Advertisment

ଏନଆଇଏ ହେପାଜତରେ ଥିବା ଅଭିଯୁକ୍ତଙ୍କୁ ଟିକେଟ ଦେବ ଏସଡିପିଆଇ

ବିଜେପି ଯୁବ ମୋର୍ଚ୍ଚା ନେତା ପ୍ରବୀଣ ନେଟ୍ଟାରୁଙ୍କ ହତ୍ୟା ଘଟଣାରେ ଏନଆଇଏ ଶାଫି ବେଲ୍ଲାରେଙ୍କୁ ଗିରଫ କରି ନିଜ ହେପାଜତରେ ରଖିଛି।

author-image
Hemant Lenka
Praveen Nettaru

Praveen Nettaru

ସୋସିଆଲ ଡେମୋକ୍ରାଟିକ ପାର୍ଟି ଅଫ ଇଣ୍ଡିଆ(ଏସଡିପିଆଇ) ଆସନ୍ତା କର୍ଣ୍ଣାଟକା ବିଧାନସଭା ନିର୍ବାଚନରେ ଜଣେ ହତ୍ୟା ଅଭିଯୁକ୍ତଙ୍କୁ ଟିକେଟ ଦେବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ବିଜେପି ଯୁବ ମୋର୍ଚ୍ଚା ନେତା ପ୍ରବୀଣ ନେଟ୍ଟାରୁଙ୍କ ହତ୍ୟା ଘଟଣାରେ ଏନଆଇଏ ଶାଫି ବେଲ୍ଲାରେଙ୍କୁ ଗିରଫ କରି ନିଜ ହେପାଜତରେ ରଖିଛି। ଶାଫି ଏନଆଇଏ ହେପାଜତରେ ଥିଲେ ହେଁ ସେ ପୁଟ୍ଟୁର ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବେ ବୋଲି ଏସଡିପିଆଇ ପକ୍ଷରୁ ତାଲିକା ପ୍ରସ୍ତୁତ କରାଯାଇଥିବା ଖବର ମିଳିଛି।

Advertisment

ଗତବର୍ଷ ଜୁଲାଇ ମାସରେ ପ୍ରବୀଣଙ୍କୁ ହତ୍ୟା କରାଯାଇଥିଲା। ଏହା ପଛରେ ନିଷିଦ୍ଧ ଘୋଷଣା ହୋଇଥିବା ପିଏଫଆଇର ହାତ ଥିବା ଅଭିଯୋଗ ହୋଇଛି। ପିଏଫଆଇ ଇସାରାରେ ଶାଫି ମଧ୍ୟ ପୂରା ହତ୍ୟା ଷଡ଼ଯନ୍ତ୍ରରେ ଥିବା ଏନଆଇଏ କହିବା ସହ ତାଙ୍କୁ ଗିରଫ କରିଛି। ଏହି ଘଟଣାରେ ୩ ଜଣଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଛି। ଏମାନଙ୍କ ମଧ୍ୟରେ ଶାଫି ରହିଛନ୍ତି।

ପ୍ରବୀଣଙ୍କ ଘର ବାଲ୍ଲାରେ ହୋଇଥିବା ବେଳେ ସେ ବିଜେପି ଯୁବ ମୋର୍ଚ୍ଚାର ସଦସ୍ୟ ଥିଲେ। ୨୦୨୨ ମସିହା ଜୁଲାଇ ୨୬ରେ ୩ ଜଣ ଯୁବକ ବାଇକରେ ଆସିବା ସହ ଗୋଟିଏ ଧାରୁଆ ଅସ୍ତ୍ରରେ ପ୍ରବୀଣଙ୍କୁ ହାଣି ହତ୍ୟା କରିଥିଲେ। ଏନଆଇଏ ଘଟଣାର ତଦନ୍ତ କରିବା ପରେ ଜାଣିବାକୁ ପାଇଥିଲା ଯେ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିବା ପାଇଁ ପିଏଫଆଇ ସଦସ୍ୟ ଓ ନେତାମାନେ ତାଙ୍କୁ ହତ୍ୟା କରିଥିଲେ।

Advertisment

ପ୍ରଥମେ ମାମଲା ଦକ୍ଷିଣ କନ୍ନଡ ଜିଲ୍ଲାର ବେଲ୍ଲାରେ ପୁଲିସ ଷ୍ଟେସନରେ ରୁଜୁ ହୋଇଥିଲା। ଏହାପରେ ଅଗଷ୍ଟ ୪ରେ ଏନଆଇଏ ପୁଣି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ଶାଫି ଓ ଅନ୍ୟ ୨ ଜଣଙ୍କୁ ଗିରଫ କରାଯାଇଥିଲା। 

Bjp Karnataka PFI