Advertisment

ସିଟ୍‌ ଭାଗବଣ୍ଟା, ଆନ୍ଧ୍ରରେ ବୈଜୟନ୍ତ

ଦୁଇ ଦିନିଆ ଆନ୍ଧ୍ରପ୍ରଦେଶ ଗସ୍ତରେ ଯାଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା।

Baijyanta panda in Andhra pradesh

Baijyanta panda in Andhra pradesh

Advertisment

ଏନଡିଏକୁ ପୁରୁଣା ସାଥୀ ଟିଡିପି ଫେରିବା ପରେ ଏବେ ଆନ୍ଧ୍ରପ୍ରଦେଶରେ ଆସନ ଭାଗବଣ୍ଟାକୁ ନେଇ ଆରମ୍ଭ ହୋଇଛି କସରତ। ଟିଡିପିର ଚନ୍ଦ୍ରବାବୁ ନାଇଡୁଙ୍କ ସହ ପୱନ କଲ୍ୟାଣଙ୍କ ଜନସେନା ପାର୍ଟି ମଧ୍ୟ NDAରେ ସାମିଲ ହୋଇଛି। କିଏ କେତେ ଆସନରେ ଲଢ଼ିବେ ତାହା ସ୍ପଷ୍ଟ ହୋଇଥିଲେ ବି ନିର୍ଦ୍ଦିଷ୍ଟ କେଉଁ ଆସନରେ କେଉଁ ଦଳ ପ୍ରାର୍ଥୀ ଦେବ, ତାହା ସ୍ଥିର ହୋଇନି। ଏଥିପାଇଁ ଦୁଇ ଦିନିଆ ଆନ୍ଧ୍ରପ୍ରଦେଶ ଗସ୍ତରେ ଯାଇଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା।

Advertisment

ବୈଜୟନ୍ତ ପଣ୍ଡାଙ୍କ ସହ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଏବଂ ଦଳର ଜାତୀୟ ଯୁଗ୍ମ ସାଧାରଣ ସଂପାଦକ- ସଂଗଠନ ଶିବ ପ୍ରକାଶ ମଧ୍ୟ ଅଛନ୍ତି। ବିଜୟୱାଡ଼ାରେ ପହଞ୍ଚିବା ପରେ ସମସ୍ତଙ୍କୁ ସ୍ୱାଗତ କରାଯାଇଥିଲା।

ବୁଝାମଣା ଅନୁଯାୟୀ, ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ଏମାନେ ଏକାଠି ଲଢ଼ିବେ। ଆନ୍ଧ୍ର ପ୍ରଦେଶର ୨୫ଟି ଲୋକସଭା ଆସନରୁ ବିଜେପି ୬ଟି ଆସନରେ, ଜନସେନା ପାର୍ଟି ୨ଟିରେ ଏବଂ ବାକି ୧୭ଟି ଆସନରେ ଟିଡିପି ନିର୍ବାଚନ ଲଢିବ ବୋଲି ସ୍ଥିର ହୋଇଛି। ଓ୍ୱାଇଜାଗ, ବିଜୟଓ୍ୱାଡା, ଅରାକୁ, ରାଜମପେଟ, ରାଜମୁନ୍ଦରୀ, ତିରୁପତିରେ ନିର୍ବାଚନ ଲଢ଼ିବାକୁ ବିଜେପି ଇଚ୍ଛା ପ୍ରକାଶ କରିଛି।

Advertisment

ସେହିରପି ଆନ୍ଧ୍ରପ୍ରଦେଶର ୧୭୫ଟି ବିଧାନସଭା ଆସନରୁ ବିଜେପି ଓ ଜେଏସ୍‌ପି ୩୦ଟି ବିଧାନସଭା ସିଟ୍‌ରେ ନିର୍ବାଚନ ଲଢ଼ିବାକୁ ସହମତି ଦେଇଛନ୍ତି। ଅନ୍ୟ ୧୪୫ଟି ଆସନରେ ଟିଡିପି ଏକା ନିର୍ବାଚନ ଲଢ଼ିବ।

Bjp Andhra Pradesh Baijayanta Panda Loksabha Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe