Advertisment

ସ୍କୁଲ ବସ୍‌ ଦୁର୍ଘଟଣା ମାମଲା; ନିଶାରେ ଥିଲେ ଡ୍ରାଇଭର, ପ୍ରିନ୍ସିପାଲଙ୍କ ସମେତ ୩ ଗିରଫ

ଏହି ଘଟଣାରେ ୩ ଜଣ ବନ୍ଧା ହୋଇଥିବା ବେଳେ ସ୍କୁଲକୁ ଦିଅଯାଇଛି କାରଣ ଦର୍ଶାଅ ନୋଟିସ୍‌। ଏଥିସହ ସ୍କୁଲର ସ୍ୱୀକୃତିକୁ ବାତିଲ କରିବାକୁ ବି ରାଜ୍ୟ ସରକାରଙ୍କୁ ପତ୍ର ଲେଖା ଯାଇଛି।

ଅଦ୍ୟତନ ହୋଇଛି
Accident

Accident

Advertisment

ହରିୟାଣାର ମହେନ୍ଦ୍ରଗର ଜିଲ୍ଲା କାନିନା ଦାଦ୍ରି ରାସ୍ତାରେ ଗତକାଲି ଏକ ସ୍କୁଲ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ୬ ଛାତ୍ରଛାତ୍ରୀ ଆଖି ବୁଜିଥିବା ବେଳେ ୨୦ରୁ ଅଧିକ ପିଲା ଗୁରୁତର ହୋଇଛନ୍ତି। ଏହି ଘଟଣାରେ ୩ ଜଣ ବନ୍ଧା ହୋଇଥିବା ବେଳେ ସ୍କୁଲକୁ ଦିଅଯାଇଛି କାରଣ ଦର୍ଶାଅ ନୋଟିସ୍‌। ଏଥିସହ ସ୍କୁଲର ସ୍ୱୀକୃତିକୁ  ବାତିଲ କରିବାକୁ ବି ରାଜ୍ୟ ସରକାରଙ୍କୁ ପତ୍ର ଲେଖା ଯାଇଛି।

Advertisment

ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ସ୍କୁଲ ପ୍ରିନ୍ସିପାଲ, ସ୍କୁଲର ଜଣେ ଅଧିକାରୀ ଓ ବସ୍‌ ଡ୍ରାଇଭର। ଏହି ମାମଲାରେ ପରିବହନ ବିଭାଗର ଆସିଷ୍ଟାଣ୍ଟ ସେକ୍ରେଟାରୀଙ୍କୁ ସସ୍‌ପେଣ୍ଡ କରାଯାଇଛି। ଗତକାଲି ଇଦ୍‌ରେ ସରକାରୀ ଛୁଟି ଥିବା ବେଳେ କ’ଣ ପାଇଁ ସ୍କୁଲ ଖୋଲା ଯାଇଥିଲା ସେ ନେଇ କର୍ତ୍ତୃପକ୍ଷଙ୍କୁ ଦିଆଯାଇଛି କାରଣ ଦର୍ଶାଅ ନୋଟିସ୍‌।

ଦୁର୍ଘଟଣାସ୍ଥଳ ନିକଟବର୍ତ୍ତୀ ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ, ଡ୍ରାଇଭରଜଣକ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିବା ବେଳେ ସେମାନେ ତାଙ୍କ ପାଖରୁ ଚାବି ଛଡ଼ାଇ ନେଇଥିଲେ। ମାତ୍ର ସ୍କୁଲ କର୍ତ୍ତୃପକ୍ଷ ଫୋନ୍‌ କରି ସେମାନେ ତୁରନ୍ତ ଏହି ଡ୍ରାଇଭରଙ୍କୁ କାର୍ଯ୍ୟରୁ ବାହାର କରିଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏଥିସହ ମାତ୍ର ଶେଷ ଥର ପାଇଁ ଚାବି ଦେବା ପାଇଁଅନୁରୋଧ କରିଥିଲେ। ଏହାପରେ ଡ୍ରାଇଭରଜଣକ ଗାଡ଼ି ନେଇ ଚାଲି ଯାଇଥିବା ବେଳେ କିଛି ଦୂରରେ ଦୁର୍ଘଟଣାର ଶିକାର ହୋଇଥିବା ଗ୍ରାମବାସୀ ଖବର ପାଇଥିଲେ। ବସ୍‌ରେ ୪୦ ଛାତ୍ରଛାତ୍ରୀ ଥିବା ବେଳେ ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଗୁରୁତର ହୋଇଛନ୍ତି।

Advertisment

ଯାଞ୍ଚ ବେଳେ ବସ୍‌ର ଫିଟନେସ୍‌ ସାଟିଫିକେର୍ଟ ୨୦୧୮ ମସିହାରୁ ଶେଷ ହୋଇ ଯାଇଥିବା ଜଣାପଡ଼ିଛି। ପୁଲିସ୍‌ ତଦନ୍ତରୁ ଏହା ସାମନାକୁ ଆସିବା ପରେ ତୁରନ୍ତ କାର୍ଯ୍ୟରେ ଖିଲାପ ଅଭିଯୋଗରେ ପରିବହନ ବିଭାଗର ଆସିଷ୍ଟାଣ୍ଟ ସେକ୍ରେଟାରୀଙ୍କୁ ସସ୍‌ପେଣ୍ଡ କରାଯାଇଛି।

ଦୁର୍ଘଟଣା ଖବର ପାଇ ହରିୟାଣା ଶିକ୍ଷା ମନ୍ତ୍ରୀ ସୀମା ତ୍ରିକା ଘଟଣାସ୍ଥଳକୁ ଯାଇ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ମହେନ୍ଦ୍ରଗଡ଼ ଡେପୁଟି କମିଶନର ମୋନିକା ଗୁପ୍ତା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଛୁଟି ଦିନରେ ସ୍କୁଲ ଖୋଲାଥିବାରୁ ଏହାର ସ୍ୱିକୃତୀକୁ ବାତିଲ କରିବାକୁ ରାଜ୍ୟ ସରକାରଙ୍କୁ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ପତ୍ର ଲେଖାଯାଇଛି।

ଏହି ଘଟଣା ପରେ ଚେତି ଯାଇଥିବା ରାଜ୍ୟ ସରକାର ସମସ୍ତ ସ୍କୁଲ ବସ୍‌ର ଫିଟନେସ୍‌ ଯାଞ୍ଚ କରିବାକୁ ପରିବହନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଦୁର୍ଘଟଣାର କାରଣ ଓ ଏଥିପାଇଁ କିଏ ଦାୟୀ ଖୋଜି ବାହାର କରିବାକୁ ଆଡିସନାଲ ଟ୍ରାନ୍ସପୋର୍ଟ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ପ୍ରଧାନମନ୍ତ୍ରୀ ଏହି ଦୁର୍ଘଟଣାରେ ମୃତ ଛାତ୍ରଙ୍କ ପାଇଁ ଗଭୀର ଶୋକ ପ୍ରକାଶ କରିବା ସହ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

Road Accident School Bus Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe