Advertisment

ପୁଣେସ୍ଥିତ ଫିଲ୍ମ ଇନଷ୍ଟିଚ୍ୟୁଟରେ ପ୍ରଦର୍ଷିତ ହେଲା ବିବିସି ବିବାଦିତ ଫିଲ୍ମ

ଏଫଟିଆଇଆଇ ଛାତ୍ର ସଂଘ ଦ୍ୱାରା ଜାରି ଏକ ବିବୃତିରେ କୁହାଯାଇଛି ଯେ, ଜାନୁଆରି ୨୬ରେ ନିଷିଦ୍ଧ ବିବିସି ଡକ୍ୟୁମେଣ୍ଟାରି ‘ଦି ମୋଦୀ କ୍ୱେଶଚେନ୍‌’କୁ ଆମେ ଏଫ୍‌ଟିଆଇଆଇଆଇରେ ସ୍କ୍ରିନିଂ କରିଥିଲୁ।

author-image
Tapas Behera
ଅଦ୍ୟତନ ହୋଇଛି
Narendra Modi

Narendra Modi

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୁଜରାଟ ଦଙ୍ଗା ଉପରେ ଆଧାରିତ ବିବିସି ଡକ୍ୟୁମେଣ୍ଟାରୀକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଜେଏନ୍‌ୟୁ, ଜାମିଆ ପରେ ଏବେ ଡକ୍ୟୁମେଣ୍ଟାରୀ ସ୍କ୍ରିନିଂକୁ ନେଇ ଦିଲ୍ଲୀ ବିଶ୍ୱବିଦ୍ୟାଳୟ(ଡିୟୁ)ରେ ହଙ୍ଗାମା ହୋଇଛି। ଶୁକ୍ରବାର ବିଶ୍ୱବିଦ୍ୟାଳୟର କଳା ବିଭାଗ ବାହାରେ ଅସନ୍ତୋଷର ବାତାବରଣ ଦେଖାଯାଇଛି। ଏହି ଘଟଣାରେ ଦିଲ୍ଲୀ ପୋଲିସ ମୋଟ ୨୪ଜଣଙ୍କୁ ଅଟକ ରଖିଥିଲା । ତେବେ ଆଜି ପୁଣେସ୍ଥିତ ଫିଲ୍ମ ଆଣ୍ଡ ଟିଭି ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ (ଏଫଟିଆଇଆଇ)ର କ୍ୟାମ୍ପସ୍‌ ପରିସରରେ ଡକ୍ୟୁମେଣ୍ଟାରି ପ୍ରଦର୍ଶିତ କରାଯାଇଛି। ଏଫଟିଆଇଆଇ ଛାତ୍ର ସଂଘ ଏନେଇ ଦାବି କରିଛି।

Advertisment

ଏଫଟିଆଇଆଇ ଛାତ୍ର ସଂଘ ଦ୍ୱାରା ଜାରି ଏକ ବିବୃତିରେ କୁହାଯାଇଛି ଯେ, ଜାନୁଆରି ୨୬ରେ ନିଷିଦ୍ଧ ବିବିସି ଡକ୍ୟୁମେଣ୍ଟାରି ‘ଦି ମୋଦୀ କ୍ୱେଶଚେନ୍‌’କୁ ଆମେ ଏଫ୍‌ଟିଆଇଆଇଆଇରେ ସ୍କ୍ରିନିଂ କରିଥିଲୁ।
କେନ୍ଦ୍ର ସରକାର ଗତ ସପ୍ତାହରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ଵିଟର ଏବଂ ୟୁଟ୍ୟୁବକୁ ‘ଡକ୍ୟୁମେଣ୍ଟାରୀ ଇଣ୍ଡିଆ: ଦି ମୋଦୀ କ୍ୱେଶଚେନ’ର ଲିଙ୍କକୁ ଅବରୋଧ କରିବାକୁ ନିର୍ଦ୍ଦେଶ ଦେଇଥିଲା। ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଏହି ଡକ୍ୟୁମେଣ୍ଟାରୀକୁ ଏକ ପ୍ରଚାର ଭାବରେ ଆଖ୍ୟା ଦେବା ସହ ଏଥିରେ ପ୍ରାମାଣିକତାର ଅଭାବ ଅଛି ଏବଂ ଏହା ଏକ ଉପନିବେଶବାଦୀ ମାନସିକତାକୁ ପ୍ରତିଫଳିତ କରୁଛି ବୋଲି କହି ଏହାକୁ ‘ଟ୍ରାସ୍‌’ କରି ଦେଇଥିଲା। ଆସୋସିଏସନର ବିବୃତିରେ କୁହାଯାଇଛି, ସାହିତ୍ୟ, ସଂଗୀତ ଉପରେ ପ୍ରତିବନ୍ଧକ ଲଗାଇବା ଏବଂ ସାମ୍ପ୍ରତିକ ସମୟରେ ଏକ ଭୁଶୁଡି ପଡିଥିବା ସମାଜର ସଙ୍କେତ ହୋଇଛି।