Advertisment

ବାଘ ନେଲାଣି ୩ ଜୀବନ; ସ୍କୁଲ ଛୁଟି, ଖୋଜୁଛି ଡ୍ରୋନ୍‌

ବାଘଟିକୁ କାବୁ କରିବାକୁ ବନ ବିଭାଗ ପ୍ରୟାସ ଜାରି ରଖିଥିବା ବେଳେ ଆଗାମୀ ୩ ଦିନ ପର୍ଯ୍ୟନ୍ତ ସ୍ଥାନୀୟ ଅଞ୍ଚଳର ସମସ୍ତ ସ୍କୁଲକୁ ବନ୍ଦ କରାଯିବା ସହ ପରୀକ୍ଷାକୁ ବି ବାତିଲ କରି ଦିଆଯାଇଛି।

Tiger

Tiger

Advertisment

ଉତ୍ତରାଖଣ୍ଡ ନ୍ୟୁଟିହରି ଅଞ୍ଚଳରେ ଆତଙ୍କ ଖେଳାଇଛି ଏକ ବାଘ । ଉକ୍ତ ବାଘଟି ଗତ କିଛି ଦିନ ମଧ୍ୟରେ ୩ ଛୁଆଙ୍କୁ ମାରି ସାରିଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳି ଯାଇଛି। ବାଘଟିକୁ କାବୁ କରିବାକୁ ବନ ବିଭାଗ ପ୍ରୟାସ ଜାରି ରଖିଥିବା ବେଳେ ଆଗାମୀ ୩ ଦିନ ପର୍ଯ୍ୟନ୍ତ ସ୍ଥାନୀୟ ଅଞ୍ଚଳର ସମସ୍ତ ସ୍କୁଲକୁ ବନ୍ଦ କରାଯିବା ସହ ପରୀକ୍ଷାକୁ ବି ବାତିଲ କରି ଦିଆଯାଇଛି। ଏପରିକି ବାଘ ଖୋଜିବାରେ ଡ୍ରୋନ୍‌ ବି ନିୟୋଜିତ ହୋଇଛି।

Advertisment

ଶନିବାର ସନ୍ଧ୍ୟା ସମୟାରେ ସାକ୍ଷୀ ନାମ୍ନୀ ୧୩ ବର୍ଷୀୟା ନାବାଳିକା ଘରୁ ଖେଳିବାକୁ ବାହାରିଥିବା ବେଳେ ବାଘଟି ତାଙ୍କୁ ଝାମ୍ପ ନେଇଥିଲା। ଝିଅଟିର ଚିତ୍କାର ଶୁଣି ପାଖପଡ଼ୋଶୀ ବାଘଟିର ପିଛା କରିଥିଲେ । ମାତ୍ର ବାଘଟି ଘୋଷାଡ଼ି ଟାଣି ନେଇଥିବା ବେଳେ ଘଟଣାସ୍ଥଳରେ ସାକ୍ଷୀଙ୍କ ମୃତ୍ୟୁ ହୋଇଥିଲା। ଏହାପୂର୍ବରୁ ଉକ୍ତ ବାଘଟି ଜଣେ ୯ ବର୍ଷୀୟା ନାବାଳିକା ଓ ୩ ବର୍ଷର ଶିଶୁକୁ ମାରି ଦେଇଛି।

ବନ ବିଭାଗ ଅଧିକାରୀ ଟିମ୍‌ ଧରି ବାଘକୁ ଖୋଜୁଥିବା ବେଳେ ତା’ର କିନ୍ତୁ ସନ୍ଧାନ ମିଳି ପାରିନି। ତେଣୁ ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଖପାଖ ଅଞ୍ଚଳର ସମସ୍ତ ସ୍କୁଲକୁ ଛୁଟି କରି ଦିଆଯାଇଛି। ଏହି ସମୟରେ ଘରୁ ନ ବାହାରିବାକୁ ଅଞ୍ଚଳବବାସୀଙ୍କୁ ସତର୍କ କରାଯାଇଛି।

Advertisment

ବାଘ ଧରିବାରେ ସଫଳତା ପାଇବା ନିମନ୍ତେ ଡ୍ରୋନର ବି ସହାୟତା ନିଆଯାଇଛି। ଡ୍ରୋନ୍‌ ଆଖପାଖର ଘଞ୍ଚ ଜଙ୍ଗଲ ଉପରେ ପଇଁତରା ମାରୁଥିଲେ ବି ବାଘର ସନ୍ଧାନ ମିଳି ପାରିନି। ତେଣୁ ଲୋକେ ଘରୁ ବାହାରିବାକୁ ସୁରକ୍ଷିତ ମଣୁ ନ ଥିବା ବେଳେ ତାଟି କବାଟ ପକାଇ ଘରେ ରହୁଛନ୍ତି। 

Uttarakhand
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe