନ୍ତି ଯେ ମାଇକ୍ରୋ ପର୍ଯ୍ୟବେକ୍ଷକ ସହାୟତା ବ୍ୟବସ୍ଥାର ଅଂଶବିଶେଷ। ସେମାନେ ନିର୍ବାଚନୀ ପଞ୍ଜିକରଣ ଅଫିସର ଓ ଆସିସଷ୍ଟାଷ୍ଟ ନିର୍ବାଚନୀ ପଞ୍ଜିକରଣ ଅଫିସରମାନଙ୍କୁ ସହାୟତା କରିବାକୁ ରହିଛନ୍ତି। କିନ୍ତୁ ଚୂଡ଼ାନ୍ତ ନିଷ୍ପତ୍ତି ନିର୍ବାଚନୀ ପଞ୍ଜିକରଣ ଅଫିସରମାନେ ହିଁ ନେବେ। କୋର୍ଟ ଯାଞ୍ଚ କାର୍ଯ୍ୟକ୍ରମର ରେଜଲ୍ଟକୁ ସମୀକ୍ଷା କରିବେ ବୋଲି ସିଜେଆଇ କହିଛନ୍ତି। 

sir