Advertisment

ଗିରଫ ନିଟ ଆଶାୟୀଙ୍କ ମାର୍କଶିଟ ଭାଇରାଲ: ପଦାର୍ଥ ବିଜ୍ଞାନରେ ୮୫, କିନ୍ତୁ ରସାୟନ ବିଜ୍ଞାନରେ ୫

୪ ଜଣ ନିଟ୍ ଛାତ୍ରଙ୍କୁ ପୁଲିସ୍‌ ଗିରଫ କରିଛି। ଏମାନେ ପରୀକ୍ଷାର ଦିନକ ପୂର୍ବରୁ ପ୍ରଶ୍ନପତ୍ର ପାଇଥିଲେ। ଏହି ୪ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ମାର୍କଶିଟ୍‌ ପୂରା ଘଟଣା ପଛାର ବାସ୍ତବ ସ୍ଥିତିକୁ ବୟାନ କରୁଛି।

NEET

NEET

Advertisment

ନିଟ୍‌ ପରୀକ୍ଷାରେ ହୋଇଥିବା ସାଂଘାତିକ ହେରଫେର ଘଟଣାର ଆଉ ଏକ ସତ ସାମ୍ନାକୁ ଆସିଛି। ହେରଫେର କରିବା ଅଭିଯୋଗରେ ପୁଲିସ୍‌ ବିହାରର ୪ ଜଣ ନିଟ୍ ଛାତ୍ରଙ୍କୁ ପୁଲିସ୍‌ ଗିରଫ କରିଛି। ଏମାନେ ପରୀକ୍ଷାର ଦିନକ ପୂର୍ବରୁ ପ୍ରଶ୍ନପତ୍ର ପାଇଥିଲେ। ଏହି ୪ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ମାର୍କଶିଟ୍‌ ପୂରା ଘଟଣା ପଛାର ବାସ୍ତବ ସ୍ଥିତିକୁ ବୟାନ କରୁଛି।

Advertisment

ଗିରଫ ୪ ଜଣଙ୍କ ମଧ୍ୟରେ ଥିବା ଅନୁରାଗ ଯାଦବ ପୁଲିସ୍‌କୁ କହିଛନ୍ତି ଯେ ସେ ମେଡିକାଲ ପ୍ରବେଶିକା ପରୀକ୍ଷା ପାଇଁ କୋଟାରେ ରହି ପ୍ରସ୍ତୁତି କରୁଥିଲେ। ତେବେ ତାଙ୍କ ଅଙ୍କଲ ସିକନ୍ଦର ତାଙ୍କୁ ସମସ୍ତିପୁର ଚାଲି ଯିବାକୁ କହିଥିଲେ ଓ ପରୀକ୍ଷା ପାଇଁ ସବୁ କିଛି ଠିକ ହୋଇ ସାରିଛି। ପରୀକ୍ଷାର ଦିନକ ପୂର୍ବରୁ ଅନୁରାଗଙ୍କ ପାଖକୁ ପ୍ରଶ୍ନ ପତ୍ର ଓ ଏହାର ଉତ୍ତର ଆସିଥିଲା। ସେସବୁ ପ୍ରଶ୍ନ ଦିନକ ପରେ ଅନୁଷ୍ଠିତ ପ୍ରକୃତ ନିଟ ପରୀକ୍ଷାରେ ପଡ଼ିଥିଲା ବୋଲି କହିଛନ୍ତି।

ଅନୁରାଗଙ୍କୁ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି ଦେଇଥିବା ମାର୍କଶିଟ ଅନୁଯାୟୀ, ସେ ମୋଟ ୭୨୦ରୁ ୧୮୫ ମାର୍କ ରଖିଛନ୍ତି। ତାଙ୍କର ମୋଟ ପରସେଣ୍ଟ ହେଲା ୫୪.୮୪। କିନ୍ତୁ ସେ ବିଭିନ୍ନ ବିଷୟରେ ରଖିଥିବା ମାର୍କ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଅନୁରାଗ ପଦାର୍ଥ ବିଜ୍ଞାନରେ ୮୫.୮% ମାର୍କ ରଖିଛନ୍ତି। ବାୟୋଲୋଜିରେ ୫୧% ମାର୍କ ଥିବା ବେଳେ ରସାୟନ ବିଜ୍ଞାନରେ ସେ ମାତ୍ର ୫% ମାର୍କ ରଖିଛନ୍ତି।

