/odisha-reporter/media/post_attachments/uploadimage/library/16_9/16_9_0/IMAGE_1710311248.jpg)
SDM in Hospital
ସରକାରୀ ହସ୍ପିଟାଲରେ ବିଗିଡ଼ିଗଲା ସ୍ଥିତି। ରୋଗୀ ଘଣ୍ଟା ଘଣ୍ଟା ଧରି ଲାଇନ୍ରେ ଛିଡ଼ା ହେଉଥିବା ବେଳେ ପାଇ ପାରୁ ନାହାନ୍ତି ଉପଯୁକ୍ତ ସ୍ୱାସ୍ଥ୍ୟସେବା। ଡାକ୍ତର ରୋଗୀଙ୍କୁ ଉଚିତ ବ୍ୟବହାର ପ୍ରଦର୍ଶନ କରୁ ନ ଥିବା ବେଳେ ଡାକ୍ତରଖାନାରେ ଅଧିକାଂଶ କର୍ମଚାରୀ ଉପସ୍ଥିତ ରହହୁ ନାହାନ୍ତି।
ବାରମ୍ବାର ଏପରି ଅଭିଯୋଗ ହେବା ପରେ ମୁଣ୍ଡରେ ଓଢ଼ଣୀ ଟାଣି ସ୍ଥିତି ପରଖିବାକୁ ପହଞ୍ଚିଲେ ଉପଜିଲ୍ଲାପାଳ। ଘଟଣାର ସତ୍ୟାସତ୍ୟ ନିଜେ ଯାଞ୍ଚ କରିବା ପରେ ଡ୍ୟୁଟିରେ ଖିଲାପ କରିଥିବା କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛନ୍ତି।
ଏପରି ଏକ ଘଟଣା ଉତ୍ତରପ୍ରଦେଶର ଫିରୋଜାବାଦରେ ଘଟିଛି। ଏଠାରେ କାର୍ଯ୍ୟରତ ଥିବା ଉପଜିଲ୍ଲାପାଳ କୃତି ରାଜ ନିଜ କାର୍ଯ୍ୟଶୈଳୀ ପାଇଁ ଏବେ ଚର୍ଚ୍ଚାରେ ଅଛନ୍ତି।
ପଜିଲ୍ଲାପାଳ କୃତି ରାଜଙ୍କ ଅଧୀନରେ ଥିବା ସରକାରୀ ହସ୍ପିଟାଲରେ ଉପଯୁକ୍ତ ସ୍ୱାସ୍ଥ୍ୟସେବା ମିଳୁ ନ ଥିବା ନେଇ ଦୀର୍ଘ ଦିନ ହେଲା ତାଙ୍କ ନିକଟରେ ଅଭିଯୋଗ ହେଉଥିଲା। ଏପରିକି କୁକୁର କାମୁଡ଼ା ଇଞ୍ଜେକସନ ପାଇଁ ଆସୁଥିବା ରୋଗୀଙ୍କ ସହ ଉଚିତ ବ୍ୟବହାର ପ୍ରଦର୍ଶନ କରାଯାଉ ନ ଥିବା ବି ଅଭିଯୋଗ ହେଉଥିଲା।
କୃତି ରାଜଙ୍କ ସୂଚନା ଅନୁଯାୟୀ, କେହି ନ ଚିହ୍ନି ନ ପାରିବା ପାଇଁ ସେ ମୁଣ୍ଡରେ ଓଢ଼ଣୀ ଟାଣି ଟିକେଟ କାଟି ଲାଇନ୍ରେ ଛିଡ଼ା ହୋଇଥିଲେ। ବହୁ ସମୟ ଅପେକ୍ଷା ପରେ ଡାକ୍ତରଙ୍କ ପାଖକୁ ଯାଇଥିବା ବେଳେ ତାଙ୍କଠୁ ଉଚିତ ବ୍ୟବହାର ପାଇ ପାରି ନ ଥିଲେ। ଏହାପରେ ରେଜିଷ୍ଟର ଯାଞ୍ଚ କରିବାରୁ ବହୁ କର୍ମଚାରୀଙ୍କ ଦସ୍ତଖତ ଥିବା ବେଳେ ସେମାନଙ୍କ ଦେଖା ନ ଥିଲା।
ମେଡିସିନ ଷ୍ଟକ୍ ଚେକ୍ କରିବାକୁ ବହୁ ଷ୍ଟକ୍ ଏକ୍ସପାରୀ ହୋଇ ଯାଇଥିବା ଦେଖିବାକୁ ପାଇଲେ। ବେଡସିଟ୍, ଶୌଚାଳୟ ଅବସ୍ଥା ନ କହିବା ଭଲ। ହସ୍ପିଟାଲରେ ଆଡମିଟ ହୋଇଥିବା ରୋଗୀଙ୍କୁ ଠିକ୍ ଭାବେ ଇଞ୍ଜେକସନ୍ ଦିଆଯାଉ ନ ଥିବା ବି ଦେଖିବାକୁ ମିଳିଥିଲା। ମୁଣ୍ଡରେ ଓଢ଼ଣୀ ଟାଣି ରୋଗୀଙ୍କ ସହ କଥା ହୋଇ ସେମାନଙ୍କ ସମସ୍ୟା ବୁଝିଲେ ଉପଜିଲ୍ଲାପାଳ।
ଇତି ମଧ୍ୟରେ ହସ୍ପିଟାଲ କର୍ମଚାରୀ ତାଙ୍କୁ ଚିହ୍ନି ଦେଇଥିଲେ। ଏହି ଖବର ପ୍ରଚାରିତ ହେବା ପରେ ସମସ୍ତ କର୍ମଚାରୀ ଛାନିଆ ହୋଇ ପଡ଼ିଥିଲେ। ହସ୍ପିଟାଲରେ ଦେଖାଦେଇଥିବା ଅବ୍ୟବସ୍ଥା ସମ୍ପର୍କରେ କୃତି ରାଜ ପଚାରିବାରୁ ଡାକ୍ତରଙ୍କଠାରୁ ଆରମ୍ଭ କରି ସୁଇପର ସମସ୍ତେ ନିଜ ଦୋଷ ଝାଡ଼ିବାକୁ ଲାଗିଲେ।
ମାତ୍ର ନିଜ ଦାୟିତ୍ୱରେ ଅବେହଳା କରିଥିବା କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି SDM କୃତି ରାଜ ଚେତାବନୀ ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
