Advertisment

ବିମାନରେ ଯାତ୍ରୀଙ୍କୁ କାମୁଡ଼ି ଦେଲା ବିଛା

ଗତ ମାସ ୨୩ ତାରିଖରେ ଏହି ଘଟଣା ଘଟିଥିଲା।

ଅଦ୍ୟତନ ହୋଇଛି
Air India flight

Air India flight

Advertisment

ଏୟାର ଇଣ୍ଡିଆ ବିମାନରେ ନାଗପୁରରୁ ମୁମ୍ବାଇ ଯାଉଥିବା ବେଳେ ଜଣେ ମହିଳାଙ୍କୁ ବିଛା କାମୁଡ଼ି ଦେଇଛି। ଅବଶ୍ୟ ଘଟଣାଟି ଆଜିର ନୁହେଁ। ଗତ ମାସ ୨୩ ତାରିଖରେ ଏହି ଘଟଣା ଘଟିଥିଲା। କିନ୍ତୁ ଏୟାର ଇଣ୍ଡିଆ ପକ୍ଷରୁ ଆଜି ଏ ବିଷୟରେ ସୂଚନା ଦିଆଯାଇଛି। ଏହା ସହିତ ସଂପୃକ୍ତ ମହିଳାଙ୍କୁ କ୍ଷମା ମାଗିଛି ଏୟାର ଇଣ୍ଡିଆ। 

Advertisment

ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ ଏପ୍ରିଲ ୨୩ ତାରିଖ ଦିନ ଆମ ବିମାନରେ ଯାତ୍ରା କଲା ବେଳେ ଜଣେ ଯାତ୍ରୀଙ୍କୁ ବିଛା କାମୁଡ଼ି ଦେଇଥିଲା। ଏହା ଏକ ବିରଳ ଓ ଦୁର୍ଭାଗ୍ୟଜନକ ଘଟଣା। ମୁମ୍ବାଇରେ ବିମାନଟି ଅବତରଣ କଲା ପରେ ଉକ୍ତ ଯାତ୍ରୀଙ୍କୁ ଆବଶ୍ୟକ ଚିକିତ୍ସା ଯୋଗାଇ ଦିଆଯାଇଥିଲା।

ଏୟାର ଇଣ୍ଡିଆ ପକ୍ଷରୁ ଆହୁରି କୁହାଯାଇଛି ଯେ ଉକ୍ତ ମହିଳା ଯାତ୍ରୀଙ୍କୁ ବିଛା କାମୁଡ଼ିବା ପରେ ପ୍ରୋଟୋକଲ ଅନୁଯାୟୀ ମୁମ୍ବାଇରେ ଅବତରଣ ପରେ ବିମାନଟିକୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଇଥିଲା। ଯାଞ୍ଚ ବେଳେ ବିଛା ମିଳିଥିଲା। ଯେପରି ଆଉ କିଛି ରହିଯାଇ ନଥିବେ ତାହା ବି ସୁନିଶ୍ଚିତ କରାଯାଇଥିଲା। ଏହି ଘଟଣା ପରେ ଏହି ଜିନିଷ ପ୍ରତି ବିଶେଷ ଧ୍ୟାନ ଦେବାକୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି।

Advertisment

ଏହା ପୂର୍ବରୁ କିଛି ବିମାନରେ ସାପ ଓ ଅନ୍ୟାନ୍ୟ ସରିସୃପ ମିଳିଥିବା ଖବର ଆସିଥିଲା। ଗତବର୍ଷ ଡିସେମ୍ବରରେ କାଲିକଟରୁ ଦୁବାଇ ଗଲା ବେଳେ ଏକ ବିମାନରେ ସାପଟିଏ ଥିବା ଦେଖିବାକୁ ମିଳିଥିଲା।

Air India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe