Advertisment

ଶିବାଜୀଙ୍କ ପ୍ରତିମୂର୍ତ୍ତି ଭୁଶୁଡ଼ିବା ଘଟଣା: ବନ୍ଧା ହେଲେ ମୂର୍ତ୍ତିକାର

ମହାରାଷ୍ଟ୍ରର ସିନ୍ଧୁଦୁର୍ଗ ଜିଲ୍ଲାରେ ଥିବା ଛତ୍ରପତି ଶିବାଜୀଙ୍କ ପ୍ରତିମୂର୍ତ୍ତି ଭୁଶୁଡିବା ଘଟଣାରେ ହୋଇଛି ଆଉ ଏକ ଗିରଫଦାରୀ। ପୂର୍ବରୁ କଣ୍ଟ୍ରାକ୍ଟର ଚେତନ ପାଟିଲ ବନ୍ଧା ହୋଇଥିବା ବେଳେ ଏବେ ଏହାକୁ ନିର୍ମାଣ କରିଥିବା ମୁର୍ତ୍ତିକାର ଜୟଦୀପ ଆପଟାଙ୍କୁ ବାନ୍ଧିଛି କଲ୍ୟାଣ ପୁଲିସ୍‌।

author-image
Niharika Rout
ଅଦ୍ୟତନ ହୋଇଛି
Arrest

Arrest

ମହାରାଷ୍ଟ୍ରର ସିନ୍ଧୁଦୁର୍ଗ ଜିଲ୍ଲାରେ ଥିବା ଛତ୍ରପତି ଶିବାଜୀଙ୍କ ପ୍ରତିମୂର୍ତ୍ତି ଭୁଶୁଡିବା ଘଟଣାରେ ହୋଇଛି ଆଉ ଏକ ଗିରଫଦାରୀ। ପୂର୍ବରୁ କଣ୍ଟ୍ରାକ୍ଟର ଚେତନ ପାଟିଲ ବନ୍ଧା ହୋଇଥିବା ବେଳେ ଏବେ ଏହାକୁ ନିର୍ମାଣ କରିଥିବା ମୁର୍ତ୍ତିକାର ଜୟଦୀପ ଆପଟାଙ୍କୁ ବାନ୍ଧିଛି କଲ୍ୟାଣ ପୁଲିସ୍‌।

Advertisment

ଜୟଦୀପ ଆପଟେ କଲ୍ୟାଣ ଅଞ୍ଚଳରେ ଏକ ଆର୍ଟ କଲେଜ ପରିଚାଳନା କରନ୍ତି। ତାଙ୍କ ନିକଟରେ ବଡ଼ ମୂର୍ତ୍ତି ନିର୍ମାଣର ଅନୁଭବ ନ ଥିବା ବେଳେ ସେ ୩୫ ଫୁଟ ଉଚ୍ଚର ଛତ୍ରପତି ଶିବାଜୀଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଥିଲେ।

ଗତବର୍ଷ ଡିସେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିନ୍ଧୁଦୁର୍ଗ ଜିଲ୍ଲାରେ ଥିବା ୩୫ ଫୁଟ ଉଚ୍ଚ ଶିବାଜୀଙ୍କ ପ୍ରତିମୂର୍ତ୍ତି ଉଦ୍‌ଘାଟନ କରିଥିଲେ। ଭାରତୀୟ ନୌସେନା ରାଜ୍ୟ ସରକାରଙ୍କ ସହଯୋଗରେ ଏହି ପ୍ରୋଜେକ୍ଟ କାମ ସମ୍ପନ୍ନ କରିଥିଲେ। ଉକ୍ତ ଦିନକୁ ନୌସେନା ଦିବସ ଭାବେ ଘୋଷଣା କରାଯିବା ସହ ପ୍ରଥମ ଥର ଏହାକୁ ଧୁମଧାମରେ ପାଳନ କରାଯାଇଥିଲା।

Advertisment

ମାତ୍ର ୮ ମାସ ନ ପୁରୁଣୁ ଏହି ମୂର୍ତ୍ତିଟି ଭାଙ୍ଗି ଯାଇଥିଲା। ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ୨.୪ କୋଟି ଟଙ୍କା ନୌସେନାକୁ ଦିଆଯାଇଥିଲା। ନିର୍ମାଣରେ କଳଙ୍କି ଲାଗି ଥିବା ନଟ ଓ ବୋଲ୍ଟୋ ପରି ନିମ୍ନମାନର ଜିନିଷ ବ୍ୟବହାର ହୋଇଥିବା ତଦନ୍ତରୁ ଜଣାପଡ଼ିଥିଲା।

ଏହି ଘଟଣାରେ ପୁଲିସ୍‌ ରୁଜୁ କରିଥିବା ମାମଲାରେ ଆର୍କିଟେକ୍‌ ଜଗଦୀପ ଆପେଟ ଓ କଣ୍ଟ୍ରାକ୍ଟର ଚେତନ ପାଟିଲଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇଥିଲା। ଊଭୟଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରୁଜୁ ହୋଇଥିଲା । ଉଭୟଙ୍କ ଖାମଖିଆଲି ମନୋଭାବ ଓ କର୍ତ୍ତବ୍ୟରେ ଅବହେଳା ହେତୁ ଏପରି ଏକ ଅଘଟଣ ଘଟିଥିବା ଉଲ୍ଲେଖ କରାଯାଇଥିଲା। ପୂର୍ବରୁ ଚେତନ ପାଟିଲଙ୍କୁ ଗିରଫ କରାଯାଇଥିବା ବେଳେ ଗତକାଲି ଜଗଦୀପ ଆପେଟଙ୍କୁ ବାନ୍ଧିଛି ପୁଲିସ୍‌।

ଛତ୍ରପତି ଶିବାଜୀଙ୍କ ମୂର୍ତ୍ତି ଭୁଶୁଡିବାକୁ ନେଇ ମହାରାଷ୍ଟ୍ରବାସୀଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମହାରାଜ ଛତ୍ରପତି ଶିବାଜୀ ଆମ ଦେବତା, ମୁଁ ମୋ ଆରାଧ୍ୟଙ୍କ ଚରଣରେ ମଥା ରଖି କ୍ଷମା ମାଗୁଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ଏଥିସହ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବୀସ ଓ ଅଜିତ ପାୱାର ମଦ୍ୟ ରାଜ୍ୟବାସୀଙ୍କୁ କ୍ଷମାପ୍ରାର୍ଥନା କରି ସାରିଛନ୍ତି।

Maharashtra Chhatrapati Shivaji