Advertisment

୨୨ ବର୍ଷୀୟ ଅନୁରାଗ ସ୍ୱୀକାର କରିଛନ୍ତି ଯେ ପରୀକ୍ଷାର ଦିନକ ପୂର୍ବରୁ ତାଙ୍କ ପାଖରେ ପ୍ରଶ୍ନ ପତ୍ର ଓ ଉତ୍ତର ପହଞ୍ଚିଥିଲା। କିନ୍ତୁ ସେ ରସାୟନ ବିଜ୍ଞାନର ଉତ୍ତର ମନେ ରଖିବାକୁ ସକ୍ଷମ ହୋଇ ନଥିଲେ। ଅନୁରାଗଙ୍କ ସର୍ବଭାରତୀୟ ରାଙ୍କ ୧୦,୫୧,୫୨୫ ଥିବା ବେଳେ ଓବିସି ବର୍ଗରେ ସେ ୪,୬୭,୮୨୪ତମ ସ୍ଥାନରେ ଅଛନ୍ତି।

ଅନୁରାଗଙ୍କ ଅଙ୍କଲ ସିକନ୍ଦର ଯାଦବଙ୍କୁ ମଧ୍ୟ ପୁଲିସ୍‌ ଗିରଫ କରିଛି। ସେ ପୁଲିସ୍‌କୁ କହିଛନ୍ତି ଯେ ଅମିତ ଆନନ୍ଦ ଓ ନୀତୀଶ କୁମାରଙ୍କ ସହ ମିଶି ୪ ଜଣ ପିଲାଙ୍କ ଯୋଗାଯୋଗରେ ଥିଲେ। ଉଭୟଙ୍କୁ ପୁଲିସ୍‌ ଗିରଫ କରି ସାରିଛି। ସେମାନେ ପ୍ରତି ପିଲାଙ୍କ ପିଛା ୩୦ରୁ ୩୨ ଲକ୍ଷ ଟଙ୍କା ଦାବି କରିଥିଲେ। ତେବେ ସିକନ୍ଦର ୪ ଜଣଙ୍କ ଠାରୁ ୪୦ ଲକ୍ଷ ଟଙ୍କା ଲେଖାଏ ଆଣିଥିଲେ।

ଅନୁରାଗଙ୍କ ସହ ଗିରଫ ହୋଇଥିବା ୪ ଜଣଙ୍କ ମଧ୍ୟରୁ ଆଉ ଜଣଙ୍କ ମାର୍କଶିଟ ମଧ୍ୟ ଆଶ୍ଚର୍ଯ୍ୟ କରୁଛି। ଯୁବକ ଜଣଙ୍କ ମୋଟ ୭୨୦ରୁ ୩୦୦ ମାର୍କ ରଖିଛନ୍ତି। ହେଲେ ବିଭିନ୍ନ ବିଷୟରେ ସେ ରଖିଥିବା ମାର୍କ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେ ବାୟୋଲୋଜିରେ ୮୭.୮% ମାର୍କ ରଖିଥିବା ବେଳେ ପଦାର୍ଥ ବିଜ୍ଞାନରେ ୧୫.୫% ଓ ରସାୟନ ବିଜ୍ଞାନରେ ୧୫.୩% ମାର୍କ ରଖିଛନ୍ତି।

ବାକି ୨ ଜଣ ପିଲାଙ୍କ ମାର୍କ ଠିକ ଠାକ ରହିଛି। ଜଣେ ୫୮୧ ଓ ଆଉ ଜଣେ ୪୮୩ ମାର୍କ ରଖିଛନ୍ତି। ବିଭିନ୍ନ ବିଷୟରେ ମଧ୍ୟ ସେମାନଙ୍କ ମାର୍କ ପ୍ରାୟ ସମାନ ରହିଛି।

NEET NEET Result NEET UG
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe