Advertisment

ଛାତ୍ରଙ୍କୁ କଇଁଛି ଭୁଷିଲା ସାଙ୍ଗ; ମେଡିକାଲ ନେଲେନି ସ୍କୁଲ କର୍ତ୍ତୃପକ୍ଷ

ପିଲାଟି ଲହୁଲୁହାଣ ହୋଇ ଛଟପଟ ହେଉଥିବା ବେଳେ ସ୍କୁଲ କର୍ତ୍ତୃପକ୍ଷ କିନ୍ତୁ ମେଡିକାଲ ନେଇ ନ ଥିଲେ ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକେ।

author-image
Niharika Rout
scissors

scissors

କ୍ଲାସ୍‌ରେ ଖଚାଖଚ ଥିଲେ ଛାତ୍ର । ଏହି ସମୟରେ ମୁହାଁମୁହିଁ ହେଲେ ଦୁଇ ଛାତ୍ର। ସାମାନ୍ୟ କଥାକୁ ନେଇ ଜଣେ ଛାତ୍ର ଅନ୍ୟ ଜଣଙ୍କୁ କଇଁଚିରେ ଆକ୍ରମଣ କରିବାକୁ ପଛାଇଲା ନାହିଁ। ପିଲାଟି ଲହୁଲୁହାଣ ହୋଇ ଛଟପଟ ହେଉଥିବା ବେଳେ ସ୍କୁଲ କର୍ତ୍ତୃପକ୍ଷ କିନ୍ତୁ ମେଡିକାଲ ନେଇ ନ ଥିଲେ ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକେ। ଏପରି ଏକ ଅଭାବନୀୟ ଘଟଣା ଝାଡଖଣ୍ଡର ପ୍ରତିଷ୍ଠିତ କ୍ୟାରାଲି ସ୍କୁଲରେ ଘଟିଛି।

Advertisment

ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, କ୍ଲାସ୍‌ ରୁମ୍‌ ଭିତରେ ସବୁ ପିଲାଙ୍କ ସମ୍ମୁଖରେ ତାଙ୍କ ପିଲାକୁ ତା’ର ଜଣେ ସାଙ୍ଗ କଇଁଚିରେ ଆକ୍ରମଣ କରିଥିଲା। ପ୍ରଥମେ ସେ ପିଲାଟିର ମୁଣ୍ଡକୁ କଇଁଚିରେ ଆକମଣ କରିଥିଲା। ନିଜ ରକ୍ଷା ପାଇଁ ହାତ ଦେଖାଇଦେବାରୁ ପୀଡ଼ିତ ଛାତ୍ରର ହାତ ସମେତ ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ହୋଇଛି।

ସ୍କୁଲ କର୍ତ୍ତୃପକ୍ଷ ପିଲାଟିର ଫାଷ୍ଟ- ଏଡ କରିଦେଇଥିଲେ ବି ହସ୍ପିଟାଲ ନେବାକୁ ତତ୍ପରତା ପ୍ରକାଶ କରି ନ ଥିଲେ। ଖବର ପାଇ ପିଲାଟିର ଅଭିଭାବକ ୪୦ ମିନିଟ ପରେ ପହଞ୍ଚି ପିଲାଟିକୁ ହସ୍ପିଟାଲ ନେଇଥିଲେ।

Advertisment

ଆକ୍ରମଣ କରିଥିବା ଛାତ୍ରଙ୍କୁ ତୁରନ୍ତ ସ୍କୁଲରୁ ବିଦା କରିବାକୁ ଦାବି ହେଉଥିବା ବେଳେ ସ୍କୁଲ କର୍ତ୍ତୃପକ୍ଷ କେବଳ ତାଙ୍କୁ ସସ୍‌ପେଣ୍ଡ କରିଛନ୍ତି। ଏଥିରେ ପୀଡ଼ିତ ଛାତ୍ରଙ୍କ ପରିବାର ଅସନ୍ତୁଷ୍ଟ ଅଛନ୍ତି।

ଏହି ଘଟଣାର ତଦନ୍ତ କରାଯାଉଛି । ଯାଞ୍ଚ ପରେ ଯେଉଁ ତଥ୍ୟ ସାମନାକୁ ଆସିବ ସେହି ଅନୁଯାୟୀ, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍କୁଲ ପ୍ରିନ୍ସପାଲ ସୂଚନା ଦେଇଛନ୍ତି।

ଝାଡ଼ଖଣ୍ଡ ଅଭିଭାବକ ସଂଘ ଏହାକୁ ନେଇ ସ୍କୁଲ କର୍ତ୍ତୃପକ୍ଷଙ୍କ ଉପରେ ଗର୍ଜିଛନ୍ତି। ଅଭିଯୁକ୍ତ ଛାତ୍ରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ସଂଘ । ସଂଘର ପ୍ରତିନିଧି ମଣ୍ଡଳୀ ପିଲାଟିର ଅଭିଭାବକଙ୍କୁ ସାକ୍ଷାତ କରି ସମସ୍ତ ଘଟଣା ବୁଝିଛନ୍ତି। ଏଥିସହ ଏନେଇ ଶିଶୁ ଅଧିକାରୀ ସଂରକ୍ଷଣ ଆୟୋଗଙ୍କୁ ପତ୍ର ଲେଖି ଏହି ଘଟଣାର ଯାଞ୍ଚ କରାଯିବା ସହ ମାମଲା ରୁଜୁ କରିବାକୁ ଦାବି ହୋଇଛି।

Jharkhand