Advertisment

ମସଜିଦ ସର୍ଭେକୁ ନେଇ ଥମୁନି ହିଂସା: ୪ ମୃତ, ସ୍କୁଲ ବନ୍ଦ

ହିଂସା ପରେ ସମ୍ଭଲ ଏବଂ ଏହାର ଆଖପାଖ ଅଞ୍ଚଳରେ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି। ସେହିପରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲଗୁଡ଼ିକୁ ଆଜି ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

author-image
Madhupriya Mistry
mosque survey violence

mosque survey violence

ଅଶାନ୍ତ ଉତ୍ତରପ୍ରଦେଶର ସମ୍ଭଲ। ଏଠାରେ ଥିବା ଜାମା ମସଜିଦର ସର୍ଭେକୁ ନେଇ ଲୋକଙ୍କ ମଧ୍ୟରେ ଘୋର ଆକ୍ରୋଶ ଦେଖିବାକୁ ମିଳିଛି। ସର୍ଭେକୁ ବିରୋଧରେ ରବିବାର ସକାଳେ ଆରମ୍ଭ ହୋଇଥିବା ହିଂସା ଆଜି ମଧ୍ୟ ଜାରି ରହିଛି। ଏହି ହିଂସାରେ ବର୍ତ୍ତମାନ ସୁଦ୍ଧ ୪ ଜଣ ପ୍ରାଣ ହରାଇ ସାରିଲେଣି। ସେହିପରି ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

Advertisment

ହିଂସା ପରେ ସମ୍ଭଲ ଏବଂ ଏହାର ଆଖପାଖ ଅଞ୍ଚଳରେ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି। ସେହିପରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲଗୁଡ଼ିକୁ ଆଜି ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଡିସେମ୍ବର ୧ ପର୍ଯ୍ୟନ୍ତ ସମ୍ଭଲରେ ବାହାର ଲୋକଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହି ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲାରେ ବାହାର ଲୋକ, ସାମାଜିକ ସଙ୍ଗଠନ ଏବଂ ଜନ ପ୍ରତିନିଧୀଙ୍କ ପ୍ରବେଶ ବ୍ୟାନ୍‌ କରାଯାଇଛି। ଅତ୍ୟଧିକ ସମ୍ବେଦନଶୀଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ଏହି ପଦକ୍ଷେପ ନେଇଛି।

ସୂଚନାନୁସାରେ, ହିଂସା ଏବଂ ପଥର ମାଡ଼ ପରେ ଗିରଫ ହୋଇଥିବା ଲୋକଙ୍କ ଘରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। NSA ଅଧୀନରେ ଦୁଷ୍କର୍ମକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦୁଇ ମହିଳାଙ୍କ ସମେତ ମୋଟ ୨୧ ଜଣଙ୍କୁ ଅଟକ ରଖାଯାଇଛି। ଅଭିଯୁକ୍ତମାନଙ୍କୁ ସିସିଟିଭି ମାଧ୍ୟମରେ ଚିହ୍ନଟ କରାଯାଉଛି।

Advertisment

ଭାରତରେ ମୋଗଲ ସାମ୍ରାଜ୍ୟ ସମୟରେ ମସଜିଦ ନିର୍ମାଣ ପାଇଁ ଏଠାରେ ଥିବା ହିନ୍ଦୁ ମନ୍ଦିରକୁ ଭାଙ୍ଗି ଦିଆଯାଇଥିବା ନେଇ ହିନ୍ଦୁ ଗୋଷ୍ଠୀଙ୍କ ପକ୍ଷରୁ ଅଭିଯୋଗ କରାଯାଇଥିଲା। ତେଣୁ ଏହି ସ୍ଥାନରୁ ମସଜିଦ ଉଚ୍ଛେଦ ପାଇଁ ଦାବି କରିଥିଲେ ହିନ୍ଦୁ ପକ୍ଷ। ଏହି ଆବେଦନର ଶୁଣାଣି କରି କୋର୍ଟ ମସଜିଦରେ ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଗତ ସପ୍ତାହରେ ମସଜିଦର ସର୍ଭେ କରାଯାଇଥିଲା। ଗତକାଲି ଦ୍ୱିତୀୟ ଥର ପାଇଁ ମସଜିଦର ସର୍ଭେ କରିବାକୁ ଟିମ୍‌ ପହଞ୍ଚିଥିଲା। ତେବେ ଲୋକେ ଏହାକୁ ବିରୋଧ କରିଥିଲେ। ପ୍ରକୃତରେ, ଆଡଭୋକେଟ୍ କମିଶନରଙ୍କ ନେତୃତ୍ୱରେ ଏକ ଟିମ୍ ରବିବାର ସକାଳେ ସର୍ଭେ କରିବା ପାଇଁ ପହଞ୍ଚିବା ମାତ୍ରେ ମସଜିଦ ଚାରିପାଖରେ ଭିଡ଼ ଜମିଥିଲା। ସର୍ଭେକୁ ବିରୋଧର କରି ପୁଲିସ ଉପରକୁ ଲୋକେ ପଥର ଫିଙ୍ଗିବା ଆରମ୍ଭ କରିଥିଲା। ଏହର ଜବାବରେ ପୁଲିସ ଲୁହବୁହା ଗ୍ୟାସ୍‌ ପ୍ରୟୋଗ କରିଥିଲା। ଏହାପରେ ହିଂସାତ୍ମକ ସ୍ଥିତି ଉପୁଜିଥିଲା।

Uttar Pradesh Mosque Survey Violence Sambhal Violence