Advertisment

ତାମିଲନାଡୁରେ ପ୍ରବଳ ବର୍ଷା, ୮ ଜିଲ୍ଲାର ସମସ୍ତ ସ୍କୁଲ୍ ବନ୍ଦ

ରାଜ୍ୟର ଆଠଟି ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲଗୁଡିକୁ ଛୁଟି ଘୋଷଣା କରାଯାଇଛି।

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

ତାମିଲନାଡୁରେ ଲାଗି ରହିଛି ବର୍ଷା। ଅଦିନିଆ ବର୍ଷା କାରଣରୁ ରାଜ୍ୟର ଆଠଟି ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲଗୁଡିକୁ ଛୁଟି ଘୋଷଣା କରାଯାଇଛି। ଗତକାଲିଠାରୁ ପ୍ରବଳ ବର୍ଷା ଲାଗି ରହିବାରୁ ଆଜି ସମସ୍ତ ସ୍କୁଲ୍ ବନ୍ଦ ରହିଛି।

Advertisment

ଛୁଟି ଘୋଷଣା ହୋଇଥିବା ଆଠ ଜିଲ୍ଲା ହେଉଛି ଥିରୁନେଲଭେଲି, କନ୍ୟାକୁମାରୀ, ଥୁଥୁକୁଡି, ଟେନକାସୀ, ବିରୁଥୁନଗର, ଥେନି, ପୁଡୁକୋଟ୍ଟାଇ ଏବଂ ନୀଳଗିରି ଜିଲ୍ଲା। 

ନଭେମ୍ବର ୨୨ ରେ, ପ୍ରବଳ ବର୍ଷା କାରଣରୁ ପୁଡୁଚେରୀ ଏବଂ କାରିକାଲର ବିଦ୍ୟାଳୟଗୁଡ଼ିକୁ ଛୁଟି ଘୋଷଣା କରାଯାଇ ଥିଲା। ଗତ ୨୪ ଘଣ୍ଟା ମଧ୍ୟରେ, ପୁଡୁଚେରୀରେ 5 ସେମି ବର୍ଷା ରେକର୍ଡ ହୋଇଥିବା ବେଳେ କାରିକାଲରେ 9 ସେମି ବର୍ଷା ରେକର୍ଡ ହୋଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ୨୨ ନଭେମ୍ବରରେ ତାମିଲନାଡୁର ପୁଡୁଚେରୀ ଓ କରାଇକାଲ ଏବଂ କେରଳର ମହେରେ ହାଲୁକା ଓ ମଧ୍ୟମ ଧରଣର ବର୍ଷା ହୋଇଛି।

Advertisment

ନଭେମ୍ବର ୨୨ରେ ଭାରତୀୟ ପାଣିପାଗ ବିଭାଗ (IMD) କେରଳ ଏବଂ ତାମିଲନାଡୁ ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି। IMD ପୂର୍ବାନୁମାନ କରିଛି ଯେ, ଅଧିକାଂଶ ସ୍ଥାନରେ ହାଲୁକା ଏବଂ ମଧ୍ୟମ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି। ଏଥିସହ ତାମିଲନାଡୁର ପୁଡୁଚେରୀ ଏବଂ କରାଇକାଲରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।  

Tamil Nadu Weather Update Heavy Rain In Tamil Nadu Tamil Nadu Rain IMD