Advertisment

କେମୋଥେରାପି ନାଁରେ କୋଟି କୋଟି ଟଙ୍କା ଚଳୁ, ୭ ଗିରଫ

ଗିରଫ ଅଭିଯୁକ୍ତଙ୍କ ନିକଟରୁ ପ୍ରାଖାପାଖି ନଗଦ ୪ କୋଟି ଟଙ୍କା ଜବତ ହୋଇଛି।

Fake Medicine syndicate busted

Fake Medicine syndicate busted

Advertisment

କ୍ୟାନ୍‌ସର ରୋଗୀଙ୍କ ଜୀବନ ସହ ଖେଳ। କେମୋଥେରାପି ନାଁରେ ଠକେଇ। ନକଲି ଔଷଧ ଦେଇ ଲୋକଙ୍କୁ ଲଗାଉଥିଲେ ଚୁନ। ରୋଗୀଙ୍କ ଠାରୁ ମାରି ନେଉଥିଲେ କୋଟି କୋଟି ଟଙ୍କା। ଏହି ନକଲି ଔଷଧ ତିଆରି ଓ ବିକ୍ରି କରୁଥିବା ଗ୍ୟାଙ୍ଗର ଏବେ ପର୍ଦ୍ଦାଫାଶ କରିଛି ଦିଲ୍ଲୀ ପୁଲିସର କ୍ରାଇମ ବ୍ରାଞ୍ଚ ଟିମ୍‌।

Advertisment

ନକଲି ଔଷଧ ତିଆରି ଓ ବିକ୍ରି କରୁଥିବା ଅଭିଯୋଗରେ ଦିଲ୍ଲୀ କ୍ରାଇମ ବ୍ରାଞ୍ଚ ପୁଲିସ ୭ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ପ୍ରାଖାପାଖି ନଗଦ ୪ କୋଟି ଟଙ୍କା ଜବତ ହୋଇଛି। ଏଥିସହ ୭ଟି ବିଦେଶୀ ଓ ୩ଟି ଭାରତୀୟ ବ୍ରାଣ୍ଡର ଔଷଧ ମଧ୍ୟ ମିଳିଛି। କ୍ରାଇମବ୍ରାଞ୍ଚ ଟିମ୍‌ ସୋମବାର ମୋତି ନଗର, ଗୁରୁଗ୍ରାମ ଓ ଯମୁନା ବିହାରର ୪ଟି ସ୍ଥାନରେ ଚଢ଼ାଉ କରି ଏହି ୭ ଜଣଙ୍କୁ ଗିରଫ କରିଛି।

ଚଢ଼ାଉ ବେଳେ କ୍ରାଇମବ୍ରାଞ୍ଚ ଟିମ୍‌ ସାଢ଼େ ୮୯ ଲକ୍ଷର ନଗଦ ଟଙ୍କା ଓ ୧୯୦୦୦ ଆମେରିକୀୟ ଡଲାର ମଧ୍ୟ ଜବତ କରିଛି। ସମସ୍ତ ଅଭିଯୁକ୍ତଙ୍କୁ ପୁଲିସ ରିମାଣ୍ଡରେ ନେଇ ପଚରାଉଚରା ଜାରି ରଖିଛି।

Advertisment

ଏହି ଗ୍ୟାଙ୍ଗରେ ଆଉ କିଏ କିଏ ଓ କେତେ ଜଣ କାମ କରୁଛନ୍ତି ସେ ନେଇ ପୁଲିସ ସେମାନଙ୍କ ଠାରୁ ଜାଣିବା ପାଇଁ ଖୋଲତାଡ କରୁଛି। ଏଥିସହ ବର୍ତ୍ତମାନ ସୁଦ୍ଧା କେତେ ଲୋକଙ୍କୁ ଏହି ନକଲି ଔଷଧ ବିକ୍ରି କରାଯାଇଛି ତା'ର ତଦନ୍ତ ଜାରି ରଖିଛି ପୁଲିସ।

Chemotherapy For Cancer Medicine Scam Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe