Advertisment

ସେବି ମୁଖ୍ୟ ମାଧବୀଙ୍କୁ ଆଶ୍ୱସ୍ତି, ମିଳିଲାନି ପ୍ରମାଣ

ସେ ନିଜ ପଦର ଅପବ୍ୟବହାର କରୁଥିବା ନେଇ ଅଭିଯୋଗ ଆଣିଥିଲା କଂଗ୍ରେସ। କେବଳ ସେତିକି ନୁହେଁ ତାଙ୍କ ପରିବାର ଏବଂ ବିଜେପିକୁ ମଧ୍ୟ ଦୋଷାରୋପ କରିଥିଲା।

author-image
Madhupriya Mistry
ଅଦ୍ୟତନ ହୋଇଛି
Madhabi Puri Buch

Madhabi Puri Buch

ସେବି ଅଧ୍ୟକ୍ଷ ମାଧବୀ ବୁଚଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି। ତାଙ୍କ ବିରୋଧରେ ମିଳିଲାନି କୌଣସି ବି ପ୍ରମାଣ। ଗତ ସଂସଦ ଅଧିବେଶନରେ ତାଙ୍କ ନାଁ ବେଶ୍‌ ଚର୍ଚ୍ଚାକୁ ଆସିଥିଲା। ତାଙ୍କ ବିରୋଧରେ ଆସିଥିଲା ସଙ୍ଗୀନ ଅଭିଯୋଗ। ସେ ନିଜ ପଦର ଅପବ୍ୟବହାର କରୁଥିବା ନେଇ ଅଭିଯୋଗ ଆଣିଥିଲା କଂଗ୍ରେସ।

Advertisment

କେବଳ ସେତିକି ନୁହେଁ ତାଙ୍କ ପରିବାର ଏବଂ ବିଜେପିକୁ ମଧ୍ୟ ଦୋଷାରୋପ କରିଥିଲା। ​​ବହୁ ପରିମାଣରେ ଦୁର୍ନୀତି ହୋଇଛି ବୋଲି କହିଥିଲା। ସେହିପରି ଆମେରିକାର ସର୍ଟ ସେଲିଂ ଫାର୍ମ ହିଣ୍ଡେନବର୍ଗ ରିସର୍ଚ୍ଚ ସଂସ୍ଥା ମଧ୍ୟ ତାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲା। ଆଦାନି ଗ୍ରୁପର ସ୍କାମରେ ଜଡିତ ବିଦେଶୀ କମ୍ପାନିରେ ସେବି ମୁଖ୍ୟ ମାଧବୀ ପୁରୀ ବୁଚ୍ ଏବଂ ତାଙ୍କ ସ୍ୱାମୀ ଧବଲ ବୁଚଙ୍କ ଅଂଶଧନ (ଶେୟାର୍) ରହିଥିବା ରିପୋର୍ଟରେ ପ୍ରକାଶ ପାଇଥିଲା। ଏହାକୁ ମାଧବୀ ବୁଚ୍‌ ତାଙ୍କ ସ୍ୱାମୀ ଖଣ୍ଡନ କରିଥିଲେ। 

ଏହି ହିଣ୍ଡେନବର୍ଗର ଏହି ରିପୋର୍ଟକୁ ନେଇ ଚାରିଆଡେ ଚର୍ଚ୍ଚା ଜୋର୍‌ ଧରିଥିଲା। ଏହାରି ଭିତରେ ମାଧବୀଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଚାଲିଥିବା ଭିତରେ କେନ୍ଦ୍ର ସରକାର ଯାଞ୍ଚ ଆରମ୍ଭ କରିଥିଲେ। ଉଭୟ ଏଜେନ୍ସି ଏବଂ ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଏହି ଯାଞ୍ଚ କରାଯାଇଥିଲା। ତେବେ ବର୍ତ୍ତମାନ ଏହି ମାମଲାର ତଦନ୍ତ ଶେଷ ହୋଇଛି। ତଦନ୍ତରୁ ମାଧବୀ କିମ୍ବା ତାଙ୍କର ପରିବାର ବିରୋଧରେ କୌଣସି ପ୍ରମାଣ ମିଳିନଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି। 

Advertisment

ଇଣ୍ଡିଆ ଟୁଡେର ରିପୋର୍ଟ ଅନୁଯାୟୀ, ସୂତ୍ରରୁ ସୂଚନା ମିଳିଛି ଯେ, ତଦନ୍ତ ଶେଷ ହୋଇଛି ଏବଂ ତାଙ୍କ ବିରୋଧରେ କୌଣସି ସେଭଳି ସନ୍ଦିଗ୍ଧ ପ୍ରମାଣ ମିଳିନାହିଁ। ସରକାରଙ୍କ ବିଶ୍ୱାସ ଯେ, SEBIର ଚେୟାରମ୍ୟାନ୍ ଭାବରେ ମାଧବୀ ପୁରୀ ବୁଚ ଏହି ବ୍ୟବସ୍ଥାକୁ ପରିଷ୍କାର କରିବା ପାଇଁ ବହୁ ଉଦ୍ୟମ କରିଛନ୍ତି। ତେବେ ଏହାକୁ ନେଇ ଅନେକ ଲୋକ ଖୁସି ନୁହଁନ୍ତି। ମାଧବୀ ପୁରୀ ବୁଚ ତାଙ୍କ କାର୍ଯ୍ୟକାଳ ଶେଷ ହେବା ଯାଏ ଏହ ପଦରେ ରହିବେ। ତାଙ୍କ କାର୍ଯ୍ୟକାଳ ୨୦୨୫ ଫେବୃଆରୀ ୨୮ରେ ଶେଷ ହେବ।

କହିରଖୁ ଯେ, ମାଧବୀ ପୁରୀ ବୁଚ୍‌ ୨୦୨୨ ମସିହା ମାର୍ଚ୍ଚ ୧ ତାରିଖରୁ ଭାରତର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ (ସେବି) ର ପ୍ରଥମ ମହିଳା ଚେୟାରମ୍ୟାନ୍‌ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। 

SEBI Cheif Sebi Chief Madhabi Buch